ଦିଲ୍ଲୀରେ ପହଞ୍ଚିଲେ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ

Published By : Prameya-News7 Bureau | October 06, 2024 IST

ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚିଛନ୍ତି ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ। ସେ ପାଞ୍ଚ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ କ୍ରମେ ଭାରତ ଆସିଥିବା ମୁଇଜୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଏଠାରେ ରହିବେ। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଗତ ବର୍ଷ ମାଳଦ୍ୱୀପରେ କ୍ଷମତାକୁ ଆସିବା ପରେ ନୂଆଦିଲ୍ଲୀ ସହ ସମ୍ପର୍କ ତିକ୍ତ ହୋଇଥିବାରୁ ରାଷ୍ଟ୍ରପତି ମହମ୍ମଦ ମୋଇଜୁଙ୍କ ଭାରତ ଗସ୍ତ ଅନେକ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ। ତାଙ୍କର ଏହି ଗସ୍ତ ଦର୍ଶାଉଛି ଯେ ମୁଇଜୁ ହୃଦୟଙ୍ଗମ କରିଛନ୍ତି ଯେ ଭାରତ ଉପରେ ବାଦ କଲେ ମାଲଦ୍ୱୀପର ବିକାଶ ଅସମ୍ଭବ। 

ମୋଇଜୁ ଜାଣନ୍ତି ଯେ ଯଦି ସେ ଭାରତରୁ ଆର୍ଥିକ ସହାୟତା ନ ପାଆନ୍ତି, ତେବେ ପର୍ଯ୍ୟଟନର ସ୍ୱର୍ଗ କୁହାଯାଉଥିବା ମାଲଦ୍ୱୀପକୁ ଆର୍ଥିକ ବିପର୍ଯ୍ୟୟ ଆଡକୁ ଅଟକାଇ ପାରିବେ ନାହିଁ। ମାଳଦ୍ୱୀପ ଉପରେ ବିଶେଷଜ୍ଞ ତଥା ପଶ୍ଚିମ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଜିମ ଜାହିର କହିଛନ୍ତି ଯେ ଏହି ଗସ୍ତ ଦ୍ୱାରା ଜଣାଯାଏ ଯେ ମାଲଦ୍ୱୀପ ଭାରତ ଉପରେ କେତେ ନିର୍ଭରଶୀଳ, ଯାହା ଅନ୍ୟ ଦେଶ ସହଜରେ ପୂରଣ କରିପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.