ୱେଟର ଚାକିରି ପାଇଁ କାନାଡାରେ ଭାରତୀୟ ଛାତ୍ରଙ୍କ ଲମ୍ବା ଲାଇନ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Published By : Prameya-News7 Bureau | October 06, 2024 IST

ନୂଆଦିଲ୍ଲୀ ୬/୧୦: ୱେଟର ଚାକିରି ପାଇଁ କାନାଡାରେ ଲମ୍ବା ଲାଇନ ଲଗାଇଛନ୍ତି ଭାରତୀୟ ଛାତ୍ର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାନାଡାର ବ୍ରମ୍ଫଟନ ସ୍ଥିତ ତନ୍ଦୁରି ଫ୍ଲେମ ରେଷ୍ଟୁରାଣ୍ଟ ବାହାରର । ଏଠାରେ ପ୍ରାୟ ୩ହଜାରରୁ ଅଧିକ ଛାତ୍ର ଚାକିରି ପାଇଁ ଲାଇନରେ ଠିଆ ହୋଇଛନ୍ତି । ତାହା ପୁଣି ମ୍ୟାନେଜର କି ଅନ୍ୟ କୌଣସି ବଡ ପୋଷ୍ଟ ପାଇଁ ନୁହେଁ । ୱେଟର ହେବାକୁ ଏତେ ସଂଖ୍ୟକ ଭାରତୀୟ ଛାତ୍ର  ଲାଇନ ଲଗାଇବା ଚିନ୍ତାର ବିଷୟ ହୋଇଛି । ଭାରତରେ ନିଯୁକ୍ତି ସମସ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଯୁବପିଢିଙ୍କୁ ଏଠାରେ ନିଯୁକ୍ତି ମିଳୁନଥିବାରୁ ସେମାନେ ବାହାର ଦେଶକୁ ଚାକିରି ପାଇଁ ଯାଇ ଏମିତି ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.