ମହୂଆ ମୋଇତ୍ରଙ୍କ ଟିପ୍ପଣୀରେ NCW ମୁଖ୍ୟ ରେଖା ଶର୍ମା କ୍ଷୁବ୍ଧ, ରୁଜୁ କଲେ ଏତଲା, ଗିରଫକୁ TMC ନେତ୍ରୀଙ୍କ ଚ୍ୟାଲେଞ୍ଜ

Published By : Prameya-News7 Bureau | July 05, 2024 IST

ନୂଆଦିଲ୍ଲୀ ୫।୭: ତୃଣ ମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରଙ୍କ ଟିପ୍ପଣୀରେ ଜାତୀୟ ମହିଳା କମିଶନ (ଏନସିଡବ୍ଲୁ) ଅଧ୍ୟକ୍ଷା  ରେଖା ଶର୍ମା କଡା ଆପତ୍ତି କରିଛନ୍ତି। ରେଖା ଶର୍ମାଙ୍କୁ ନେଇ ମହୁଆ ସୋସିଆଲ ମିଡିଆରେ କରିଥିବା ପୋଷ୍ଟ ଯୋଗୁ ବିବାଦ ଉପୁଜିଛି। ଏହା ପରେ ଏନସିଡବ୍ଲୁ ମହୂଆଙ୍କ ବିରୋଧରେ ସ୍ୱତଃ ସ୍ପୁର୍ତ୍ତ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଏଥିରେ ମହୂଆ ରେଖା ଶର୍ମାଙ୍କ ଉପରେ ପାଲଟା ଆକ୍ରମଣ କରି ତାଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ପୋଲିସକୁ ଚ୍ୟାଲେଞ୍ଜ କରିଛନ୍ତି। 

ଏନସିଡବ୍ଲୁ ରେଖା ଶର୍ମା ମହୂଆଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ଯାଉଥିବା କହିଛନ୍ତି। ଏ ନେଇ ରେଖା ଶର୍ମା ଲୋକସଭା ବାଚସ୍ପତିଙ୍କୁ ମଧ୍ୟ ଏକ ପତ୍ର ଲେଖିଛନ୍ତି। ସେ ମାମଲାରେ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି। ନିକଟରେ ଏନସିଡବ୍ଲୁ ରେଖା ଶର୍ମା ଉତ୍ତରପ୍ରଦେଶ ହାଥରସର ଦଳାଚକଟା ହୋଇଥିବା ସ୍ଥାନକୁ ଗସ୍ତ କରିଥିଲେ।   ଏହି ଘଟଣାରେ ମହୂଆ ମୋଇତ୍ର ଏନସିଡବ୍ଲୁ ଅଧ୍ୟକ୍ଷାଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ କରିଥିଲେ। 


ଏନସିଡବ୍ଲୁ ଶୁକ୍ରବାର ଏ ନେଇ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ‘ଜାତୀୟ ମହିଳା ଆୟୋଗ ସାଂସଦ ମହୂଆ ମୋଇତ୍ରଙ୍କ ବିରୋଧରେ ସ୍ୱତଃ ସଂଜ୍ଞାନ ନେଇ କାର୍ଯ୍ୟାନୁଷ୍ଠାନ କରୁଥିବା’ ଉଲ୍ଲେଖ କରିଛନ୍ତି। ଏନସିଡବ୍ଲୁ କହିଛନ୍ତି ଯେ ‘ଅପମାନଜନକ ଟିପ୍ପଣୀ ମହିଳାଙ୍କ ସମ୍ମାନ ଅଧିକାରକୁ ଦୁର୍ବଳ କରୁଛି। ଆୟୋଗ କହିଛନ୍ତି ଏପରି ଟିପ୍ପଣୀ ଭାରତୀୟ ନ୍ୟାୟ ସଂହିତାର ଧାରା ୭୯ଅନ୍ତର୍ଗତ, ଏଣୁ ଏପରି ଅପମାନଜନକ ଟିପ୍ପଣୀକୁ କଡ଼ା ନିନ୍ଦା କରିବା ସହିତ ମହୂଆ ମୋଇତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିବେଦନ କରୁଛି’। 



ରେଖା ଶର୍ମାଙ୍କ ଟ୍ୱିଟ୍‌ର ମହୂଆ ଜବାବ ଦେଇଛନ୍ତି। ସେ ଦିଲ୍ଲୀ ପୋଲିସକୁ ସମ୍ବୋଧିତ କରି ଉଲ୍ଲେଖ କରିଛନ୍ତି ଯେ କୃପାକରି ସ୍ୱପ୍ରେରିତ ଆଦେଶ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରନ୍ତୁ। ମୁଁ ଏବେ ନଦିଆରେ ଅଛି ଯଦି ଆଗାମୀ ୩ ଦିନରେ ମୋର ଆବଶ୍ୟକତା ପଡେ ମୋତେ ଶୀଘ୍ର ଗିରଫ କର। ଏହା ସହିତ ମହୂଆ ଲେଖିଛନ୍ତି ଯେ ‘ସେଠାରେ କୃପା କରି ନୂଆ ଅଧିନିୟମରେ କୌଣସି ଅନ୍ୟ ସିରିୟଲ ଅପରାଧୀ ବିରୋଧରେ ଏକ ଏତଲା ରୁଜୁ କରନ୍ତୁ’। ଏଥିରେ ମହୂଆ ରେଖାଶର୍ମା କରିଥିବା ଟ୍ୱିଟ୍‌ ମଧ୍ୟ ଟ୍ୟାଗ୍ କରିଛନ୍ତି। 

ବିବାଦ ମହୂଆଙ୍କ ନିମନ୍ତେ ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ସୋ ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟକୁ ନେଇ ବିବାଦରେ ରହି ଆସିଛନ୍ତି। ଗତ ଲୋକସଭାରେ ପ୍ରଶ୍ନ ବଦଳେ ଉପହାର ଓ ନଗଦ ନେବା ଅଭିଯୋଗରେ ତାଙ୍କୁ ସଂସଦରୁ ବରଖାସ୍ତ କରାଯାଇଥିଲା। ହେଲେ ଗତ ଲୋକସଭା ନିର୍ବାଚନରେ ଟିଏମସି ନେତ୍ରୀ ମମତା ବାନାର୍ଜୀ ପୁଣି ଥରେ ତାଙ୍କୁ କୃଷ୍ଣ ନଗର ଆସନରୁ ପ୍ରାର୍ଥୀ କରିଥିବା ବେଳେ ସେ ସାଂସଦ ନିର୍ବାଚିତ ହୋଇଛନ୍ତି। ତେବେ ପୁଣି ଥରେ ସାଂସଦ ନିର୍ବାଚିତ ହେବା ପରେ ଏନସିଡବ୍ଲୁ ଅଧ୍ୟକ୍ଷାଙ୍କ ବିରୋଧରେ ଟିପ୍ପଣୀ କରିଥିବା ବେଳେ ସେ ମାମଲାର ସ୍ୱତଃ ସଂଜ୍ଞାନ ନେଇଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.