ବ୍ୟାଙ୍କର ଘରୋଇକରଣ ଉପରେ ବଜେଟ୍‌ରେ ସ୍ପଷ୍ଟତା ଆଣିବେ କି ସରକାର ? ଜମା ରାଶି ସୁଧ ଉପରେ ହେଉ ଟିକସ ପରିବର୍ତ୍ତନ

Published By : Prameya-News7 Bureau | July 08, 2024 IST

ନୂଆଦିଲ୍ଲୀ: ସରକାର ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ (PSB)ରେ ବିନିବେଶକୁ ଆଗକୁ ବଢାଇବା ଦରକାର କାରଣ ଏହା ବର୍ତ୍ତମାନ ଭଲ ସ୍ଥିତିରେ ଅଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ଆର୍ଥିକ ସର୍ଭେ ବିଭାଗ ସୋମବାର ନିଜ ରିପୋର୍ଟରେ ଏହା କହିଛି । ରିପୋର୍ଟରେ ବର୍ତ୍ତମାନର ସରକାରୀ ବ୍ୟାଙ୍କକୁ ସୁଦୃଢ କରିବା ଉପରେ ଜୋର ଦିଆଯାଇଛି । କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ର ପ୍ରସ୍ତାବନା ଶୀର୍ଷକ ଥିବା ରିପୋର୍ଟରେ କୁହାଯାଇଛି ଯେ, ଯେହେତୁ ବ୍ୟାଙ୍କ ଭଲ ସ୍ଥିତିରେ ଅଛି, ଏଥିପାଇଁ ସରକାରକୁ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କରେ ବିନିବେଶକୁ ନେଇ ଆଗକୁ ବଢିବା ଦରକାର । ଏଥିରେ ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ ଉପରେ କୁହାଯାଇଛି ଯେ ସରକାର ଏବଂ ଏଲଆଇସି ବ୍ୟାଙ୍କରେ ପ୍ରାୟ ୬୧ ପ୍ରତିଶତ ଅଂଶଧନ ବିକ୍ରି କରୁଛନ୍ତି ।

ରିପୋର୍ଟ ଅନୁସାରେ, ଏଥିରେ ୨୦୨୨ ଅକ୍ଟୋବରରେ ବିଡ୍ ଆମନ୍ତ୍ରଣ କରାଯାଇଥିଲେ । ନିବେଶ ଏବଂ ଲୋକ ସମ୍ପତ୍ତି ପରିଚାଳନା ବିଭାଗ (ଦୀପମ)କୁ ଜାନୁଆରୀ, ୨୦୨୩ରେ ଆଇଡିବିଆଇ ବ୍ୟାଙ୍କର ଅଂଶଧନ କିଣିବା ପାଇଁ ଅନେକ ଇଚ୍ଛା ପତ୍ର ମିଳିଥିଲା । ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସମୟରେ ଆଇଡିବିଆଇ ବ୍ୟାଙ୍କରେ ସରକାରଙ୍କ ୪୫ ପ୍ରତିଶତ ଏବଂ ଏଲଆଇସି ପାଖରେ ୪୯.୫ ପ୍ରତିଶତ ମାଲିକାନା ରହିଛି ।

ରିପୋର୍ଟରେ ସୁପାରିଶ କରାଯାଇଛି ଯେ ସରକାର ଜମା ସୁଧ ଉପରେ ଟିକସ ପରିବର୍ତ୍ତନ କରିବା ଦରକାର ଏବଂ ମିଚ୍ୟୁଆଲ୍ ଫଣ୍ଡ ତଥା ସେୟାର ବଜାର ଅନୁରୂପରେ ବିଭିନ୍ନ ମ୍ୟାଚ୍ୟୁରିଟି ଅବଧି ଡିପୋଜିଟ୍ ଉପରେ ସମାନ ବ୍ୟବହାର କରିବା ଦରକାର । ଏଥିରେ କୁହାଯାଇଛି, ଆର୍ଥିକ ବର୍ଷ ୨୦୨୨-୨୩ରେ ଘରୋଇ ଶୁଦ୍ଧ ଆର୍ଥିକ ସଂଚୟ କମି ଜିଡିପିର ୫.୩ ପ୍ରତିଶତ ହୋଇଛି । ଯାହା ଗତ ବର୍ଷ ୨୦୨୩-୨୪ରେ ଏହା ୫.୪ ପ୍ରତିଶତ ରହିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.