AIର ଅପବ୍ୟବହାର ! ପୁରୁଷଙ୍କ ସ୍ୱରରେ କଥା କହି ମହିଳାଙ୍କ ଠାରୁ ପଡୋଶୀ ଠକିନେଲେ ୬ ଲକ୍ଷ

Published By : Prameya-News7 Bureau | June 29, 2024 IST

HT

ନୂଆଦିଲ୍ଲୀ: ପୁରୁଷଙ୍କ ସ୍ୱରରେ କଥା କହି ମହିଳାଙ୍କ ଠାରୁ ଠକିନେଲେ ୬ ଲକ୍ଷ ଟଙ୍କା। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତଥା AI ବ୍ୟବହାର କରି ପରିଚିତ ସ୍ୱରରେ ଟଙ୍କା ମାଗିଲେ, ନିମିଷକେ ମାତ୍ରେ ଆକାଉଣ୍ଟ ଖୋଳ କରିଦେଲେ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ଥାନେ ଜିଲ୍ଲାରେ। ଆଉ ସବୁଠୁ ବଡ଼ କଥା ହେଲା ଅଭିଯୁକ୍ତ ଜଣକ ପଡୋଶୀ ମହିଳା। 

କାଶିମିରା ନାମକ ଜଣେ ମହିଳାଙ୍କୁ ପୁରୁଷ ସ୍ୱରରେ କଥା କହି ତାଙ୍କ ଠାରୁ ୬ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ନେଇଯାଇଛନ୍ତି। ଏହି କାର୍ପଟଦାର ପଛରେ ହେଉଛନ୍ତି ଜଣେ ମହିଳା, ଯାହାଙ୍କୁ ପୋଲିସ ଗିରଫ କରିଛି। ଶନିବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ପୋଲିସ ଅଧିକାରୀ କହିଛନ୍ତି, 'ଅଭିଯୁକ୍ତ ମହିଳା ରଶ୍ମୀ ତାଙ୍କ ପଡ଼ୋଶୀ ମହିଳାଙ୍କ ସହ ପ୍ରତାରଣା କରି ଜଣେ ପୁରୁଷ ବୋଲି ଦର୍ଶାଇ ତାଙ୍କୁ କିସ୍ତିରେ 6.6 ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ। ଯଦିଓ ପୀଡିତା କଲ୍ କରୁଥିବା ବ୍ୟକ୍ତିଙ୍କୁ କେବେବି ଭେଟି ନଥିଲେ, ସେ ଟଙ୍କାକୁ ଡିଜିଟାଲି ପ୍ରଦାନ କରିଥିଲେ।

ପଚରାଉଚରା ବେଳେ ଅଭିଯୁକ୍ତ ମହିଳା ପୋଲିସକୁ କହିଥିଲେ ଯେ ତାଙ୍କୁ ଜରୁରୀ ଅର୍ଥର ଆବଶ୍ୟକତା ରହିଛି, ତେଣୁ ସେ ଏହା କରିଥିଲେ ଏବଂ ଫୋନରେ କଥାବାର୍ତ୍ତା କରିବା ସମୟରେ ସ୍ୱର ବଦଳାଇବା ପାଇଁ AI ଟେକ୍ନୋଲୋଜି ବ୍ୟବହାର କରିଥିଲେ।

ପୀଡିତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଭାରତୀୟ ଦଣ୍ଡ ସଂହିତା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.