ଶତ୍ରୁଘ୍ନ ସିହ୍ନା ହସ୍ପିଟାଲରେ ଭର୍ତ୍ତି, ଦେଖିବାକୁ ପହଞ୍ଚିଲେ ଝିଅ ଓ ଜ୍ୱାଇଁ

Published By : Prameya-News7 Bureau | June 28, 2024 IST

ମୁମ୍ବାଇ ୨୮।୬: ପାଞ୍ଚ ଦିନ ପୂର୍ବେ ହୋଇଥିଲା ଝିଅ ବାହାଘର ଶତ୍ରୁଘ୍ନ ସିହ୍ନା ଶୁକ୍ରବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ମୁମ୍ବାଇର କୋକିଲା ବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଝିଅ ବାହାଘର ବ୍ୟସ୍ତତାରେ ତାଙ୍କ ଶରୀର ଓ ମସ୍ତିଷ୍କ ଉପରେ ଚାପ ପଡିଛି। ଏଣୁ ରୁଟିନ ଚେକଅପ ନିମନ୍ତେ ହସ୍ପିଟାଲ ଯିବାକୁ ପଡିଛି। ତେବେ ହସ୍ପିଟାଲ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ଆସି ନାହିଁ।  ହେଲେ ଶତ୍ରୁଘ୍ନଙ୍କୁ ଦେଖା କରିବା ପାଇଁ ଝିଅ ଓ ଜ୍ୱାଇଁ ହସ୍ପିଟାଲ ଯାଇଛନ୍ତି। 

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଜୁନ୍‌ ୨୩ ତାରିଖ ଦିନ ଜହିର ଇକବାଲଙ୍କୁ ବିବାହ କରିଛନ୍ତି। ଉଭୟ ସିଭିଲ ମ୍ୟାରେଜ କରିଛନ୍ତି, ପରେ ମୁମ୍ବାଇରେ ଏକ ଭବ୍ୟ ରିସପସନର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବଲିଉଡର ସବୁ ଅଭିନେତା ଓ ଅଭିନେତ୍ରୀ  ନିମନ୍ତ୍ରିତ ହୋଇଥିଲେ। ସୋନାକ୍ଷୀ ଓ ଜହିରଙ୍କ ବିବାହ ଫଟୋ ଓ ଭିଡିଓ ଏବେବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋନାକ୍ଷୀଙ୍କ ବିବାହର ୫ ଦିନ ପରେ ତାଙ୍କ ପିତା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। 

ଶତ୍ରୁଘ୍ନ ଆଡମିଟ ହୋଇଥିବା ଖବର ପ୍ରସାରିତ ହେବା ପରେ ତାଙ୍କ ଫ୍ୟାନସ୍ ଚିନ୍ତାରେ ପଡିଯାଇଛନ୍ତି। ତେବେ ଚିନ୍ତାର କୌଣସି କାରଣ ନାହିଁ, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଝିଅ ବାହାଘର ପାଇଁ ଦୌଡା ଧାପଡାରେ ତାଙ୍କ ଶରୀର ଓ ମସ୍ତିଷ୍କ ଉପରେ ବେଶ୍ ଚାପ ପଡିଥିଲା। ଏହି କାରଣରୁ ତାଙ୍କର ରୁଟିନ ଚେକଅପ ହେଉଛି। ତେବେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ହସ୍ପିଟାଲରୁ ଏପର୍ଯନ୍ତ କୌଣସି ସୂଚନା ଆସି ନାହିଁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.