ମୁମ୍ଵାଇ ୦୪।୧୧: ଟିଭି ଶୋ ଅନୁପମା ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରୁଛି । କିନ୍ତୁ ଶୋ’ର ମୁଖ୍ୟ ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ଦୀର୍ଘ ଦିନ ଧରି ବିବାଦ ଘେରି ଅଛନ୍ତି । କୁହାଯାଉଛି ଯେ ସୁଦର୍ଶନ ପାଣ୍ଡେ, ମଦଲାସା ଶର୍ମା, ପରାସ ଏବଂ ନିଧି ଶାହାଙ୍କ ସମେତ ଅନେକ ତାରକା ହଠାତ୍ ସୋ ଛାଡିଥିଲେ। ଯାହା ପଛରେ ରୁପାଲିଙ୍କୁ ଦାୟୀ କରାଯାଇଥିଲା। ବର୍ତ୍ତମାନ ଇଶା ବର୍ମା ନାମକ ଜଣେ ଝିଅ ଅଭିନେତ୍ରୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। କେବଳ ଏତିକି ନୁହେଁ ଅଭିନେତ୍ରୀଙ୍କୁ ନିଷ୍ଠୁର ମଧ୍ୟ କୁହାଯାଇଛି।
ଇଶା ବର୍ମା କିଏ?
ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ରୁପାଲି ଗାଙ୍ଗୁଲିଙ୍କ ଯୋଗୁଁ ଲୋକମାନେ ସୋ ଛାଡିଛନ୍ତି। ବର୍ତ୍ତମାନ ଇଶା ବର୍ମା ନାମକ ଜଣେ ଝିଅ ରୁପାଲି ଗାଙ୍ଗୁଲିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଇଶା ବର୍ମା ନିଜକୁ ରୁପାଲି ଗାଙ୍ଗୁଲିଙ୍କ ସାବତ ଝିଅ ବୋଲି କହିଛନ୍ତି। ଏକ ନୋଟରେ ସେ ଦାବି କରିଛନ୍ତି ଯେ ପ୍ରଥମ ବିବାହରୁ ରୁପାଲି ଗାଙ୍ଗୁଲିଙ୍କ ସ୍ୱାମୀ ଅଶ୍ୱିନ ନାଗଙ୍କ ଝିଅ।
ଖବର ଅନୁଯାୟୀ, ନୋଟରେ ଇଶା ରୁପାଲି ଗାଙ୍ଗୁଲିଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ସେ ତାଙ୍କ ପିତାଙ୍କୁ ଛାଡି ଦିଅ ବୋଲି ଲେଖିଛନ୍ତି। ଇଶା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଅଭିନେତ୍ରୀ ବର୍ତ୍ତମାନ ତାହା କରୁଛନ୍ତି , ଯାହା ସୁଶାନ୍ତ ସିଂ ରାଜପୁତଙ୍କ ସହ ରିୟା ଚକ୍ରବର୍ତ୍ତୀ କରୁଥିଲେ। ନିଜକୁ ୨୨ ବର୍ଷ ବୋଲି ବର୍ଣ୍ଣନା କରି ଇଶା ଏହି ପୋଷ୍ଟରେ ଅନେକ ଜିନିଷ ଲେଖିଛନ୍ତି।
ରୁପାଲିଙ୍କ ବିରୋଧରେ ଗୁରୁତର ଅଭିଯୋଗ
ସେ ନୋଟରେ ଲେଖିଛନ୍ତି, ରୁପାଲିଙ୍କ ବାସ୍ତବତା କେହି ଜାଣଛନ୍ତି କି? ସେ ବିବାହିତ ଥିବା ଜାଣି ଅଶ୍ୱିନଙ୍କ ସହ ୧୨ ବର୍ଷ ଅଫେୟାର ରଖିଥିଲେ । ଅଶ୍ୱିନଙ୍କର ପ୍ରଥମ ବିବାହରୁ ଦୁଇଟି ଝିଅ ଅଛନ୍ତି । ରୁପାଲି ଗାଙ୍ଗୁଲି ନିଷ୍ଠୁର ଏବଂ ମୋ ଭଉଣୀ ଠାରୁ ଅଲଗା କରିବାକୁ ଚେଷ୍ଟା କରୁଛନ୍ତି। ଜଣେ ପିତା ନିଜ ଝିଅମାନଙ୍କ ଠାରୁ ଅଲଗା ହୋଇଯାଇଛନ୍ତି।
ଇଶା ଆହୁରି ଦାବି କରିଛନ୍ତି ଯେ ରୁପାଲି ଜଣେ ମାନସିକ ବିକୃତ ମହିଳା । ଯିଏ ତାଙ୍କ ସ୍ଵାମୀଙ୍କୁ ନିଜେ ବଶିଭୂତ କରି ରଖିଛନ୍ତି। ଯେତେବେଳେ ସେ ତାଙ୍କ ପିତାଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରନ୍ତି। ସେତେବେଳେ ରୁପାଲି ତାଙ୍କୁ ଗାଳି କରି ହତ୍ୟା କରିବାକୁ ଧମକ ଦେଇଥିଲେ। ସେ ମୋ ବାପାଙ୍କ ଜୀବନକୁ ନଷ୍ଟ କରି ଦେଇଛନ୍ତି। ଇଶାଙ୍କ ଏହି ଅଭିଯୋଗ ଉପରେ ବର୍ତ୍ତମାନ ରୁପାଲିଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ।