'ୱାନ ନେସନ୍-ୱାନ ଇଲେକ୍ସନ'କୁ ବିରୋଧ, ସଂକଳ୍ପ ପାରିତ କଲା ତାମିଲଗା ଭେଟ୍ରି କାଝଗମ

Published By : Prameya-News7 Bureau | November 04, 2024 IST

ନୂଆଦିଲ୍ଲୀ ୦୪/୧୧: କେନ୍ଦ୍ର ସରକାରଙ୍କ ଯୋଜନାକୁ ବିରୋଧ କଲେ ତାମିଲ ଅଭିନେତା ଥାଲାପତି ବିଜୟ । ନୂଆକରି ବିଜୟ ଗଢ଼ିଥିବା ଦଳ ‘ତାମିଲଗା ଭେଟ୍ରି କାଝଗମ’ (TVK) ରବିବାର ସରକାରଙ୍କ 'ୱାନ ନେସନ୍-ୱାନ ଇଲେକ୍ସନ' ଯୋଜନାକୁ ବିରୋଧ କରି ଏକ ସଂକଳ୍ପ ପାରିତ କରିଛି। ଗତ କିଛିଦିନ ତଳେ ରାଜନୀତିରେ ଏଣ୍ଟ୍ରି ମାରିଥିଲେ ସାଉଥ୍ ଷ୍ଟାର  ବିଜୟ ଥାଲାପତି । 

ସୂଚନା ଥାଉକି, କିଛିଦିନ ହେବ ସମଗ୍ର ଦେଶରେ ଗୋଟିଏ ସମୟରେ ନିର୍ବାଚନ କରାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ତାଙ୍କ ଯୋଜନାକୁ ନେଇ ବିରୋଧୀ ଓ ବିଜେପି ମୁହାଁମୁହିଁ ସ୍ଥିତି ହୋଇଛି । ଏଭଳି ପରିସ୍ଥିତିରେ ଏହାକୁ ବିରୋଧ କରି ଏକ ସଂକଳ୍ପ ପାରିତ କରିଛନ୍ତି ବିଜୟ । ଏତିକି ନୁହେଁ, ତାମିଲନାଡ଼ୁରୁ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET) ହଟାଇବାକୁ ମଧ୍ୟ ଦାବି କରିଛି ବିଜୟଙ୍କ ଦଳ। 

କେବଳ ଶାସକ ବିଜେପି ନୁହେଁ, ବିଜୟଙ୍କ ଦଳ ଟିଭିକେ ଟାର୍ଗେଟରେ ରାଜ୍ୟର ଡିଏମକେ ସରକାର ବି ରହିଛି। ଏମ.କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ସରକାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବାକୁ ଚେଷ୍ଟା କରୁନଥିବା କହିଛନ୍ତି ବିଜୟ। ଏଥିପାଇଁ ସେ କେନ୍ଦ୍ର ସରକାରକୁ ଦାୟୀ କରିଛନ୍ତି। ଏହା ସହିତ ତାମିଲନାଡ଼ୁର ଶାସକ ଡିଏମକେ ଦଳ କ୍ଷମତାକୁ ଆସିବା ପରେ ନିର୍ବାଚନୀ ପ୍ରତିଶ୍ରୁତି ଭୁଲି ଯାଇଛି ବୋଲି କହିଛନ୍ତି ବିଜୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.