ଅଷ୍ଟ୍ରେଲିଆରେ ଚତୁର୍ଥ ବାଣିଜ୍ୟିକ ଦୂତାବାସ ଖୋଲିଲା ଭାରତ, ଜାଣନ୍ତୁ କାହିଁକି ଏତେ ଗୁରୁତ୍ୱ କ୍ୱିନ୍ସଲାଣ୍ଡ

Published By : Prameya-News7 Bureau | November 04, 2024 IST

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ସୋମବାନର ବ୍ରିସବେନରେ ଭାରତର ଏକ ନୂଆ ମହାବାଣିଜ୍ୟ ଦୂତାବାସାର ଉଦଘାଟନ କରିଛନ୍ତି । ଏହାଦ୍ୱାରା କ୍ୱିନ୍ସଲାଣ୍ଡ ରାଜ୍ୟ ସହ ଭାରତର ସମ୍ପର୍କକୁ ଅଧିକ ମଜଭୁତ କରିବା, ବ୍ୟବସାୟକୁ ବଢାଇବା ଏବଂ ପ୍ରବାସୀ ଭାରତୀଙ୍କ ନିକଟରେ ଅଧିକ ସେବା ପହଞ୍ଚି ପାରିବ ବୋଲି ସେ କହିଛନ୍ତି । ଏସ୍.ଜୟଶଙ୍କର ଦୁଇ ଦେଶର ବିଦେଶ ଯାତ୍ରରେ ରବିବାର ଅଷ୍ଟ୍ରେଲିଆ ପହଞ୍ଚିଥିଲେ । ସେଠାରୁ ସେ ସିଙ୍ଗାପୁର ଗସ୍ତ କରିବେ ।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, 'ଆଜି ବ୍ରିସବେନରେ ଭାରତର ମହାବାଣିଜ୍ୟ ଦୂତାବାସର ଔପଚାରିକ ଉଦଘାଟନ କରି ମୁଁ ଖୁସି ଅନୁଭବ କରୁଛି । ଏହା କ୍ୱିନ୍ସଲାଣ୍ଡ ରାଜ୍ୟ ସହ ଭାରତର ସମ୍ପର୍କକୁ ମଜଭୁତ କରିବା ସହ ପ୍ରବାସୀ ସମୁଦାୟଙ୍କ ସେବାରେ ଯୋଗଦାନ କରିବ । ଉଦଘାଟନ ସମାରୋହରେ ସାମିଲ ହୋଇଥିବାରୁ କ୍ୱିନ୍ସଲାଣ୍ଡ ଗଭର୍ଣ୍ଣର ଡ.ଜେନେଟ୍ ୟଙ୍ଗ ଏବଂ ମନ୍ତ୍ରୀ ରୋସ୍ ବେଟ୍ସ ଏବଂ ଫିୟୋନା ସିମ୍ପନ୍ସନଙ୍କୁ ଧନ୍ୟବାଦ ।'

ଜୟଶଙ୍କର କହିଛନ୍ତି ନୂଆ ବାଣିଜ୍ୟିକ ଦୂତାବାସର ଉଦଘାଟନ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ମାଇଲଖୁଣ୍ଟ ଅଟେ । ଏହାସହ କ୍ୱିନ୍ସଲାଣ୍ଡ ରାଜ୍ୟର ବଢୁଥିବା ଗୁରୁତ୍ୱକୁ ସ୍ୱୀକୃତି ଦେଉଛି । ଉଲ୍ଲେଖଯୋଗ୍ୟ ଯେ ଅଷ୍ଟ୍ରେଲିଆରେ ବାସ କରୁଥିବା ପ୍ରାୟ ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରାୟ ୧ ଲକ୍ଷ କ୍ୱିନ୍ସଲାଣ୍ଡରେ ବାସ କରୁଛନ୍ତି । 

ଭାରତ ହେଉଛି ଅଷ୍ଟ୍ରେଲିଆର ଷଷ୍ଠ ସବୁଠୁ ବଡ଼ ବାଣିଜ୍ୟିକ ସହଯୋଗୀ । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟ ୨୦୨୧ରେ ୨୨.୨ ବିଲିୟନ ଡଲାରରୁ ବଢି ୨୦୨୨ରେ ୩୧.୪ ବିଲିୟନ୍ ଡଲାର ଥିଲା । ଏହି ଅବଧିରେ ଅଷ୍ଟ୍ରେଲିଆକୁ ଭାରତର ରପ୍ତାନୀ ୨୦୨୧ରେ ୬.୩ ବିଲିୟନ୍ ଡଲାରରୁ ବଢି ୩୮ ପ୍ରତିଶତ ବଢି ୮.୭ ବିଲିୟନ ଡଲାର ହୋଇଥିଲା । ୨୦୨୪ ଜୁଲାଇ ସୁଦ୍ଧା କ୍ୱିନ୍ସଲାଣ୍ଡର ଭାରତକୁ ରପ୍ତାନୀ ୪.୫ ବିଲିୟନ ଡଲାର ଥିବା ବେଳେ ଆମଦାନୀ ୩୭୫ ମିଲିୟନ ଡଲାର ଥିଲା । କେବେ କ୍ୱିନ୍ସଲାଣ୍ଡର ମୋଟ ବୈଶ୍ୱିକ ରପ୍ତାନୀରେ ଭାରତ ଅଂଶ କେବଳ ୩.୯୫ ପ୍ରତିଶତ ଥିଲା, ଯାହାର ମୂଲ୍ୟ ୧୧୩. ବିଲିୟନ ଡଲାର ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.