ପୂର୍ବତନ ଟ୍ୱିଟର ସିଇଓ ପରାଗ ଅଗ୍ରଓ୍ୱାଲଙ୍କ ପାଇଁ ଖୁସି ଖବର, ଏଲନ୍ ମସ୍କଙ୍କୁ ଲାଗିଲା ବଡ଼ ଝଟକା

Published By : Prameya-News7 Bureau | November 04, 2024 IST

News7

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ଏଲନ୍ ମସ୍କଙ୍କୁ ବଡ଼ ଝଟକା। ପୂର୍ବତନ ଟ୍ୱିଟର ସିଇଓ ପାରାଗ ଅଗ୍ରୱାଲ ଏବଂ ଅନ୍ୟ ଅଧିକାରୀମାନଙ୍କ ଅଭିଯୋଗ କ୍ରମେ ମସ୍କଙ୍କ ବିରୋଧରେ ମାମଲା ଦାୟର କରିବାକୁ କାଲିଫର୍ଣ୍ଣିଆ କୋର୍ଟ ଅନୁମତି ଦେଇଛନ୍ତି। ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, କୋର୍ଟ କହିଛନ୍ତି ଯେ ୨୦୨୨ ମସିହାରେ ଟ୍ୱିଟର କିଣିବାବେଳେ ମସ୍କ ଏହି କାର୍ଯ୍ୟନିର୍ବାହୀମାନଙ୍କୁ କୌଣସି ସୂଚନା ନ ଦେଇ ବରଖାସ୍ତ କରିଥିଲେ। ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ମସ୍କ ସେମାନଙ୍କୁ ଇସ୍ତଫା ଦେବାର ସୁଯୋଗ ଦେଇନାହାଁନ୍ତି ଏବଂ ଠକାମିରେ ସେମାନଙ୍କୁ ବରଖାସ୍ତ କରିଛନ୍ତି।

ପୂର୍ବତନ କାର୍ଯ୍ୟନିର୍ବାହୀମାନେ ମସ୍କଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ପରାଗ ଅଗ୍ରୱାଲଙ୍କ ବ୍ୟତୀତ ପୂର୍ବତନ ସିଏଫଓ ନେଡ ସେଗାଲ, ଲ ଆଣ୍ଡ୍‌ ପଲିସି ହେଡ୍‌ ବିଜୟ ଗଡେ ଏବଂ ପୂର୍ବତନ ଟ୍ୱିଟର ସାଧାରଣ ପରାମର୍ଶଦାତା ସଚିନ ଏଡେଟ ମସ୍କଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି।

ପୁରା ମାମଲାଟି ଏମିତି-

ମସ୍କ ୨୦୨୨ରେ ଟ୍ୱିଟର କିଣି ଏହାର ନାମ 'ଏକ୍ସ'ରେ ବଦଳାଇଥିଲେ। ସେ ଚାକିରିରୁ ବହିଷ୍କାର କରିବା ପରେ ଅଧିକାରୀମାନଙ୍କୁ ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା (ସର୍ଭିସ ପେ) ଦେଇ ନଥିବା ଅଭିଯୋଗ ହୋଇଛି। ମାର୍ଚ୍ଚ ୨୦୨୪ରେ ପୂର୍ବତନ କାର୍ଯ୍ୟନିର୍ବାହୀମାନେ ମସ୍କଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେ କହିଛନ୍ତି ଯେ ମସ୍କ ତାଙ୍କୁ ଏକ ବର୍ଷର ବେତନ ଏବଂ ଅନ୍ୟାନ୍ୟ ସୁବିଧା ପ୍ରତିଶ୍ରୁତି ଦେଇଥିଲେ, ଯାହା ସେ ପାଇ ନଥିଲେ।

ଏହି ମାମଲାର ଶୁଣାଣି କରୁଥିବା ଆମେରିକାର କାଲିଫର୍ଣ୍ଣିଆ କୋର୍ଟ ୱାଲ୍ଟର ଆଇଜାକ୍ସନଙ୍କ ଦ୍ୱାରା ଲିଖିତ ମସ୍କଙ୍କ ଜୀବନୀକୁ ଦର୍ଶାଇଛନ୍ତି। ତେବେ 'ଆକ୍ସି'ର ପ୍ରତିନିଧୀମାନେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ମସ୍କଙ୍କ ବିରୋଧରେ ଅନ୍ୟାନ୍ୟ ଅନେକ ମାମଲା ବିଚାରାଧୀନ ଅଛି। ଟ୍ୱିଟର କିଣିବା ପରେ ସେ ଅନେକ କର୍ମଚାରୀଙ୍କୁ ବରଖାସ୍ତ କରିଥିଲେ। ଏହି କର୍ମଚାରୀଙ୍କ ମଧ୍ୟରୁ ଅନେକ ମସ୍କଙ୍କୁ ଅନ୍ୟାୟ ଭାବରେ ବିଦା କରିଥିବା ଅଭିଯୋଗ କରିଛନ୍ତି।

ଟ୍ୱିଟରର ପୂର୍ବତନ କୋର ଟେକ୍ ଜେନେରାଲ୍ ମ୍ୟାନେଜର ନିକୋଲାସ୍ କଲଡୱେଲ ମଧ୍ୟ ମସ୍କଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। କାଲଡୱେଲ ୨୦ ମିଲିୟନ ଡଲାର କ୍ଷତିପୂରଣ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.