ଚୀନରେ ଭୂତାଣୁର ପ୍ରକୋପ ପାଇଁ ଘୋଷଣା ହୋଇଛି କି ଏମର୍ଜେନ୍ସି ? ଜାଣନ୍ତୁ ପୂରା ମାମଲା

Published By : Prameya-News7 Bureau | January 02, 2025 IST

ନୂଆଦିଲ୍ଲୀ: ଏକ୍ସ (ପୂର୍ବେ ଟ୍ୱିଟର) ଏବଂ ଅନ୍ୟ ସୋସିଆଲ୍ ମିଡିଆ ଫ୍ଲାଟଫର୍ମରେ କଥିତ ରୂପେ ଚୀନରେ ପୁଣି ଏକ ମହାମାରୀ ଆରମ୍ଭ ହେଇଥିବା ଦାବି କରାଯାଇଛି । ଦାବି କରାଯାଉଛି ଯେ ଏଥିପାଇଁ ଚୀନ ହେଲ୍ଥ ଏମର୍ଜେନ୍ସି ଘୋଷଣା କରିଛି । ତେବେ ଚୀନରେ ଏଭଳି କୌଣସି ଏମର୍ଜେନ୍ସି ଘୋଷଣା ହୋଇଥିବା ବର୍ତ୍ତମାନ ସୁଦ୍ଧା ପ୍ରମାଣ ନାହିଁ ।


ସେପଟେ କିନ୍ତୁ ଚୀନରେ ହ୍ୟୁମନ୍ ମେଟାନ୍ୟୁମୋଭାଇରସ ସଂକ୍ରମଣ ବଢିବାରେ ଲାଗିଛି । ଯେଉଁଥିରେ ଲୋକଙ୍କ ମଧ୍ୟରେ ଶ୍ୱାସ ରୋଗ ବଢିବାରେ ଲାଗିଛି । ଫାଇନାନସିଆଲ୍ ଏକ୍ସପ୍ରେସ୍ ଅନୁସାରେ, ଏହି ଭାଇରାସ ୨୦୦୧ରେ ଚିହ୍ନଟ ହୋଇଥିଲା । ଏଥିରେ ୧୪ ବର୍ଷକୁ କମ ବୟସର ପିଲା ପୀଡିତ ହୁଅନ୍ତି । ଚୀନର ରୋଗ ନିୟନ୍ତ୍ରଣ ଏବଂ ନିରୋଧକ ପ୍ରାଧିକରଣ ଏହି ମାମଲାର ଯାଞ୍ଚ କରିବା ସହ ଲ୍ୟାବ୍ ରିପୋର୍ଟିଂ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଫାଇନାନସିଆଲ୍ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ଡିସେମ୍ୱର ୧୬ରୁ ୨୨ ମଧ୍ୟର ଡାଟା ଅନୁସାରେ, ଶ୍ୱାସ ରୋଗରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବିଶେଷ ରୂପେ HMPVରେ ବୃଦ୍ଧି ପାଇଛି ।  

ଅନ୍ୟପଟେ ଚୀନର ରୋଗ ନିୟନ୍ତ୍ରଣ ପ୍ରାଧିକରଣ ଅଧିକାରୀଙ୍କ କହିବା ଅନୁସାରେ ଅଜଣା ନିମୋନିଆ ପାଇଁ ଏକ ନିରୀକ୍ଷଣ ପ୍ରଣାଳୀର ପରୀକ୍ଷଣ କରାଯାଇଛି । ଏକ ସମର୍ପିତ ପ୍ରଣାଳୀର ଉଦ୍ଦେଶ୍ୟ ହେଉଛି ଅଜଣା ରୋଗର ମୁକାବିଲା ପାଇଁ ପ୍ରୋଟୋକଲ ସ୍ଥାପନ କରିବା । ଉଲ୍ଲେଖଯୋଗ୍ୟ ଯେ ୫ ବର୍ଷ ପୂର୍ବେ ଚୀନରୁ ବାହାରି ଥିବା କରୋନା ଭୂତାଣୁ ବୈଶ୍ୱିକ ମହାମାରୀର ରୂପ ନେଇଥିଲା ଏବଂ ସେତେବେଳେ ଦେଶରେ ମୁକାବିଲା ପ୍ରସ୍ତୁତି ଅତ୍ୟନ୍ତ ନିମ୍ନ ସ୍ତରର ଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.