ବେଜିଂ ୪।୧: ଉତ୍ତର ଚୀନ୍ର ଲିଙ୍ଗୁଆଙ୍ଗ ପନିପରିବା ବଜାରରେ ଶନିବାର ଭୀଷଣ ଅଗ୍ନିକାଣ୍ଡ ହୋଇଛି, ଫଳରେ ୮ ଜଣ ପ୍ରାଣ ହରାଇଛନ୍ତି। ରିପୋର୍ଟ ଅନୁସାରେ ନିଆଁ ଲାଗିବା ଯୋଗୁ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସମୟାନୁସରେ ସକାଳ ପ୍ରାୟ ୮ଟା ୪୦ ମିନିଟରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ଏହି ବଜାରଟି ଉତ୍ତର-ପଶ୍ଚିମ ଚୀନର ଝାଙ୍ଗଜିୟାକୌ ସହରରେ ରହିଛି। ବଜାରରେ ନିଆଁ ଲାଗିବାର କାରଣ ଜଣାପଡି ନାହିଁ। ସେହିପରି ଅଗ୍ନିକାଣ୍ଡ ଜନିତ କ୍ଷୟକ୍ଷତି ଆକଳନ ରିପୋର୍ଟ ମଧ୍ୟ ଆସି ନାହିଁ।
Eight people are dead and 15 injured after a fire broke out at a vegetable market in Zhangjiakou, northern China, on Saturday morning. The blaze, which started at 8:40 AM, was largely extinguished by noon. The cause of the fire is under investigation. pic.twitter.com/iG6IgIRJIe
— Volcaholic 🌋 (@volcaholic1) January 4, 2025
କିୟାଓକ୍ସି ଡିଷ୍ଟ୍ରିକ୍ଟ ପ୍ୟୁପିଲସ୍ ଗଭର୍ଣ୍ଣମେଣ୍ଟ ସୂଚନା ଅନୁସାରେ ଆହତଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲ ପହଞ୍ଚା ଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ବଜାରରେ ନିଆଁ ଲାଗିଯାଇଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ବଜାର ହୁତହୁତ ହୋଇ ଜଳୁଥିବାର ଦେଖାଯାଉଛି। ନିଆଁ ଲାଗିଥିବା ଅଞ୍ଚଳରୁ ଉଠୁଥିବା କଳା ଧୂଆଁ ବେଶ ଦୂର ପର୍ଯ୍ୟନ୍ତ ଦେଖାଯାଉଛି। ଅଗ୍ନିକାଣ୍ଡରେ ବଜାରଟି ଜଳିପୋଡ ଛାରଖାର ହୋଇଯାଇଛି।