କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଇସ୍ତଫା, ଭାରତ ବିରୋଧୀ ମନ୍ତବ୍ୟ ପାଇଁ ଥିଲେ ବିବାଦରେ

Published By : Prameya-News7 Bureau | January 06, 2025 IST

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ନିଜ ସରକାରର ଏବଂ ବ୍ୟକ୍ତିଗତ ସମାଲୋଚନା ମଧ୍ୟରେ ଟ୍ରୁଡୋ ଏହି ନିଷ୍ପତ୍ତି ନେଇଛନ୍ତି । ଦେଶବାସୀଙ୍କୁ କରିଥିବା ସମ୍ୱୋଧନରେ ଟ୍ରୁଡୋ ନିଜ ଇସ୍ତଫା କଥା ଘୋଷଣା କରିଛନ୍ତି । ନିଜ ଦଳ ଲିବେରାଲ ପାର୍ଟିର ଅଧ୍ୟକ୍ଷରୁ ନେତା ଚୟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଡ୍ରୁଟୋ ଅପିଲ୍ କରିଛନ୍ତି । ଟ୍ରୁଡୋ କହିଛନ୍ତି ଯେ ସଂସଦର କାର୍ଯ୍ୟ ମାର୍ଚ୍ଚ ୨୪ ଯାଏ ସ୍ଥଗିତ ରହିବ । ଏହାସହ ନୂଆ ନେତା ଚୟନ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ ।

ଶାସକ ଲିବେରାଲ ପାର୍ଟିର ନେତା ପଦରୁ ମଧ୍ୟରେ ଟ୍ରୁଡୋ ଇସ୍ତଫା ଦେଇଛନ୍ତି । ୫୩ ବର୍ଷୀୟ ଟ୍ରୁଡୋ ସୋମବାର ଓଟାଭାରେ ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି, 'ପାର୍ଟିର ନୂଆ ନେତା ଚୟନ କରାଯିବା ପରେ ଦଳର ନେତା ଏବଂ ପ୍ରଧାନମନ୍ତ୍ରୀ ପଦରୁ ନିଷ୍ପତ୍ତି ଦେବି ।' ନୂଆ ନେତା ଚୟନ ପର୍ଯ୍ୟନ୍ତ ଟ୍ରୁଡୋ ଦେଶର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ରହିବେ । ଟ୍ରୁଡୋଙ୍କ ଏହି ଘୋଷଣା ସହ ତାଙ୍କର ୯ ବର୍ଷର କାର୍ଯ୍ୟକାଳ ଶେଷ ହୋଇଛି । ପାର୍ଟି ଭିତରେ ଟ୍ରୁଡୋଙ୍କ ନେଇ ଅସନ୍ତୋଷ ବଢିବାରେ ଲାଗିଥିଲା । ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ କାନାଡାରେ ସଂସଦୀୟ ନିର୍ବାଚନ ହେବ । ଏହା ପୂର୍ବରୁ ନେତୃତ୍ୱ ପରିବର୍ତ୍ତନ ଦାବି ଦଳ ଭିତରେ ଜୋର ଧରିଥିଲା । 

ଲିବେରାଲ ପାର୍ଟିର ଅନେକ ବଡ଼ ନେତା ସାର୍ବଜନୀନ ମଞ୍ଚରୁ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଥିଲେ । ଏପରିକି ତାଙ୍କ ନିଜ ଦଳର ୨୦ ସାଂସଦ ଏକ ଚିଠିରେ ହସ୍ତାକ୍ଷର କରି ଡ୍ରୁଟୋଙ୍କ ଇସ୍ତଫା ଦାବି କରିଥିଲେ । ଉପପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଥିବା କ୍ରିଷ୍ଟ୍ରିୟା ଫ୍ରିଲାଣ୍ଡଙ୍କ ଇସ୍ତଫା ପରେ ଜଷ୍ଟିନ ଟ୍ରୁଡୋଙ୍କ ଉପରେ ଦଳ ଭିତରେ ହିଁ ଅଧିକ ଚାପ ବଢିଥିଲା ।

ଜଷ୍ଟିନ ଟ୍ରୁଡୋ ୨୦୧୫ରେ କାନାଡାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । କନଞ୍ଜରଭେଟିବ ପାର୍ଟିର ୧୦ ବର୍ଷର ଶାସନ ପରେ ତାଙ୍କ ଦଳ କ୍ଷମତାକୁ ଫେରିଥିଲା । ଟ୍ରୁଡୋଙ୍କ ପ୍ରଥମ କାର୍ଯ୍ୟକାଳରେ ତାଙ୍କ ଉଦାରନୀତି ପାଇଁ ପ୍ରଶଂସା କରାଯାଇଥିଲା । କିନ୍ତୁ ଦ୍ୱିତୀୟ କାର୍ଯ୍ୟକାଳ ବେଶ ବିବାଦୀୟ ହୋଇଥିଲା । ଜଷ୍ଟିନ ଟ୍ରୁଡୋ ୧୧ ବର୍ଷ ଯାଏ ଲିବେରାଲ ପାର୍ଟି ମୁଖ୍ୟ ଏବଂ ପ୍ରଧାନମନ୍ତ୍ରୀ ଭାବେ ୯ ବର୍ଷ ରହିଥିଲେ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.