ନୂଆଦିଲ୍ଲୀ: ଆମେରିକାର ସେଣ୍ଟ୍ରାଲ ନ୍ୟୁ ଅରଲ୍ୟାନ୍ସ ସହରରେ ଟ୍ରକ୍ ହମଲା ପରେ ପୁଣି ଏକ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି । ଆମେରିକାର ନ୍ୟୁୟର୍କର ଏକ ନାଇଟ୍ କ୍ଲବରେ ବଡ଼ ଧରଣର ଗୁଳିମାଡ଼ ହୋଇଛି । ଏଥିରେ ୧୧ଜଣ ଆହତ ହୋଇଥିବା ସୂଚନା ରହିଛି ।
ନ୍ୟୁୟର୍କର କ୍ବିନ୍ସ ସହରରୁ ଏହି ଖବର ଆସିଛି । ଅମାଚୁରୀ ନାଇଟ୍ କ୍ଲବ୍ରେ ଗୁଳିମାଡ଼ ହୋଇଛି । ନ୍ୟୁ ଅରଲ୍ୟାନ୍ସ ସହରରେ ନୂଆବର୍ଷ ପାଳନ ବେଳେ ଲୋକଙ୍କ ଉପରେ ଟ୍ରକ୍ ମାଡ଼ିଯିବାର କିଛି ଘଣ୍ଟାରେ ପରେ ଲାସ୍ ଓ୍ବଗସ୍ରେ ଟ୍ରମ୍ପ ଇଣ୍ଟର ନ୍ୟାସନାଲ ହୋଟେଲ୍ ବାହାରେ ଟେସଲା ସାଇବରଟ୍ରକ୍ ବ୍ଲାଷ୍ଟ୍ ହୋଇଥିଲା । ଏହାର ୨୪ ଘଣ୍ଟା ପରେ ନ୍ୟୁୟର୍କ ନାଇଟ୍ କ୍ଲବରେ ଗୁଳିମାଡ଼ ତୃତୀୟ ଘଟଣା । ଏହି ଗୁଳିକାଣ୍ଡରେ ୧୧ଜଣ ଆହତ ହୋଇଛନ୍ତି । ନ୍ୟୁୟର୍କର ପୋଲିସ କିଛି ୟୁନିଟ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏହାର ସହିତ ଘଟଣାର ଯାଞ୍ଚ ଆରମ୍ଭ କରିଛି ।
ଏବା ପୂର୍ବରୁ ବୁଧବାର ଆମେରିକାର ସେଣ୍ଟ୍ରାଲ ନ୍ୟୁ ଅରଲ୍ୟାନ୍ସ ସହରରେ ଟ୍ରକ୍ ହମଲା । ଆତଙ୍କବାଦୀମାନେ ଆଇଏସ୍ଆଇଏସ ପତାକା ଲାଗିଥିବା ଏକ ପିକ୍ଅପ୍ ଭ୍ୟାନରେ ଆସି ଲୋକେ ଜିରୋ ନାଇଟ୍ ସେଲିବ୍ରେସନ କରୁଥିବା ସ୍ଥାନରେ ଗାଡ଼ ଦ୍ରୁତଗତି ଚଢ଼ାଇ ଦେଇଥିଲେ । ଏଥିରେ ୧୫ଜଣ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ଆତଙ୍କାବାଦୀମାନେ ଆଇଏସଆଇଏସ ସଂଗଠନ ସହ ଲିଙ୍କ୍ ଥିବା ସ୍ପଷ୍ଟ ହୋଇଛି । ଏପଟେ ନାଇଟ୍ କ୍ଲବରେ ଗୁଳିମାଡ଼ ଘଟଣା ଆମେରିକା ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।