ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ କଲା ବିଜେପି, ଓଡ଼ିଶା ପାଇଁ ସଞ୍ଜୟ ଜୈସ୍ୱାଲ, ମଧ୍ୟପ୍ରଦେଶ ଦାୟିତ୍ୱରେ ଧର୍ମେନ୍ଦ୍ର

Published By : Prameya-News7 Bureau | January 02, 2025 IST

ନୂଆଦିଲ୍ଲୀ: ପ୍ରଦେଶ ଅଧ୍ୟକ୍ଷ ଏବଂ ରାଷ୍ଟ୍ରୀୟ ପରିଷଦର ସଦସ୍ୟଙ୍କ ନିର୍ବାଚନ ପାଇଁ ବିଜେପି ନର୍ବାଚନ ଅଧିକାରୀଙ୍କ ନାଁ ଘୋଷଣା କରିଛି । କେନ୍ଦ୍ରମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ରାଜ୍ୟରେ ଦଳୀୟ ନିର୍ବାଚନକୁ ସୂଚାରୁ ରୂପା ପରିଚାଳନା କରିବା ପାଇଁ ଦାୟିତ୍ୱ ଦିଆଯାଇଛି ।

ଉତ୍ତର ପ୍ରଦେଶ ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ବିହାର ପାଇଁ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଏବଂ ମଧ୍ୟପ୍ରଦେଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନ ଅଧିକାରୀ ନିଯୁକ୍ତ କରିଛି ବିଜେପି । ସେହିପରି ସୁନୀଲ ବଂଶଲଙ୍କୁ ଗୋଆର ନିର୍ବାଚନ ଅଧିକାରୀ କରାଯାଇଛି । ଭୁପେନ୍ଦ୍ର ଯାଦବଙ୍କୁ ଗୁଜରାଟ, ଶିବରାଜ ସିଂ ଚୌହାନଙ୍କୁ କର୍ଣ୍ଣାଟକ, ଓଡ଼ିଶା ପାଇଁ ସଞ୍ଜୟ ଜୈସ୍ୱାଲଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦେଇଛି ଦଳ ।

ଆଣ୍ଡାମାନ ନିକୋବର ପାଇଁ ତମିଲିସାଇ ସୁନ୍ଦରରାଜନ, ଆନ୍ଧ୍ର ପ୍ରଦେଶ ପାଇଁ ପିସି ମୋହନ, ଅନୁଣାଚଳ ପ୍ରଦେଶ ପାଇଁ ସର୍ବାନନ୍ଦ ସୋନୱାଲ, ଆସାମ ପାଇଁ ଗଜେନ୍ଦ୍ର ସିଂ ଶେଖାୱତ, ଚଣ୍ଡିଗଡ଼ ପାଇଁ ସରଦାର ନରିନ୍ଦର ସିଂହ ରୈନା, ଛତିଶଗଡ଼ ପାଇଁ ବିନୋଦ ତାୱଡେ, ଦାଦରା ଓ ନଗର ହାଭେଲି ଡମନ ଏବଂ ଡିଉ ପାଇଁ ରାଧା ମୋହନ ଦାସ ଅଗ୍ରୱାଲ, ହରିୟାଣା ପାଇଁ ଅରୁଣ ସିଂହ, ହିମାଚଳ ପ୍ରଦେଶ ପାଇଁ ଜିତେନ୍ଦ୍ର ସିଂହ, ଜାମ୍ମୁ କାଶ୍ମୀର ପାଇଁ ସଞ୍ଜୟ ଭାଟ୍ଟିୟା, କେରଳ ପାଇଁ ପ୍ରହ୍ଲାଦ ଯୋଶୀ, ଲଦାଖ ପାଇଁ ଜୟରାମ ଠାକୁର, ଲାକ୍ଷାଦ୍ୱୀପ ପାଇଁ ପୋନ.ରାଧାକୃଷ୍ଣ, ମେଘାଳୟ ପାଇଁ ଜର୍ଜ କୁରିୟନଙ୍କୁ ନିର୍ବାଚନ ଅଧିକାରୀ କରିଛି ଦଳ ।

ସେହିପରି ମିଜୋରାମ ପାଇଁ ବାନତି ଶ୍ରୀନିଭାସନ, ନାଗାଲାଣ୍ଡ ପାଇଁ ଭି.ମୁରଲୀଧରନ, ପୁଡୁଚେରୀ ପାଇଁ ତରୁଣ ଚୁଘ, ରାଜସ୍ଥାନ ପାଇଁ ବିଜୟ ରୁପାଣୀ, ସିକ୍କିମ ପାଇଁ କିରଣ ରିଜିଜୁ, ତାମିଲନାଡୁ ପାଇଁ ଜି.କିଷନ ରେଡ୍ଡି, ତେଲଙ୍ଗାନା ପାଇଁ କୁମାରୀ ଶୋଭା କରନ୍ଦଲାଜେ ଏବଂ ତ୍ରିପୁରା ପାଇଁ ଜୁଏଲ ଓରାମଙ୍କୁ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଛି । 

ବିଜେପିର ସମ୍ୱିଧାନ ଅନୁସାରେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ୫୦ ପ୍ରତିଶତ ରାଜ୍ୟରେ ସଂଗଠନ ନିର୍ବାଚନ ହୋଇଥାଏ । ଜାନୁଆରୀ ୧୫ ଯାଏ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ନିର୍ବାଚନ କରାଯିବ । ସଂକ୍ରାନ୍ତି ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.