ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଝାଡ଼ଖଣ୍ଡରେ ନିର୍ବାଚନୀ ସଭାକୁ ସମ୍ୱୋଧନ କରିଛନ୍ତି । ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପିଏମ୍ ମୋଦୀ ପ୍ରଚାର ମୈଦାନକୁ ଓହ୍ଲାଇ ଝାଡ଼ଖଣ୍ଡ ସରକାର ଉପରେ ଜୋରଦାର ହମଲା କରିଛନ୍ତି । ପ୍ରଥମ ରାଲିରେ ହିଁ ଜେଏମ୍ଏମ୍, କଂଗ୍ରେସ ଏବଂ ଆରଜେଡି ମେଣ୍ଟକୁ ଘେରିବା ସହ ଅନୁପ୍ରବେଶ ପ୍ରସଙ୍ଗକୁ ବଡ଼ କରି ଉଠାଇଛନ୍ତି । ପାର୍ବଣରେ ପଥର ମାଡ଼ ଘଟଣା ଉଲ୍ଲେଖ କରି, ବିପଦ କେତେ ବଡ଼ ବୁଝିଯିବା ଦରକାର ବୋଲି ପିଏମ୍ ମୋଦୀ କହିଛନ୍ତି ।
ନିର୍ବାଚନୀ ରାଲିକୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଜେଏମ୍ଏମ୍, କଂଗ୍ରେସ, ଆରଜେଡି ତୁଷ୍ଟୀକରଣ ରାଜନୀତିକୁ ଚରମରେ ପହଞ୍ଚାଇଛନ୍ତି । ଏହି ତିନି ଦଳ ସାମାଜର ରୀତିନୀତି ଏବଂ ସାମାଜିକ ମୂଲ୍ୟବୋଧକୁ ଭାଙ୍ଗିବାରେ ଲାଗିଛନ୍ତି । ପିଏମ୍ ମୋଦୀ ନିଜ ଭାଷଣରେ ସ୍କୁଲରେ ପ୍ରାର୍ଥନା ପରିବର୍ତ୍ତନ କରିବା, ଧାର୍ମିକ ଶୋଭାଯାତ୍ରା ଉପରେ ପଥରମାଡ଼ ଏବଂ ମାଆ ଦୁର୍ଗାଙ୍କ ବିସର୍ଜନରେ ବାଧା ସୃଷ୍ଟି କରିବା ପ୍ରସଙ୍ଗ ଉଲ୍ଲେଖ କରି ବିପଦ କେତେ ବଡ଼ ବୁଝିଯିବା ଦରକାର ବୋଲି କହିଛନ୍ତି ।
#WATCH | Chaibasa | #JharkhandAssemblyElections2024 | PM Narendra Modi says, "The entire Jharkhand is saying today - 'Roti, beti aur maati ki pukaar, Jharkhand me BJP-NDA sarkar'... When the BJP government was formed for the first time, Atal Bihari Bajpayee got the opportunity in… pic.twitter.com/OAEdQOgayM
— ANI (@ANI) November 4, 2024
ପ୍ରଧାନମନ୍ତ୍ରୀ କହିଛନ୍ତି, 'ଏହି ତିନି ଦଳ ଅନୁପ୍ରବେଶକାରୀଙ୍କୁ ସମର୍ଥନ କରୁଛନ୍ତି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଭୋଟ ପାଇବା ପାଇଁ ସାରା ଝାଡ଼ଖଣ୍ଡରେ ଶରଣ ଦେଉଛନ୍ତି । ସ୍କୁଲରେ ସରସ୍ୱତୀ ବନ୍ଦନା ଉପରେ ରୋକ ଲଗାଯାଉଛି । ପାର୍ବଣରେ ପଥର ମାଡ଼ ହେଉଛି, ମାଆ ଦୁର୍ଗାଙ୍କ ଯାତ୍ରାକୁ ରୋକା ଲଗାଯାଉଛି, କର୍ଫ୍ୟୁ ଲାଗୁ କରାଯାଉଛି । ସ୍ଥିତି କେତେ ବିପଦଜ୍ଜନକ ରହିଛି ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି । ବିବାହ ନାଁରେ ଝିଅମାନଙ୍କ ସହ ଯେତେବେଳେ ଧୋକା ହୁଏ, ସେତେବେଳେ ସ୍ଥିତି ଅସମ୍ଭାଳ ହୋଇସାରିଛି ବୋଲି ଜଣାପଡ଼େ । ଯେତେବେଳେ ଅନୁପ୍ରବେଶ ମାମଲା କୋର୍ଟରେ ପହଞ୍ଚେ ଏବଂ ପ୍ରଶାସନ ଏହାକୁ ଖଣ୍ଡନ କରେ, ସେତେବେଳେ ସରକାରୀ ତନ୍ତ୍ର ଭ୍ରଷ୍ଟ ହୋଇସାରିଥିବା ସ୍ପଷ୍ଟ ହୁଏ ।' ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏମାନେ ‘ରୋଟି-ବେଟି-ମାଟି’ ଛଡ଼ାଇ ନେଉଛନ୍ତି । ଦଳ ପାଇଁ ଭୋଟ୍ ଅପିଲ୍ କରି ପିଏମ୍ କହିଛନ୍ତି ଯେ ଆପଣଙ୍କ ଗୋଟିଏ ଗୋଟିଏ ଭୋଟ୍ ରୋଟି-ବେଟି-ମାଟିକୁ ରକ୍ଷା କରିବ ।