ସୈନ୍ୟ ଇତିହାସରେ ପ୍ରଥମ ଥର, ୨ ସହପାଠୀ ସ୍ଥଳ ସେନା ଏବଂ ନୌସେନାର ହେବେ ମୁଖ୍ୟ

Published By : Prameya-News7 Bureau | June 29, 2024 IST

ନୂଆଦିଲ୍ଲୀ: ଭାରତୀୟ ସୈନ୍ୟ ଇତିହାସରେ ପ୍ରଥମ ଥର ଦୁଇ ସହପାଠୀ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ଆଡମିରଲ ଦିନେଶ ତ୍ରିପାଠୀ, ଭାରତୀୟ ସ୍ଥଳ ସେନା ଏବଂ ନୌସେନାର ମୁଖ୍ୟ ହେବେ । ମଧ୍ୟପ୍ରଦେଶର ସୈନିକ ସ୍କୁଲ ରିୱାରୁ ଆସିଥିବା ନୌସେନା ମୁଖ୍ୟ ଆଡମିରଲ ଦିନେଶ ତ୍ରିପାଠୀ ଏବଂ ନୂଆ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ୧୯୭୦ ଦଶକ ଆରମ୍ଭରେ ପଞ୍ଚମ ଶ୍ରେଣୀରେ ମିଶି ପାଠ ପଢୁଥିଲେ । ଦୁଇ ଅଧିକାରୀଙ୍କ ରୋଲ୍ ନମ୍ୱର ମଧ୍ୟ ପାଖାପାଖି ରହିଥିଲା । ଲେଫ୍ଟନାଣ୍ଟ ଦ୍ୱିବେଦୀଙ୍କ ରୋଲ୍ ନମ୍ୱର ୯୩୧ ଏବଂ ଆଡମିରଲ ତ୍ରିପାଠୀଙ୍କ ରୋଲ୍ ନମ୍ୱର ୯୩୮ ଥିଲା ।

ସ୍କୁଲ ବେଳେ ଦୁହେଁ ଭଲ ସାଙ୍ଗ ଥିଲେ ଏବଂ ସେମାନେ ଅଲଗା ଅଲଗା ଜାଗାରେ ରହିବା ପରେ ବି ସବୁବେଳେ ଯୋଗାଯୋଗରେ ରହିଥିଲେ । ଦୁଇ ଅଧିକାରୀଙ୍କୁ ଜାଣିଥିବା ଜଣେ ରକ୍ଷା ଅଧିକାରୀ କହିଛନ୍ତି ଯେ ସେନାରେ ନେତୃତ୍ୱଙ୍କ ମଧ୍ୟରେ ଭଲ ବନ୍ଧୁତା, ସେନା ମଧ୍ୟରେ କାର୍ଯ୍ୟ ସମ୍ୱନ୍ଧକୁ ମଜଭୁତ କରିବାରେ ବହୁ ଗୁରୁତ୍ୱ ରଖିଥାଏ ।


ରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଏ ଭାରତ ଭୂଷଣ ବାବୁ ଟ୍ୱିଟ୍ କରି କହିଛନ୍ତି ଯେ ଦୁଇ ପ୍ରତିଭାଶାଳୀ ଛାତ୍ରଙ୍କୁ ପ୍ରଶିକ୍ଷିତ କରିବାର ଏହା ଦୁର୍ଲଭ ସମ୍ମାନ, ଯାହା ୫୦ ବର୍ଷ ପରେ ନିଜ ନିଜ ସେମାନର ନେତୃତ୍ୱ କରିବେ । ଦୁଇ ସହପାଠୀଙ୍କ ନିଯୁକ୍ତ ମଧ୍ୟ ପ୍ରାୟ ସମାନ ସମୟରେ ହୋଇଥିଲା, ଅର୍ଥାତ୍ ପ୍ରାୟ ଦୁଇ ମାସର ବ୍ୟବଧାନରେ ହୋଇଥିଲା । ଆଡମିରଲ ମେ ୧ରେ ନୌସେନାର ମୁଖ୍ୟ ହୋଇଥିଲେ, ଅନ୍ୟପଟେ ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ଜୁନ୍ ୩୦ରୁ ନୂଆ ସ୍ଥଳ ସେନାଧ୍ୟକ୍ଷ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.