ଇରାନର ବିମାନ ବନ୍ଦରରେ ଭୟଙ୍କର ବିସ୍ଫୋରଣ, ୧୦ ମୃତ, ୪୦୦ରୁ ଅଧିକ ଲୋକ ଆହତ

Published By : Prameya-News7 Bureau | April 26, 2025 IST

ନୂଆଦିଲ୍ଲୀ: ଆମେରିକା ସହ ନୂଆ ପରମାଣୁ ଚୁକ୍ତିକୁ ନେଇ ଚର୍ଚ୍ଚା ଭିତରେ ଇରାନରେ ଭୟଙ୍କର ବିସ୍ଫୋରଣ ହୋଇଛି । ଇରାନର ଏକ ବନ୍ଦରରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ସାମନାକୁ ଆସୁଛି । ସରକାରୀ ମିଡିଆ ଅନୁସାରେ ଶନିବାର ଇରାନର ଅବ୍ବାସ ସହରରେ ସାହିଦ ରାଜାଇ ବନ୍ଦରରେ ଭୟଙ୍କର ବିସ୍ଫୋରଣ ହୋଇଛି, ଏଥିରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଂକା କରାଯାଉଛି । ନିଆଁ ଲିଭାଇବା ପାଇଁ ବନ୍ଦରର ସମସ୍ତ କାର୍ଯ୍ୟକୁ ତତ୍କାଳ ପ୍ରଭାବରୁ ବନ୍ଦ କରାଯାଇଛି । ବିସ୍ଫୋରଣ ପରେ ବନ୍ଦରରେ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ ।

ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି, 'ଶାହିଦ ରାଜାଇ ପୋର୍ଟ ନିକଟ ସମୁଦ୍ର କୂଳରେ ରଖାଯାଇଥିବା କଣ୍ଟେନରରେ ବିସ୍ଫୋଟକ ଥିଲା । ଏହି କାରଣରୁ ବିସ୍ଫୋରଣ ଘଟିଛି । ବର୍ତ୍ତମାନ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପହଞ୍ଚାଯାଉଛି ।' ଇରାନୀ ମିଡିଆ ଅନୁସାରେ ବିସ୍ଫୋରଣ ପରେ ଇରାନର ସୀମା ଶୁଳ୍କ ପ୍ରାଧିକରଣ ସବୁ କଷ୍ଟମ କାର୍ଯ୍ୟାଳୟକୁ ଆଦେଶ ଦେଇ ବନ୍ଦରକୁ ଆସୁଥିବା ଓ ଟ୍ରାଞ୍ଜିଟ୍ ଶପିମେଣ୍ଟ ପଠାଇବା ଉପରେ ରୋକ ଲଗାଇଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବର୍ତ୍ତର ରହିବ ।

ଅନ୍ୟପଟେ ଏହି ଘଟଣାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ କଳା ଧୂଆଁର ଆସ୍ତରଣ ଦେଖିବାକୁ ମିଳୁଛି । ରାଜାଇ ବନ୍ଦରରେ ହୋଇଥିବା ଏହି ବିସ୍ଫୋରଣ ଯୋଗୁଁ ଅନେକ କିଲୋମିଟର ଯାଏ ଘରର କାଚ ଭାଙ୍ଗିଯାଇଛି । ନିଆଁର ଧୂଆଁକୁ ବି ଅନେକ ଲିକୋମିଟର ଦୂର ଯାଏ ନଜର ଆସିଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.