ଆଠଗଡ଼ ୫।୨: ଅବକାରୀ ବିଭାଗ ପକ୍ଷରୁ ଚଢାଉ । ବିପୁଳ ପରିମାଣର ମଦ ଜବତ ସହ ପୋଚ ନଷ୍ଟ । ମାଫିଆ ଫେରାର ହୋଇଯାଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, କଟକ ଅବକାରୀ ଭ୍ରାମ୍ୟମାଣ ଦଳ ଏବଂ ଆଠଗଡ଼ ଅବକାରୀ ପକ୍ଷରୁ ମିଳିତ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀ ରନ୍ଧା ମଦ ସହିତ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି । କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ତିଗିରିଆ ଥାନା ଅନ୍ତର୍ଗତ ଭେଜିଆ, ଭିରୁଡା ଏବଂ ପଣସପାଟଣା ପାଇକସାହିରେ ଚଢାଉ କରାଯାଇଥିଲା । ୧୨୨୫ ଲିଟର ଚୋରା ଦେଶୀ ରନ୍ଧା ମଦ ସହିତ ୧୧୫୮୫ ଲିଟର ଗୁଡ଼ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି । ଏ ବାବଦରେ ୪ଟି ମାମଲା ରୁଜୁ କରାଯାଇଥିବା ବେଳେ କାହାକୁ ଗିରଫ କରିବାରେ ସଫଳ ହୋଇନି ଅବକାରୀ ବିଭାଗ । ଏହି ଚଢାଉରେ ୬ରୁ ଉର୍ଦ୍ଧ୍ବ ବିଭାଗୀୟ ଅଧିକାରୀ ଏହି ଚଢ଼ାଉରେ ସାମିଲ ଥିଲେ ।
ସେପଟେ ମଙ୍ଗଳବାର କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା, ପଣସପାଟଣା ଓ ହରିଡ଼ାପଶି ଗ୍ରାମରେ ଚଢ଼ାଉ କରାଯାଇଥିଲା । ଚଢାଉ ବେଳେ ବିଭିନ୍ନ ସ୍ଥାନରୁ ୧୮୨୦ ଲିଟର ଚୋରା ଦେଶୀ ମଦ ଜବତ ହୋଇଥିଲା । ଏହାସହ ୧୪ ହଜାର ଲିଟର ପୋଚ ନଷ୍ଟ କରିଛି ଅବକାରୀ ବିଭାଗ । ଏହାସହ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।
ଗିରଫ ଅଭିଯୁକ୍ତ ଜଣକ ହେଲେ ହରିଡ଼ାପଶି ଗ୍ରାମର ୨୪ ବର୍ଷ ବୟସ୍କ ସୁପ୍ରିୟ ସାନ୍ତରା । ତାଙ୍କ ନିକଟରୁ ୬୩୦ ଲିଟର ଚୋରା ଦେଶୀ ମଦ କରିବା ସହ ୩୧୫୦ ଲିଟର ପୋଚ ଜବତ କରିଥିଲା ଅବକାରୀ ବିଭାଗ । ଏହି ଚଢ଼ାଉରେ ୧୦ରୁ ଅଧିକ ଅବକାରୀ ବିଭାଗର ଅଧିକାରୀ ସାମିଲ ଥିବା ବେଳେ ୫ଟି ମାମଲା ରୁଜୁ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଥିଲା ।
ଏହି ଅଞ୍ଚଳ ବେଆଇନ ଭାବେ ଚୋରା ଦେଶୀ ମଦର କୁଟୀର ଶିଳ୍ପ ପାଲଟିଛି । ଏହି ଅଞ୍ଚଳରୁ ଦେଶୀ ମଦ ପ୍ରସ୍ତୁତ କରାଯାଇ ଜିଲ୍ଲା ବାହରକୁ ଚୋରା ଚାଲାଣ କରାଯାଇଥାଏ ବୋଲି । ସ୍ଥାନୀୟ ଲୋକେ ବାରମ୍ୱାର ଅଭିଯୋଗ କରି ଆସୁଥିଲେ । ପୂର୍ବରୁ ଆଠଗଡ଼ ଅବକାରୀ ବିଭାଗ ଚଢାଉ କରୁଥିଲେ ମଧ୍ୟ ମଦ ମାଫିଆମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ ।
You Can Read:
ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ : ବେଙ୍ଗାଲୁରୁରେ ବ୍ରହ୍ମପୁରର ୫ ଦାଦନ ଶ୍ରମିକ ଗୁରୁତର