ଶୋଇଥିବା ବେଳେ ଖସିପଡ଼ିଲା ଚାଳ : ଚାଲିଗଲା ବାପାଙ୍କ ଜୀବନ, ବର୍ତ୍ତିଗଲେ ୨ ନାବାଳକ

Published By : Prameya-News7 Bureau | March 13, 2025 IST

ବଣାଇ ୧୩।୩ଏମିତି ବି ଆସେ ମୃତ୍ୟୁ । କିଏ ଜାଣିଥିଲା ଚାଳରେ ଛକି ବସିଥିଲା ଯମ । ଘରେ ଶୋଇଥିବା ବେଳେ ଖସିପଡ଼ିଲା ଚାଳ । ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଦୁଇ ପୁଅ । ସୁନ୍ଦରଗଡ଼ ବଣାଇ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗ୍ରାମରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ବଣାଇ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗ୍ରାମ ମୁଣ୍ଡା ସାହିରେ ଘଟିଛି ଅଘଟଣ । ବାପା ଜେନା ମୁଣ୍ଡାରୀ ଏବଂ ଦୁଇ ନାବାଳକ ଶୋଇଥିବା ବେଳେ ଖସିପଡ଼ିଲା ଚାଳ । ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ଦୁଇ ନାବାଳକ ।

ପାଞ୍ଚ ବର୍ଷ ହେଲା ଘର ପାଇଁ ଆବେଦନ କରି ବିଫଳ ହେବା ପରେ ନିଜେ ଏକ ଝାଟିମାଟି ଘର କରି ରହୁଥିଲେ ଜେନା ମୁଣ୍ଡାରୀ l ବୁଧବାର ରାତିରେ ଘର ଛପରରେ ଲାଗିଥିବା କଡି ଭାଙ୍ଗିଯିବା ଫଳରେ ଚାଳ ଖସିପଡ଼ିଥିଲା । ଫଳରେ ଆହତ ଅବସ୍ଥାରେ ଜେନାଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ଗ୍ରାମବାସୀ ଉଦ୍ଧାର କରି ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । 

You Can Read:

କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଉପରୁ ହଟିବ କି ନିଲମ୍ବନ ? ସର୍ବଦଳୀୟ ବୈଠକ ଡ଼ାକିଲେ ବାଚସ୍ପତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.