ମାଲ୍‌ ବୋଝେଇ ଭ୍ୟାନ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | June 30, 2024 IST

ଚୌଦ୍ଵାର: ମାଲ୍‌ ବୋଝେଇ ଭ୍ୟାନ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଟାଙ୍ଗୀ କପିଳାସ ରାସ୍ତା ଭଗତପୁର ମିଲ ଛକରେ । ସେପେଟ ମହିଳାଙ୍କ ମୃତ୍ୟୁକୁ ନେଇ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା । 

ସୂଚନା ଅନୁଯାୟୀ, ମୃତ ମହିଳା ହେଲେ ସ୍ଥାନୀୟ ଭଗତପୁର ଅଂଚଳର ଚିନ୍ତା ବାଈ । ରବିବାର ଅପରାହ୍ନରେ ମହିଳା ନିଜର ଦୁଇ ସନ୍ତାନଙ୍କ ସହ ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ଏକ ଭ୍ୟାନ ସେମାନଙ୍କୁ ଧକ୍କା ଦେଇଥିଲା।  ଏଥିରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହେଇଥିବା ବେଳେ ପିଲାମାନେ ଗୁରୁତର ଆହତ ହୋଇଥିଲେ।  ତେବେ ସ୍ଥାନୀୟ ଲୋକେ ଧକ୍କା ଦେଇଥିବା ଗାଡ଼ି ଡ୍ରାଇଭରକୁ କାବୁ କରିବା ସହିତ ଟାଙ୍ଗୀ ପୋଲିସ ଜିମା ଦେଇଥିଲେ । ଏନେଇ ତହସିଲଦାର କିମ୍ବା ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ ବେଆଇନ ଗାଡ଼ି ପାର୍କିଂ ପାଇଁ ଦୁର୍ଘଟଣା ଘଟିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ କ୍ଷତିପୂରଣ ବାବଦକୁ ୫୦ ହଜାର ଟଙ୍କା ଦାବି କରିଛନ୍ତି। ଏହାସହ ରାସ୍ତାରେ ଟାୟାର ଜାଳି ମଧ୍ୟ ରାସ୍ତା ରୋକ୍‌ କରିଥିଲେ। ତେବେ ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ଟାଙ୍ଗୀ ଚୌଦ୍ଵାର ତହସିଲଦାର ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ରେଡକ୍ରସ ପକ୍ଷରୁ ୨୦ ହଜାର ଟଙ୍କା ସହାୟତା ଦିଆଯିବା ପରେ ରାସ୍ତାରୋକ୍ ହଟିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.