ୟୁନିଫର୍ମ ସିଭିଲ କୋଡ଼କୁ ଆପ୍‌ର ସମର୍ଥନ, ୟୁସିସି ବ୍ୟବସ୍ଥା ଦେଶ ପାଇଁ ଦରକାର ବୋଲି କହିଲା ଦଳ

Published By : Prameya-News7 Bureau | June 28, 2023 IST

ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ କୋଡ଼(ୟୁସିସି) ବା ସମାନ ଆଚରଣ ସଂହିତା ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୟାନ ଦେଇଥିବା ବେଳେ ଆଜି (ଜୁନ ୨୮) ଏହାକୁ ସମର୍ଥନ ଦେଇଛି ଆମ୍‌ ଆଦ୍‌ମୀ ପାର୍ଟି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟା ଦେଇ ଆପ୍‌ର ସାଂଗଠନିକ ସମ୍ପାଦକ ସନ୍ଦୀପ ପାଠକ କହିଛନ୍ତି UCC କାର୍ଯ୍ୟକାରୀ କରିବା ପୂର୍ବରୁ ସମସ୍ତ ଧର୍ମ ଏବଂ ରାଜନୈତିକ ଦଳ ସହ ଆଲୋଚନା କରି ସହମତି ନେବା ଉଚିତ୍।

ସେ କହିଛନ୍ତି “ଆମ୍ ଆଦମୀ ପାର୍ଟି ୟୁସିସିର ଆଦର୍ଶଗତ ଆଭିମୁଖ୍ୟକୁ ସମର୍ଥନ କରେ। ଧାରା ୪୪ରେ ଏହା କୁହାଯାଇଛି ଯେ ୟୁନିଫର୍ମ ସିଭିଲ କୋଡ ରହିବା ଉଚିତ। ତେବେ ଆପ୍ ବିଶ୍ୱାସ କରେ ଯେ ଏହି ନିୟମ ଲାଗୁ କରିବା ପୂର୍ବରୁ ସବୁ ଧର୍ମ ଓ ରାଜନୈତିକ ଦଳ ସହିତ ଆଲୋଚନା କରି ସହମତି ନେବା ଉଚିତ୍।”

{"width":839,"height":472}
The Aam Aadmi Party has expressed its support for the Uniform Civil Code (UCC)

ୟୁସିସିକୁ ସମର୍ଥନ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିକୁ ସମାଲୋଚନା କରିଛନ୍ତି ଶ୍ରୀ ପାଠକ। ନିର୍ବାଚନ ଆସିଲେ ବିଜେପି ଓ ମୋଦୀ ସବୁବେଳେ ଜଟିଳ ପ୍ରସଙ୍ଗ ଆଣନ୍ତି ବୋଲି ଶ୍ରୀ ପାଠକ କହିଛନ୍ତି। ସେ କହିଛନ୍ତି “ଯେତେବେଳେ ନିର୍ବାଚନ ସମୟ ଆସିଲେ ଏହା ବିଜେପିର କାର୍ଯ୍ୟ କରିବାର ଏକ ଅଂଶ। ସେମାନେ ସବୁବେଳେ ଜଳିଟ ଓ ଦ୍ୱନ୍ଦ୍ୱାତ୍ମକ ପ୍ରସଙ୍ଗ ଆଣନ୍ତି। ୟୁସିସି ଲାଗୁ କରିବା ସମସ୍ୟାର ସମାଧାନ କରିବା ପାଇଁ ବିଜେପି ଆଗ୍ରହୀ ନୁହେଁ। ବିଜେପି କେବଳ ଗୁଡ଼ାଏ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଯାହା ଫଳରେ ଦେଶର ବିଭେଦ ସୃଷ୍ଟି ହୋଇପାରିବ। ଏହାପରେ ନିର୍ବାଚନ ଲଢ଼ାଯାଇପାରିବ।”

ପଢ଼ନ୍ତୁ-ଗୋଟିଏ ପରିବାରରେ ଦୁଇ ଜଣଙ୍କ ପାଇଁ ଅଲଗା ନିୟମ ହୋଇପାରିବ ନାହିଁ: ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ଏପରି କହିଲେ ପ୍ରଧାନମନ୍ତ୍ରୀ

ଶ୍ରୀ ପାଠକ ଆହୁରି କହିଛନ୍ତି “ଯଦି ପ୍ରଧାନମନ୍ତ୍ରୀ ମୋଦୀ ଗତ ୯ ବର୍ଷରେ କିଛି କାମ କରିଛନ୍ତି ତେବେ କାମକୁ ନେଇ ତାଙ୍କ ପାଖରେ ସମର୍ଥନ ଥାନ୍ତା। ପ୍ରଧାନମନ୍ତ୍ରୀଙ୍କ ପାଖରେ କାମର ସମର୍ଥନ ନଥିବାରୁ ସେ ୟୁସିସି ମାଧ୍ୟମରେ ସମର୍ଥନ ଯୋଗାଡ଼ କରୁଛନ୍ତି।”

ସୂଚନା ଥାଉକି ଗତକାଲି ମଧ୍ୟ ପ୍ରଦେଶରେ ଭୋପାଳରେ ‘ମେରା ବୁଥ୍ ସବ୍‌ସେ ମଜବୁତ୍‌’ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ୟୁସିସି କଥା ଉଟାଇଥିଲେ। ବିଜେପି ତୁଷ୍ଟିକରଣ ରାଜନୀତି କିମ୍ବା ଭୋଟ ବ୍ୟାଙ୍କ ନୀତି ରାସ୍ତାରେ ଯିବ ନାହିଁ। ବିଜେପି ସନ୍ତୁଷ୍ଟୀକରଣ ରାସ୍ତା ବାଛିବ। “ସୁପ୍ରିମକୋର୍ଟ ବି ୟୁନିଫର୍ମ ସିଭିଲ କୋଡ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। କିନ୍ତୁ ଯେଉଁମାନେ ଭୋଟ୍‌ବ୍ୟାଙ୍କ ରାଜନୀତି କରୁଛନ୍ତି ସେମାନେ ଏହାକୁ ବିରୋଧ କରୁଛନ୍ତି। ଭାରତୀୟ ସମ୍ବିଧାନରେ ବି ଦେଶର ଲୋକଙ୍କ ପାଇଁ ସମାନ ଅଧିକାର ବିଷୟରେ ଉଲ୍ଲେଖ ରହିଛି। ବୋଲି ମୋଦୀ କହିିଛନ୍ତି।

ମୋଦୀ ଆହୁରି କହିଥିଲେ “ ଆମେ ଦେଖୁଛୁ ଯେ କିଛି ଲୋକ ୟୁନିଫର୍ମ ସିଭିଲ କୋଡ଼ ନାଁରେ ଲୋକଙ୍କ ଉସ୍‌କାଉଛନ୍ତି। ଯଦି ଗୋଟିଏ ପରିବାରର ଜଣଙ୍କ ପାଇଁ ଗୋଟିଏ ନିୟମ ଅନ୍ୟ ଜଣଙ୍କ ପାଇଁ ଆଉ ଏକ ନିୟମ ହେବ ତେବେ କଣ ସେ ଘର ଚାଲିପାରିବ?” ତେଣୁ ଏଭଳି ଦ୍ୱିମୁଖୀ ବ୍ୟବସ୍ଥା ହେଲେ ଦେଶ କେମିତି ଚାଲିବ ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ଯଦି ଆପଣଙ୍କର ପୁଅ ଝିଅ ଓ ନାତୀନାତୁଣୀଙ୍କର ଭଲ ଚାହୁଁଛନ୍ତି ତେବେ ବିଜେପିକୁ ଭୋଟ ଦିଅନ୍ତୁ ପରିବାରବାଦ ପାର୍ଟିକୁ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପଢ଼ନ୍ତୁ-ବିରୋଧୀ ଏକତା ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ- ୨୦ ଲକ୍ଷ କୋଟି ଦୁର୍ନୀତିକାରୀ ଗୋଟିଏ ମଞ୍ଚରେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.