ମଧ୍ୟବିତ୍ତଙ୍କ ଉପରେ କେନ୍ଦ୍ରର କରୁଣା! କୋହଳ ହୋଇପାରେ ଆୟକର

Published By : Prameya-News7 Bureau | December 26, 2024 IST

internet

ନୂଆଦିଲ୍ଲୀ: ଟିକସ ଉପରେ ଟିକସ ଲଗାଇ ମଧ୍ୟବିତ୍ତିଙ୍କୁ ଚେପା କରିଦେଇଥିବା କେନ୍ଦ୍ର ସରକାରଙ୍କ ମନ ବଦଳିବ ବଦଳିବ ହେଉଛି। ମଧ୍ୟବିତ୍ତିଙ୍କ ଉପରେ ମୋଦୀ ସରକାରଙ୍କର କରୁଣା ଦୃଷ୍ଟି ପଡ଼ିପାରେ। ଆୟକରରେ କୋହଳ ହୋଇପାରେ। ବର୍ଷକୁ ୧୦ ଲକ୍ଷ ୫୦ ହଜାର ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାର ଆୟକର କୋହଳ କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଖବର ପ୍ରକାଶ ପାଇଛି। ୉

ମଧ୍ୟବିତ୍ତଙ୍କ ଉପରେ ପଡ଼ୁଥିବା ଆୟକର ଚାପକୁ ନେଇ କେନ୍ଦ୍ର ସରକାର ଅନେକ ସମାଲୋଚିତ ହୋଇଛନ୍ତି। ସେପଟେ ଜୀବନ ଧାରଣ ମୂଲ୍ୟ ବଢ଼ି ଚାଲୁଥିବା ବେଳେ ମନ୍ଥର ଅର୍ଥନୀତି ସରକାରଙ୍କୁ ଚିନ୍ତାର ପକାଇଛି। ତେଣୁ ଖର୍ଚ୍ଚ(କଞ୍ଜପସନ) ବଢ଼ାଇକୁ କେନ୍ଦ୍ର ସରକାର ଟ୍ୟାକ୍ସ କୋହଳ କରିବାକୁ ଚିନ୍ତା କରୁଛନ୍ତି ବୋଲି ଖବର ମିଳିଛି।

କେନ୍ଦ୍ର ସରକାରଙ୍କ ବିଶେଷ ସୂତ୍ରରୁ ଖବର ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ରୟଟର୍ସ ଏହି ଖବର ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ ୨୦୨୫ ଫେବ୍ରୁଆରୀ ୧ ବଜେଟ୍ ସେସନ୍‌ରେ ଏହା ଘୋଷଣା କରାଯିବ। ଖର୍ଚ୍ଚ ବଢ଼ାଇବା ସହିତ ଜୀବନ ଧାରଣ ମୂଲ୍ୟ ବୃଦ୍ଧିକୁ ହ୍ରାସ କରିବାକୁ ସରକାର ଏହି ନିଷ୍ପତ୍ତି ନେବେ। ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ବହୁତ ଲୋକ ଉପକୃତ ହେବେ। ବିଶେଷ କରି ସହରାଞ୍ଚଳରେ ଅତ୍ୟଧିକ ଖର୍ଚ୍ଚ ସହ ସଂଗ୍ରାମ କରୁଥିବା ଲୋକଙ୍କୁ ଏଥିରୁ ମୁକ୍ତି ମିଳିବ।  

୨୦୨୦ରେ ଆସିଥିବା ନିୟମ ଅନୁସାରେ, ବର୍ତ୍ତମାନର ସରକାର ୩ ଲକ୍ଷରୁ ୧୦.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ୫% ରୁ ୨୦% ମଧ୍ୟରେ ଟିକସ ଲଗାଯାଇଛି। ସେହିପରି ବାର୍ଷିକ ୧୦.୫ ଲକ୍ଷରୁ ଅଧିକ ଆୟ ହେଲେ ୩୦% ଟିକସ ଲଗାଯାଉଛି। ତେବେ କେତେ ଆୟକର କାଟ କରାଯିବ ସେ ନେଇ କୌଣସି ସୂଚନା ମିଳି ନାହିଁ। ବଜେଟ ସେସନରେ ତାହା ସ୍ଥିର ହେବ ବୋଲି କୁହାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.