ନୂଆଦିଲ୍ଲୀ ୨୧/୦୩: ଘର ସଜାଡିବାରେ ଲାଗିଛି ଆମ୍ ଆଦମୀ ପାର୍ଟି । ଦିଲ୍ଲୀ ବିଧାନସଭା ନିର୍ବାଚନ ପରାଜୟ ପରେ ନେତୃତ୍ୱ ପରିବର୍ତ୍ତନ । ଆମ୍ ଆଦମୀ ପାର୍ଟି ଦିଲ୍ଲୀର ପୂର୍ବ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପଞ୍ଜାବର ପ୍ରଭାରୀ ଭାବେ ଦାୟିତ୍ୱ ଦେଇଛି ଦଳ । ସେହିପରି ସତ୍ୟେନ୍ଦ୍ର ଜୈନଙ୍କୁ ପଞ୍ଜାବର ସହ-ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି ।
ଏହାସହ ଗୋପାଲ ରାୟଙ୍କ ଜାଗାରେ ସୌରଭ ଭରଦ୍ୱାଜଙ୍କୁ ଦିଲ୍ଲୀ ଆପର ସଂଯୋଜକ ଭାବେ ନୂଆକରି ଦାୟିତ୍ୱ ଦେଇଛି ଦଳ । ଅନ୍ୟପଟେ ଆମ୍ ଆଦାନୀ ପାର୍ଟିର ସାଂସଦ ରାଘବ ଚଡ୍ଡା ଏବଂ ସଞ୍ଜୟ ସିଂ ପାର୍ଟିର ରାଜନୈତିକ ମାମଲା ସମ୍ପର୍କରେ ବୈଠକ ପାଇଁ କେଜ୍ରିଓ୍ୱାଲଙ୍କୁ ଭେଟିବାକୁ ତାଙ୍କ ଘରେ ପହଞ୍ଚିଛନ୍ତି । ତେବେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ପରାଜୟ ପରେ, ଏବେ ଆତିଶୀଙ୍କୁ ରାଜଧାନୀର ମୁଖ୍ୟ ଦାୟିତ୍ୱ ଦେଇଛି ଦଳ ।
#WATCH | Delhi | Aam Aadmi Party MPs Raghav Chadha and Sanjay Singh arrive at the residence of the party's national convenor Arvind Kejriwal for the party's Political Affairs Committee meeting pic.twitter.com/Eu8jq5r4Be
— ANI (@ANI) March 21, 2025
ବିରୋଧୀ ଦଳ ନେତା ଭାବେ ସେ ବିଜେପି ସରକାରକୁ ନିଶାନା କରିବେ । ବିଧାନସଭା ନିର୍ବାଚନ ଏବଂ ଦିଲ୍ଲୀ ସରକାର ଉପରେ ବିଜେପି ସରକାର ହମଲା କଲେ, ଅତିଶୀ ହିଁ ଏହାକୁ ଟକ୍କର ଦେବେ । ତଥାପି, ଦିଲ୍ଲୀ ୟୁନିଟର ସାଂଗଠନିକ କାର୍ଯ୍ୟ, ଦଳର ବିସ୍ତାର ଏବଂ ପୁନର୍ଗଠନ ରାଜ୍ୟ ସଂଯୋଜକ ଗୋପାଳ ରାୟଙ୍କ ଅଧୀନରେ ରହିବ ।