ମୁମ୍ଵାଇ ୧୮।୧୧; ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ବଲିଉଡ୍ର ଲୋକପ୍ରିୟ ଦମ୍ପତ୍ତି । ଗତ କିଛି ମାସ ହେବ ଦୁହିଁଙ୍କ ସମ୍ପର୍କ ଚର୍ଚ୍ଚାରେ ରହିଥିଲା । ଦମ୍ପତିଙ୍କ ଅଲଗା ହେବା ନେଇ ନିରନ୍ତର ଆଲୋଚନା ହେଉଛି। କିନ୍ତୁ ଅଭିଷେକ ବଚ୍ଚନଙ୍କ ଠାରୁ ସମଗ୍ର ବଚ୍ଚନ ପରିବାର ଏହି ପ୍ରସଙ୍ଗରେ ନୀରବତା ବଜାୟ ରଖିଛନ୍ତି। ବର୍ତ୍ତମାନ ଏକ ଭିଡିଓରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେମାନେ ଏକାଠି ନଜର ଆସିଛନ୍ତି ।
ଏହି ଭିଡିଓଟି ସେମାନଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ଜନ୍ମଦିନ ପାର୍ଟିର ଅଟେ। ସାମ୍ନାକୁ ଆସିଥିବା ଏହି ଭିଡିଓରେ ଏକ ପାର୍ଟୀ ଅନୁଷ୍ଠିତ ହୋଇଉଛି । ଯେଉଁଥିରେ ଜୟା ବଚ୍ଚନ ମଧ୍ୟ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି ଭିଡିଓ ସହ ଜଡିତ ଏକ ଦ୍ୱନ୍ଦ୍ୱ ମଧ୍ୟ ସମସ୍ତଙ୍କୁ ହୋଇଛି। ସାମ୍ନାକୁ ଆସିଥିବା ଏହି ଭିଡିଓରେ ଆପଣ ଆରାଧ୍ୟା ବଚ୍ଚନଙ୍କ ଜନ୍ମଦିନ ପାର୍ଟିର ଦୃଶ୍ୟ ଦେଖିପାରିବେ । ଧଳା ପୋଷାକରେ ଐଶ୍ୱର୍ଯ୍ୟା ନଜର ଆସିଥିବା ବେଳେ ହୁଡିରେ ଅଭିଷେକ ବଚ୍ଚନ ମଧ୍ୟ ତାଙ୍କ ପଛରେ ଠିଆ ହୋଇଛନ୍ତି। ଐଶ୍ୱର୍ଯ୍ୟା ଏବଂ ଝିଅ ମିଶିକି କେକ୍ କାଟୁଛନ୍ତି । ପୁରା ପରିବାର ଏକତ୍ର ବହୁତ ଖୁସି ଦେଖାଯାଉଛନ୍ତି । ଏହି ଭିଡିଓ ଦେଖିବା ପରେ ଲୋକମାନେ ଭାବୁଛନ୍ତି ଯେ ଏହି ଭିଡିଓ ଜନ୍ମଦିନ ପାର୍ଟି ଅଟେ, କିନ୍ତୁ ତାହା ନୁହେଁ । ଭିଡିଓଟି ବହୁ ବର୍ଷ ପୁରୁଣା, ଯେତେବେଳେ ସମଗ୍ର ବଚ୍ଚନ ପରିବାର ଏକତ୍ର ଆରାଧ୍ୟାଙ୍କ ଜନ୍ମଦିନ ପାଳନ କରିଥିଲେ ।
ବଚ୍ଚନ ପରିବାରର କେବଳ ଜଣେ ବ୍ୟକ୍ତି ଆରାଧ୍ୟାଙ୍କୁ ଅଭିନନ୍ଦନ ଜଣାଇଛନ୍ତି
ଆରାଧ୍ୟା ବଚ୍ଚନ ୧୬ ନଭେମ୍ବର ୨୦୧୧ରେ ଜନ୍ମଗ୍ରହଣ କରିଥିଲେ। ଏଭଳି ପରିସ୍ଥିତିରେ ଦୁଇ ଦିନ ପୂର୍ବେ ଏହା ଆରାଧ୍ୟା ବଚ୍ଚନଙ୍କ ଜନ୍ମଦିନ ଥିଲା, କିନ୍ତୁ ଜନ୍ମଦିନ ପାଳନ କରିବାର କୌଣସି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସି ନାହିଁ। ବଡ କଥା ହେଉଛି ଏଥର ଅଭିଷେକ ମଧ୍ୟ ଜନ୍ମଦିନରେ ଆରାଧ୍ୟା ବଚ୍ଚନଙ୍କୁ ଶୁଭେଚ୍ଛା ଜଣାଇ ନାହାଁନ୍ତି। ଅଭିଷେକ ପ୍ରତିବର୍ଷ ଝିଅ ଆରାଧ୍ୟାଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରୁଥିଲେ, କିନ୍ତୁ ଏଥର ତାଙ୍କ ସୋସିଆଲ ମିଡିଆ କୋଣସି ପୋଷ୍ଟ ନାହିଁ । ଯେଉଁଥିରେ ଲୋକମାନେ ତାଙ୍କ ଝିଅକୁ ଜନ୍ମଦିନରେ କାହିଁକି ୱିସ୍ କରି ନାହାଁନ୍ତି ବୋଲି ପ୍ରଶ୍ନ କରୁଛନ୍ତି। କିନ୍ତୁ ଅମିତାଭ ବଚ୍ଚନ ଏକ ସୁନ୍ଦର ଭିଡିଓ ପୋଷ୍ଟ କରି ନାତୁଣୀକୁ ଅଭିନନ୍ଦନ ଜଣାଇଛନ୍ତି।