ଚିକେନ୍ ପକୋଡାକୁ କେନ୍ଦ୍ରକରି ଗଡ଼ିଲା ମୁଣ୍ଡ, ଅଭିଯୁକ୍ତ ବାପ-ପୁଅ ଗିରଫ

Published By : Prameya-News7 Bureau | May 25, 2025 IST

ଟାଙ୍ଗୀ ୨୫।୫: ଯୁବକଙ୍କୁ ବାପ-ପୁଅ ମିଶି ହାଣି ହତ୍ୟା କରିବା ଘଟଣାରେ ହତ୍ୟାକରୀ ବାପ-ପୁଅକୁ ଗିରଫ କଲେ ଟାଙ୍ଗୀ ପୋଲିସ ।ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ କାଳୁପଡାଘାଟ-ଜରିପଡା ଗ୍ରାମର ଡିଗିରିସାହି  ଛକରେ ଗତକାଲି ରାତିରେ ଜଣେ ଯୁବକଙ୍କୁ ମର୍ଡର କରିଥିଲେ ବାପ-ପୁଅ । ହତ୍ୟାକାଣ୍ଡ ପରେ ହତ୍ୟାକରୀ ବାପ ଗୋପି ବେହେରା ଓ ତାଙ୍କର ପୁଅ ରଘୁ ବେହେରା ଦୁହେଁ ଏକ ବାଇକ ଯୋଗେ ଫେରାର ହୋଇଯାଇଥିଲେ ।  ଏହି ହତ୍ୟାକାଣ୍ଡ ରେ ଅରବିନ୍ଦ ବେହେରାଙ୍କ ମୃତ୍ୟୁ ହୋଇଥିଲା ।  ଓ ହତ୍ୟାକରୀ  ବାପ-ପୁଅ ଦୁହେଁ ଫେରାର ହୋଇଯାଇଥିଲେ । ଚିକେନ୍ ପକୋଡାକୁ କେନ୍ଦ୍ରକରି ପ୍ରଥମେ ବଚସା, ତା'ପରେ ବାପ-ପୁଅ ଦୁହେଁ ଉତକ୍ଷିତ ହୋଇ ଏକ ମାରଣାସ୍ତ୍ରରେ ଅରବିନ୍ଦକୁ ହାଣି ହାଣି ହତ୍ୟା କରିଥିଲେ ।  ହତ୍ୟାକାରୀ ଓ ହତ୍ୟାକାଣ୍ଡରେ ମୃତ ବ୍ୟକ୍ତି ସମସ୍ତେ କାଳୁପଡାଘାଟ-ଜରିପଡା ଗ୍ରାମର ଡିଗିରିସାହିର ବୋଲି ଜଣାପଡିଛି । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ରକୁ ଟାଙ୍ଗୀ ପୋଲିସ ଜବତ କରିଥିବା ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳ ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡ ପରେ ହତ୍ୟାକାରୀ ବାପ-ପୁଅ ଦୁହେଁ ଫେରାର ହୋଇଯାଇଥିଲେ ମାତ୍ର ସେମାନଙ୍କ ମୋବାଇଲ ଫୋନ୍‌କୁ ଟ୍ରାକ୍ କରି ବାପ-ପୁଅ ଦୁହିଁଙ୍କୁ ପୁରୀ ଜିଲ୍ଲାର ସତ୍ୟବାଦୀ ଏରିଆରୁ ଧରପଗଡ଼ କରାଯାଇଛି ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳ ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡ ପରେ ହତ୍ୟାକରୀଙ୍କୁ ଧରପଗଡ଼ କରିବା ପାଇଁ ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳଙ୍କ ନେତୃତ୍ୱରେ ୩ଟି ସ୍ପେଶାଲ ଟିମ୍ ଗଠନ ହୋଇଥିଲା ଓ ହତ୍ୟାକାରୀ ଦୁହେଁ ଧରାପଡିଛନ୍ତି ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୂଚନା ଦେଇଛନ୍ତି ।

You Can Read: 

ହୁତୁ ହୁତୁ ହୋଇ ଜଳିଗଲା ଗଦି ଫ୍ୟାକ୍ଟ୍ରି, ନିଆଁ ଲିଭାଇବାରେ ନିୟୋଜିତ ହେଲା ରୋବୋଟ୍

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.