ଇଡି ଅଫିସ୍‌ ହାଜର ହେଲେ ଅଭିନେତା ଡିନୋ ମୋରିଆ, ମିଠି ନଦୀ ଦୁର୍ନୀତି ମାମଲାରେ ପୁଣି ପଚରାଉଚରା

Published By : Prameya-News7 Bureau | June 19, 2025 IST

ମୁମ୍ଵାଇ ୧୯।୦୬; ବଲିଉଡ ଅଭିନେତା ଡିନୋ ମୋରିଆଙ୍କ ସମସ୍ୟା ବଢିବାରେ ଲାଗିଛି। ନିକଟରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସମ୍ମୁଖରେ ହାଜର ହେବାର ଥିଲା। କିନ୍ତୁ ସେ ପହଞ୍ଚି ନଥିଲେ, ଏହା ପରେ ତାଙ୍କୁ ପୁଣି ଥରେ ପଚରାଉଚରା ପାଇଁ ସମନ ପଠାଯାଇଥିଲା । ଦ୍ୱିତୀୟ ସମନ ପରେ, ଅଭିନେତା ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ତାଙ୍କୁ ଇଡି କାର୍ଯ୍ୟାଳୟ ଯାଉଥିବାର ନଜର ଆସିଥିଲେ । 

କହିବାକୁ ଗଲେ ଡିନୋ ମୋରିଆ ଗିରଫଦାରୀକୁ ଭୟ କରୁଛନ୍ତି। ଏହି କାରଣରୁ ଗତକାଲି ଅର୍ଥାତ୍ ଜୁନ୍ ୧୮ ତାରିଖରେ ଇଡିର ନୋଟିସ୍‌ ସତ୍ତ୍ଵେ ସେ ବୟାନ ଦେବା ପାଇଁ ଅଫିସ୍‌କୁ ଆସିନଥିଲେ। ପୂର୍ବରୁ ତାଙ୍କୁ ଇଡି ପକ୍ଷରୁ ପଚରାଉଚରା କରାଯାଇଛି। ହେଲେ ତାଙ୍କୁ ଆହୁରି କିଛି ସୂଚନା ପାଇଁ ପୁଣି ଡକାଯାଇଛି। ଯାହା ପାଇଁ ସେ ହାଜର ହୋଇଛନ୍ତି।

ଏପର୍ଯ୍ୟନ୍ତ ଏହି ମାମଲାରେ ଡିନୋ ମୋରିଆଙ୍କୁ ୩ ଥର ପଚରାଉଚରା କରାଯାଇଛି। ଯେଉଁଥିରେ ୨ ଥର ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଏବଂ  ଥରେ ED ତାଙ୍କୁ ପଚରାଉଚରା କରିଛି। ହେଲେ ଏହି ମାମଲାରେ, ଡିନୋ ମୋରିଆଙ୍କ ବ୍ୟତୀତ ତାଙ୍କ ଭାଇ ସାଣ୍ଟିନୋ ମୋରିଆ ଏବଂ କିଛି BMC ଅଧିକାରୀ ସମେତ ୮ ଜଣଙ୍କୁ ସମନ ପଠାଯାଇଥିଲା। ୨୦୦୫ ପରେ ମିଠି ନଦୀର ସଫେଇ ଯୋଜନା ଆରମ୍ଭ ହୋଇଥିଲା। ସେବେଠାରୁ ନଦୀର ସଫେଇ ନେଇ ଅନେକ ଥର ଦୁର୍ନୀତିର ଅଭିଯୋଗ ଆସିଛି।  ଅଭିଯୁକ୍ତଙ୍କ ସହ ସେମାନଙ୍କର ସମ୍ପର୍କ କ'ଣ ତାହା ଜାଣିବାକୁ ଚେଷ୍ଟା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.