ଆମିର ଖାନଙ୍କ ଫିଲ୍ମ ‘ସିତାରେ ଜମିନ ପର’ର ରିଭ୍ୟୁ କଲେ ସଚିନ, କହିଲେ- ଏହି ଫିଲ୍ମ...

Published By : Prameya-News7 Bureau | June 19, 2025 IST

ମୁମ୍ବାଇ: ଆମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିତାରେ ଜମିନ ପର’ ଶୁକ୍ରବାର ବଡ଼ ପରଦାକୁ ଆସିବାକୁ ଯାଉଛି। ଏହାକୁ ନେଇ ପ୍ରଶଂସକ ବହୁତ ଉତ୍ସାହିତ ଅଛନ୍ତି। ଟ୍ରେଲର ଓ ଫିଲ୍ମର ଗୀତ ଲୋକଙ୍କ ବେଶ ମନଛୁଆଁ ହୋଇଛି। ଏବେ ଫିଲ୍ମର ରିଲିଜ୍ ପୂର୍ବରୁ ଆମିର ଖାନଙ୍କ ଘନିଷ୍ଠ ତଥା ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଫିଲ୍ମର ରିଭ୍ୟୁ କରିଛନ୍ତି। ସଚିନ ଜଣାଇଛନ୍ତି ତାଙ୍କୁ ଫିଲ୍ମ କେମିତି ଲାଗିଲା।

Also read: ରିଲିଜ୍ ପୂର୍ବରୁ 'କୁବେର' ଉପରେ ଚାଲିଲା ସେନ୍ସର ବୋର୍ଡର କଇଁଚି; ହଟିଲା ୧୯ଟି ସିନ୍ , କମିଲା ରନ୍ ଟାଇମ୍

ନିକଟରେ ମୁମ୍ବାଇରେ ସଚିନ ତେନ୍ଦୁଲକର ‘ସିତାରେ ଜମିନ ପର’ ସ୍ପେଶାଲ ସ୍କ୍ରିନିଂରେ ଯୋଗ ଦେଇଥିଲେ। ଫିଲ୍ମ ଦେଖିବା ପରେ ସଚିନ କହିଛନ୍ତି, ତାଙ୍କୁ ଫିଲ୍ମ ବହୁତ ପସନ୍ଦ ଆସିଛି। ଏହି ଚଳଚ୍ଚିତ୍ର ଏମିତି ଯେ ଆପଣ ତାରକା ସହ ହସିବେ ଏବଂ ତାରକା ସହ କାନ୍ଦିବେ। ମୁଁ ସର୍ବଦା କହି ଆସିଛି ଯେ, କ୍ରୀଡ଼ାରେ ଆମ ମାନଙ୍କୁ ସବୁ ଶିକ୍ଷା ମିଳିବାର ଶକ୍ତି ରହିଛି। 

ସଚିନ ଏହା ମଧ୍ୟ କହିଛନ୍ତି, ଫିଲ୍ମରେ ଅନେକ ଗୁଡ଼ାଏ ବାର୍ତ୍ତା ମିଳୁଛି। ସମସ୍ତଙ୍କୁ ଏକ ସଙ୍ଗେ ଆଣିବାର ଫିଲ୍ମରେ ସେହି ଶକ୍ତି ରହିଛି। ଆଉ ଏହି ଫିଲ୍ମ ସେମିତି ହିଁ ବାର୍ତ୍ତା ଦେଉଛି। ମୁଁ ସମସ୍ତ କଳାକାରଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଦେଉଛି। ସମସ୍ତେ ବହୁତ ଭଲ କାମ କରିଛନ୍ତି ଏବଂ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା। 

ସଚିନ କେବଳ ଫିଲ୍ମର ସ୍କ୍ରିନିଂରେ ସାମିଲ ହୋଇ ନାହାନ୍ତି ବରଂ ଚଳିତ ମାସ ଆରମ୍ଭରେ ଆମିର ଖାନଙ୍କ ଘରେ ଆୟୋଜିତ ମ୍ୟୁଜିକାଲ ନାଇଟ୍ସରେ ମଧ୍ୟ ସାମିଲ ହୋଇଥିଲେ। ନିଜ ପସନ୍ଦର କ୍ରିକେଟରଙ୍କୁ ଆଖି ଆଗରେ ଦେଖି ‘ସିତାରେ ଜମିନ ପର’ର କଳାକାର ବେଶ ଉଲ୍ଲସିତ ହୋଇ ଉଠିଥିଲେ। 

‘ସିତାରେ ଜମିନ ପର’   ଫିଲ୍ମ ଆମିର ଖାନଙ୍କ ବ୍ୟାନରରେ ନିର୍ମିତ ହୋଇଛି। ଏଥିରେ ଆମିର ଖାନ ଓ ଜେନେରିଆ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ସହିତ ୧୦ ନୂଆ କଳାକାରଙ୍କୁ ପ୍ରଥମ ଥର ପରଦାରେ ଦେଖିବାକୁ ମିଳିବ। ଫିଲ୍ମର ସଙ୍ଗୀତ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ। ସ୍ଵର ସଂଯୋଜନା କରିଛନ୍ତି ଶଙ୍କର-ଏହସାନ-ଲୟ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.