ବଦଳିଗଲା ମୋନାଲିସାଙ୍କ ଭାଗ୍ୟ; ଲକ୍ଷ ଲକ୍ଷ ଟଙ୍କାର କରୁଛନ୍ତି ରୋଜଗାର

Published By : Prameya-News7 Bureau | June 19, 2025 IST

ମୁମ୍ଵାଇ ୧୯।୦୬; ମହାକୁମ୍ଭ ୨୦୨୫ ସମୟରେ ରୁଦ୍ରାକ୍ଷ ମାଳା ବିକ୍ରି କରି ଭାଇରାଲ ହୋଇଥିବା ମୋନାଲିସାଙ୍କର ଭାଗ୍ୟ ବଦଳି ଯାଇଛି। ସେ ଆଉ ଆଗ ଭଳି ନାହାନ୍ତି। ନିଜର ସୁନ୍ଦର ଆଖିକୁ ନେଇ ସାରା ଦେଶରେ ଭାଇରାଲ୍‌ ହୋଇଥିବା ମୋନାଲିସଙ୍କର ଆଉ କୌଣସି ପରିଚୟର ଆବଶ୍ୟକତା ନାହିଁ।

ଏବେ ଭାଇରାଲ୍‌ ଗାର୍ଲଙ୍କ ପାଖରେ ଅନେକ ପ୍ରୋଜେକ୍ଟ ଅଛି ଏବଂ ସେ ସେଥିମଧ୍ୟରୁ କେତେକ ପ୍ରୋଜେକ୍ଟ ଶେଷ ମଧ୍ୟ କରିଛନ୍ତି। ଏତିକି ନୁହେଁମୋନାଲିସା ଏବେ ଲକ୍ଷ-ଲକ୍ଷ କୋଟି-କୋଟି ଟଙ୍କାର କାର୍‌ରେ ଯାତ୍ରା କରୁଛନ୍ତି। ସେ ଜଣେ ଅଭିନେତ୍ରୀ ହେବା ରାସ୍ତାରେ ଅଛନ୍ତି ଏବଂ ତାଙ୍କ ପ୍ରଶଂସକମାନେ ତାଙ୍କ ଡେବ୍ୟୁ ଫିଲ୍ମ ପାଇଁ ଅପେକ୍ଷା କରିଛନ୍ତି। ଏହା ପୂର୍ବରୁ ମୋନାଲିସାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭାଇରାଲ ଗାର୍ଲଙ୍କ ଆୟ ଶୁଣିବା ପରେ ଯେକେହି ବି ଆଶ୍ଚର୍ଯ୍ୟ ହୋଇପାରନ୍ତି।

ଏହି ଭାଇରାଲ୍‌ ଭିଡିଓରେ, ଯେତେବେଳେ ତାଙ୍କୁ ପଚରାଗଲା ଯେ ଏବେ ତୁମେ ଲକ୍ଷ୍-ଲକ୍ଷ ଟଙ୍କା ରୋଜଗାର କରୁଛ, ସେତେବେଳେ ମୋନାଲିସା କହିଥିଲେ ଯେ ଏହା ମାତା ଗଙ୍ଗାଙ୍କ ଆଶୀର୍ବାଦରୁ ଏହା ଆସୁଛି। ଏହାର ଅର୍ଥ ହେଉଛି ଭାଇରାଲ୍ ଗାର୍ଲଙ୍କ ଭାଗ୍ୟ ବଦଳିଯାଇଛି । ମୋନାଲିସା କୁହନ୍ତି ଯେ ଯଦି ସେ ଲୋକଙ୍କ ପ୍ରେମ ପାଆନ୍ତି, ତେବେ ସେ କୋଟି କୋଟି ଟଙ୍କା ରୋଜଗାର କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.