ବିବାହର ୭ ବର୍ଷ ପରେ ଦ୍ୱିତୀୟ ଥର ମା' ହେଲେ ଅଭିନେତ୍ରୀ, ଘରେ କଲେ ଶୁଦ୍ଧି ପୂଜା

Published By : Prameya-News7 Bureau | September 17, 2024 IST

ନୂଆଦିଲ୍ଲୀ ୧୭/୦୯: ବିବାହର ୭ ବର୍ଷ ପରେ ମାଆ ହେଲେ ଅଭିନେତ୍ରୀ ସ୍ମୃତି ଖାନ୍ନା । ଘରକୁ ଆସିଲେ ଲକ୍ଷ୍ମୀ । ଅର୍ଥାତ୍ ଦ୍ୱିତୀୟ ଥର କନ୍ୟାସନ୍ତାନ ମାଆ ହୋଇଛନ୍ତି ସ୍ମୃତି । ସେୟାର କରିଛନ୍ତି ନହ୍ନୀ ପରୀର ଫାଷ୍ଟ ଲୁକ୍ । ଅଭିନେତ୍ରୀ ସ୍ମୃତି ଖାନ୍ନା ଏବେ ଜୀବନର ବେଷ୍ଟ ଷ୍ଟେଜ୍‌ରେ ଅଛନ୍ତି । ସ୍ମୃତି ପ୍ରକୃତରେ ଏବେ ଦ୍ୱିତୀୟ ଥର ମାଆ ହୋଇଛନ୍ତି । 

ଅଭିନେତ୍ରୀ ବିବାହର ୭ ବର୍ଷ ପରେ ୫ ସେପ୍ଟେମ୍ୱର ୨୦୨୪ରେ ନିଜର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି । ଦ୍ୱିତୀୟ ଥର ପାଇଁ ପ୍ୟାରେଣ୍ଟ୍ସ କ୍ଲବରେ ସାମିଲ ହୋଇଛନ୍ତି ସ୍ମୃତି ଖାନ୍ନା ଏବଂ ତାଙ୍କ ସ୍ୱାମୀଙ୍କ ଖୁସି କହିଲେ ନସରେ । ତେବେ ଝିଅର ଜନ୍ମ ଖୁସିରେ ସେ ଘରେ ପୂଜା କରିଥିଲେ । ତେବେ ଘରେ ହୋଇଥିବା ଶୁଦ୍ଧି ପୂଜା ହୋମ କରିଥିଲେ । ଯାହାର ଫାଷ୍ଟ ଲୁକ୍ ସେୟାର କରିଥିଲେ ସେ । 




ନିଜ ଇନଷ୍ଟା ହ୍ୟାଣ୍ଡେଲରେ ସେ ଆହାକୁ ସେୟାର କରିଥିଲେ । ଏହାସହ ନ୍ୟୁ ବନ୍ ବେବି ପଟୋ ବି ସେୟାର କରିଥିଲେ । ସେୟାର କରିଥିବା ଫଟୋରେ ପୁରା ଫ୍ୟାମିଲି ଥିଲା । ବାପା-ମାଆ, ଧୁି ଝିଅ ଖୁବ୍ ଖୁସି ଥବା ଦେଖିବାକୁ ମିଳିଥିଲା । ଏମିତିକି ପରିବାରର ଅନ୍ୟ ସଦସ୍ୟ ବି ଖୁସି ଦେଖାଉଥିବାର ନଜର ଆସିଥିଲେ । 

ଫ୍ୟାନ୍ସ ମାନେ ଅଭିନେତ୍ରୀଙ୍କ ମାଆ ହେବା ନେଇ ଶୁଭେଚ୍ଛା ଜଣାଇଛନ୍ତି । କୁନି ଝଅକୁ ବି ବହୁତ ବହୁତ ଆଶୀର୍ବାଦ ଦେଇଛନ୍ତି । କହିବାକୁ ଗଲେ ୨୦୧୭ରେ ଗୌତମ ଗୁପ୍ତା ବିବାହ କରିଥିଲେ । ଗ୍ରାଣ୍ଡ ଓ୍ୱେଡିଂ ପରେ ୨୦୨୦ରେ କପଲ ପ୍ରଥମ ଥର ଝିଅକୁ ଜନ୍ମ ଦେଇଥିଲେ । ଏବେ ସେ ଦ୍ୱିତୀୟ ଥର ମାଆ ହୋଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.