ମୁମ୍ବାଇ ୨୩/୦୩: ବଲିଉଡ କ୍ୱିନ୍ କଙ୍ଗନା ରାନୌତ୍ ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଗତ କିଛି ବର୍ଷ ଧରି ସୋସିଆଲ ମିଡିଆରେ କଙ୍ଗନା ବେଶ ସକ୍ରିୟ ଅଛନ୍ତି । କଙ୍ଗନା ତାଙ୍କ ନିଜ ଦମ୍ ରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ଥାନ ହାସଲ କରିପାରିଛନ୍ତି । ସେ ଜଣେ ଏପରି ଅଭିନେତ୍ରୀ ଯାହାଙ୍କୁ ମାତ୍ର ୨୨ ବର୍ଷ ବୟସରେ ନେସନାଲ୍ ଆୱାର୍ଡରେ ସମ୍ମାନୀତ କରାଯାଇଥିଲା । ୨୦୧୦ ରେ ଫିଲ୍ମ ଫ୍ୟାଶନ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ କଙ୍ଗନାଙ୍କୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା । ବଲିଉଡରେ କଙ୍ଗନା ଏକମାତ୍ର ଅଭିନେତ୍ରୀ ଯିଏକି ବିନା ହିରୋରେ ୧୦୦ କୋଟିର ଫିଲ୍ମ ଦେଇଥାନ୍ତି ।
{"width":688,"height":459}
କଙ୍ଗନା ୨୩ ମାର୍ଚ୍ଚ ୧୯୮୭ ରେ ହିମାଚଳର ମାଣ୍ଡି ଜିଲ୍ଲାର ସୁରଜପୁରରେ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପରିବାରରେ ତାଙ୍କ ବ୍ୟତୀତ ବଡ ଭଉଣୀ ରଙ୍ଗୋଲି ଏବଂ ସାନଭାଇ ଅକ୍ଷତ ମଧ୍ୟ ଅଛନ୍ତି । କଙ୍ଗନାଙ୍କ ମା ଆଶା ରନୌତ ଜଣେ ସ୍କୁଲ ଶିକ୍ଷୟତ୍ରୀ ଏବଂ ବାପା ଜଣେ ବ୍ୟବସାୟୀ । କଙ୍ଗନାଙ୍କ ବାପା ତାଙ୍କୁ ଡାକ୍ତର କରିବାକୁ ଚାହୁଁଥିଲେ କିନ୍ତୁ ସେ ୧୨ କ୍ଲାସ୍ ରେ ଫେଲ୍ ହୋଇଯାଇଥିଲେ । ଏହା ପରେ କଙ୍ଗନା ତାଙ୍କ ବାପା-ମାଙ୍କ ସହ ଝଗଡା କରି ଦିଲ୍ଲୀ ଚାଲିଆସିଥିଲେ । ଦିଲ୍ଲୀ ଆସିବା ପରେ ସେ ଜଣେ ଅଭିନେତ୍ରୀ ହେବାକୁ ସ୍ଥିର କରିଥିଲେ ଏବଂ ଅନେକ ସଂଘର୍ଷ ପରେ ସେ ମଧ୍ୟ ସଫଳ ହୋଇଥିଲେ ।
{"width":684,"height":379}
କଙ୍ଗନା ଅନେକ ଫିମେଲ୍ ଚରିତ୍ର ଉପରେ ଆଧାରିତ ଫିଲ୍ମ ବାଛିଥିଲେ ଏବଂ ତାହା ଉପରେ ସେ ଅନେକ ପୁରସ୍କାର ମଧ୍ୟ ଜିତିଥିଲେ । ଏବେ ବଲିଉଡରେ ଅନେକ ଫିମେଲ ଲିଡ୍ ଉପରେ ଆଧାରିତ ଫିଲ୍ମରେ ନଜର ଆସିଛନ୍ତି । କଙ୍ଗନା ଫିଲ୍ମ ସହିତ ସାମାଜିକ ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରିଥାନ୍ତି । ତାଙ୍କର ଅପମାନଜନକ କଥା ଯୋଗୁଁ ସେ ଅନେକ ଥର ବିବାଦର ସମ୍ମୁଖୀନ ହୋଇଛନ୍ତି । କଙ୍ଗନାଙ୍କୁ ତିନୋଟି ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଏବଂ ଚାରୋଟି ଫିଲ୍ମଫେୟାୟ ପୁରସ୍କାର ସମେତ ଆହୁରି ଅନେକ ପୁରସ୍କାର ମଧ୍ୟ ମିଳିସାରିଛି । କଙ୍ଗନା ଲଗାତାର ତିନିଥର ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।