ଭକ୍ତଙ୍କ ନୂଆ ଟିମ୍: ତାରା-ରମେଶ ଉପସଭାପତି, ୧୦ ସାଧାରଣ ସମ୍ପାଦକ, ୧୨ ସମ୍ପାଦକଙ୍କୁ ନିଯୁକ୍ତି

Published By : Prameya-News7 Bureau | May 17, 2025 IST

ଭୁବନେଶ୍ୱର: ବିଜେଡି ପରେ ଏବେ ରାଜ୍ୟ କଂଗ୍ରେସ ନିଜର ନୂଆ ଟିମ୍ ଘୋଷଣା କରିଛି । ଗତ ଫେବ୍ରୁଆରୀରେ ଭକ୍ତ ଚରଣ ଦାସଙ୍କୁ ପିସିସି ଅଧ୍ୟକ୍ଷ କରିବା ପରେ ଏବେ ଦଳର ଅନ୍ୟ ପଦାଧିକାରୀ ନିଯୁକ୍ତ କରିଛି ଏଆଇସିସି । କୋଷାଧ୍ୟକ୍ଷ, ଉପସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକଙ୍କ ନାଁ ଘୋଷଣା କରିଛି ।

କଂଗ୍ରେସ ନେତା ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ଦଳ କୋଷାଧ୍ୟକ୍ଷ କରିଛି । ସେହିପରି ଭକ୍ତଙ୍କ ଟିମରେ ୭ ଜଣଙ୍କୁ ଉପସଭାପତି କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ସି.ଏସ୍. ରାଜେନ ଏକ୍କା, ଲଲାଟେନ୍ଦୁ ମହାପାତ୍ର, ସସ୍ମିତା ବେହେରାଙ୍କୁ ଉପସଭାପତି କରାଯାଇଛି ।

ସେହିପରି ୧୦ ଜଣଙ୍କୁ ସାଧାରଣ ସମ୍ପାଦକ ଓ ୧୨ ଜଣଙ୍କୁ ସମ୍ପାଦକ ଭାବେ ନିଯୁକ୍ତ କରିଛି ଦଳ । ଏହାସହ ଦଳ ସତ୍ୟଜିତ୍ ଗମାଙ୍ଗୋଙ୍କୁ ସୋସିଆଲ୍ ମିଡିଆ ବିଭାଗ ଅଧ୍ୟକ୍ଷ ଓ ସନ୍ତୋଷ ପ୍ରଧାନଙ୍କୁ ସହ-ଅଧ୍ୟକ୍ଷ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.