ପାକ୍‌ର ଆର୍ମିଚିଫ୍ ମୁନିରଙ୍କ ଉପରେ ବର୍ଷିଲେ ଜାଭେଦ୍ ଅଖତର, କହିଲେ- ହିନ୍ଦୁମାନଙ୍କୁ କାହିଁକି ଗାଳି ଦେଉଛ ?

Published By : Prameya-News7 Bureau | May 16, 2025 IST

ନୂଆଦିଲ୍ଲୀ ୧୬।୦୫ : ପାକ୍ ସେନା ମୁଖ୍ୟ ଅସୀମ ମୁନିରଙ୍କ ଉପରେ ବର୍ଷିଲେ ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତର । ଭାରତ-ପାକିସ୍ତାନ ଭିତରେ ଚାଲିଥିବା ଉତ୍ତେଜନା ଭିତରେ ପାକ୍ ସେନା ମୁଖ୍ୟଙ୍କ ଉପରେ ସେ ବର୍ଷିଛନ୍ତି । ଜାଭେଦ ଅଖତର କହିଛନ୍ତି ଯେ, ଅସୀମ ମୁନିର ଅତ୍ୟନ୍ତ ଅସମ୍ବେଦନଶୀଳ ଭାଷଣ ଦେଇଛନ୍ତି।  ଯେଉଁଥିରେ ସେ ହିନ୍ଦୁଙ୍କୁ ଗାଳି ଦେଉଛନ୍ତି । ଏହା ସହ ଜାଭେଦ ପାକିସ୍ତାନୀ ସେନାର ଇତିହାସ ବଖାଣିବା ସହିତ କେମିତି କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାନ ନିଜ ସୈନିକଙ୍କ ମରଶରୀର ନେବାକୁ ମନା କରିଦେଇଥିଲା, ତାହା ମଧ୍ୟ ମନେପକାଇ ଦେଇଛନ୍ତି।

ପହଲଗାମ୍ ଆକ୍ରମଣ ପୂର୍ବରୁ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଏକ ଭାଷଣରେ କହିଥିଲେ ଯେ, ଆମ ପୂର୍ବ ପୁରୁଷମାନେ ବିଶ୍ୱାସ କରୁଥିଲେ ଯେ,   ଆମେ ଆମ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ହିନ୍ଦୁମାନଙ୍କ ଠାରୁ ଭିନ୍ନ । ଆମର ଧର୍ମ ଭିନ୍ନ, ଆମର ରୀତିନୀତି ଭିନ୍ନ, ଆମର ପରମ୍ପରା ଅଲଗା, ଆମର ଦୃଷ୍ଟିକୋଣ ଭିନ୍ନ... ଯାହାକି ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହୋଇଥିଲା । ଆଉ ଏହାପରେ ଏହି କଥାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ବଲିଉଡ୍ ଗୀତିକାର ଜାଭେଦ ଅଖତର। 

ଜାଭେଦ ଅଖତର ଜେନେରାଲ୍ ମୁନିରଙ୍କ ଏହି ଉତ୍ତେଜନାପୂର୍ଣ୍ଣ ଭାଷଣ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ମୁଁ ୟୁଟ୍ୟୁବରେ ମୁନିରଙ୍କ ଭାଷଣ ଦେଖିଲି । ସେ ସମ୍ବେଦନହୀନ ବ୍ୟକ୍ତି ପରି ମନେ ହେଉଥିଲେ। ଯଦି ସେ ଭାବୁଛନ୍ତି ଆମେ ଖରାପ, ତେବେ ଭାରତୀୟମାନଙ୍କୁ ଗାଳି ଦିଅନ୍ତୁ, କିନ୍ତୁ ହିନ୍ଦୁମାନଙ୍କୁ କାହିଁକି ଗାଳି ଦେଉଛନ୍ତି ? ସେ କ’ଣ ଜାଣିନାହାଁନ୍ତି ଯେ, ପାକିସ୍ତାନରେ ମଧ୍ୟ ହିନ୍ଦୁ ଅଛନ୍ତି ? ତୁମେ ତୁମର ଲୋକମାନଙ୍କୁ ସମ୍ମାନ କରିବା ଉଚିତ ନୁହେଁ କି? ତୁମେ କି ପ୍ରକାରର ଲୋକ? 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.