ପୁଣି ତେଜିଲା OBC ପଲିଟିକ୍ସ, ବିଜେପି ସରକାରଙ୍କୁ ବିଜେଡିର ଟାର୍ଗେଟ୍

Published By : Prameya-News7 Bureau | May 16, 2025 IST

ଭୁବନେଶ୍ଵର: ବିଜେପି ସରକାର ଶିକ୍ଷା କ୍ଷେତ୍ରରେ SEBC ବର୍ଗଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ଘୋଷଣା କରିବା ପରେ ରାଜ୍ୟରେ ତେଜିଛି OBC ରାଜନୀତି । ଏହା ଏକ ଧୋକ୍କା ଓ ପ୍ରବଞ୍ଚନା ବୋଲି କହିଛି ବିଜେଡି । ଏନେଇ ଆସନ୍ତା ୨୧ ତାରିଖରେ ସତ୍ୟାଗ୍ରହ କରିବ ବିଜେଡି । ଜବାବରେ ବିଜେପି କହିଛି, ୨୪ବର୍ଷ ଧରି ସରକାରରେ ଥିଲେ ମଧ୍ୟ OBCଙ୍କ ପାଇଁ କିଛି ନଥିବା ବିଜେଡିର ଏହି ସତ୍ୟାଗ୍ରହ ଡାକରା ଏକ ପ୍ରବଞ୍ଚନା । SCBC ବର୍ଗଙ୍କୁ ସଶକ୍ତ କରିବାକୁ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଆଗକୁ ଅନ୍ୟ କ୍ଷେତ୍ରରେ ମଧ୍ୟ ସଂରକ୍ଷଣ ଲାଗୁ ହେବ । ବିଜେଡି  ଏହାକୁ ନେଇ ଅଯଥା ରାଜନୀତି କରୁଛି ବୋଲି କହିଛି ବିଜେପି । 

Also read: ଜୁନ ୧୨ରେ ବିଜେପି ସରକାରକୁ ପୂରିବ ବର୍ଷେ, ସରକାର ଦେବେ ରିପୋର୍ଟ କାର୍ଡ

ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ତଥା SEBC ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ଆସନ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଏକ ଧୋକ୍କା ଓ ପ୍ରବଞ୍ଚନା ବୋଲି କହିଛି ବିଜେଡି । ଦଳ ଅଭିଯୋଗ କରିଛି ଯେ,  ପ୍ଲସ ଥ୍ରୀରେ ସିଟ୍ ଖାଲି ପଡ଼ୁଛି, ସେଠି ସଂରକ୍ଷଣ ଲାଗୁ କରି ସରକାର ବାହାବା ନେଉଛନ୍ତି । ମେଡିକାଲ ଏବଂ ବୈଷୟିକ ଶିକ୍ଷା କ୍ଷେତ୍ରରେ OBCଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବା ସହ SC/ST ମାନଙ୍କୁ ମଧ୍ୟ ତାଙ୍କ ଅନୁପାତରେ ଉଚିତ୍ ସଂରକ୍ଷଣ ଦେବାକୁ ଦାବି କରିଛି ବିଜେଡି। ନଚେତ୍ ଆସନ୍ତା ୨୧ ତାରିଖରେ ରାଜଭବନ ସମ୍ମୁଖରେ ସତ୍ୟାଗ୍ରହ କରିବ ବିଜେଡି । ଆଗକୁ ସାରା ରାଜ୍ୟରେ ଆନ୍ଦୋଳନ କରିବାକୁ ଚେତାବନି ଦେଇଛି ଦଳ । ଗୋଟେ ପଟେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ OBC ସମ୍ପର୍କରେ ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରିବା ଓ ଏହାର ଦୁଇ ଘଣ୍ଟା ପରେ ବିଜେଡିର ୪ ତୁଙ୍ଗ ନେତା ଶଙ୍ଖ ଭବନରେ ପ୍ରେସମିଟ୍ କରିବାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ଗୋଟିଏ ପ୍ରସଙ୍ଗରେ ଦଳର ଭିନ୍ନ ଭିନ୍ନ ସାମ୍ବାଦିକ ସମ୍ମିଳନୀ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । 


ସେପଟେ OBCକୁ ନେଇ ବିଜେଡିର ସତ୍ୟାଗ୍ରହ ଡାକରାକୁ ପ୍ରବଞ୍ଚନାର ଅଖ୍ୟା ଦେଇଛି ବିଜେପି । ବିଜେପି  କହିଛି   ୨୪ ବର୍ଷ ସରକାରରେ ଥାଇ ବି ପଛୁଆ ବର୍ଗଙ୍କ ପାଇଁ କିଛି କରିପାରିଲେ ନାହିଁ । ଆଜି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଆଗକୁ ଅନ୍ୟ କ୍ଷେତ୍ରରେ ମଧ୍ୟ ସଂରକ୍ଷଣ ଲାଗୁ ହେବ ।  ବିଜେଡି ଅଯଥା ରାଜନୀତି କରୁଛି ବୋଲି କହିଛି ବିଜେପି । ସାଧାରଣ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବାରୁ  ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି ବିଜେପି OBC ମୋର୍ଚ୍ଚା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.