'ମୁଁ ଚାହୁଁଛି ମୋତେ ସେ ପାଗଳ ପରି ଭଲ ପାଆନ୍ତୁ' ; ବିବାହ ପୂର୍ବରୁ ଐଶ୍ଵର୍ଯ୍ୟା କହିଥିଲେ ତାଙ୍କୁ କିଭଳି ସ୍ଵାମୀ ଦରକାର

Published By : Prameya-News7 Bureau | September 16, 2024 IST

ମୁମ୍ଵାଇ ୧୬।୦୯; ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସେ ୨୦୦୭ ମସିହାରେ ଅଭିଷେକଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ବିବାହ ୧୭ ବର୍ଷ ହୋଇଗଲାଣି। ଅଭିନେତ୍ରୀ ବିବାହ ପରେ ଖୁବ୍ କମ୍ ଫିଲ୍ମରେ ନଜର ଆସନ୍ତି। ବର୍ତ୍ତମାନ ସେମାନଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏବେ ଏହି ଛାଡପତ୍ର ଚର୍ଚ୍ଚା ଉପରେ ଅଭିଷେକ ବଚ୍ଚନ କିମ୍ବା ଐଶ୍ୱର୍ଯ୍ୟା ରାୟ ବଚ୍ଚନ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। କିନ୍ତୁ ଉଭୟ କେବେ ଠାରୁ ଅଲଗା ଅଲଗା ନଜର ଆସୁଛନ୍ତି। ଐଶ୍ୱର୍ଯ୍ୟା ବହୁ ପୂର୍ବରୁ ବଚ୍ଚନଙ୍କ ଘରୁ ବାହାରି ଯାଇଛନ୍ତି। ଏହି ଆଲୋଚନା ମଧ୍ୟରେ ଐଶ୍ୱର୍ଯ୍ୟାଙ୍କ ଏକ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଐଶ୍ୱର୍ଯ୍ୟା କହିଛନ୍ତି ଯେ ସେ କେଉଁଭଳି ସ୍ୱାମୀ ଚାହୁଁଛନ୍ତି।

ଐଶ୍ୱର୍ଯ୍ୟାଙ୍କର ଏକ ପୁରୁଣା ସାକ୍ଷାତକାର ଭିଡିଓରେ କହିଛନ୍ତି, “ମୁଁ ନିଜ ପାଇଁ ଜଣେ ଏପରି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲ ପାଉଥିବ… । ମୁଁ ହୃଦୟରୁ ବହୁତ ରୋମାଣ୍ଟିକ୍, ତେଣୁ ସ୍ୱାଭାବିକ ଭାବରେ ମୋର ସାଥୀ ମଧ୍ୟ ରୋମାନ୍ସ କଳାରେ ପାରଙ୍ଗମ ହେବା ଉଚିତ। ଫ୍ଲର୍ଟିଂ ନୁହେଁ ବରଂ ରୋମାନ୍ସ ଏବଂ ଏହା ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ମତେ ଗରିମା ପସନ୍ଦ। ଏହା ଏମିତି ଏକ ଦୁନିଆ ଯେଉଁଠି ସବୁକିଛି ଲୋକ ଦେଖାଣିଆ।

ନିକଟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅମ୍ବାନୀ ପରିବାରର ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହରେ ଝିଅ ଆରାଧ୍ୟାଙ୍କ ସହିତ ଯୋଗ ଦେଇଥିଲେ। ଏହି ସମୟରେ କିନ୍ତୁ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ତାଙ୍କ ପରିବାର ସହିତ ଆସିଥିଲେ। ଏବେ ଐଶ୍ୱର୍ଯ୍ୟା ରାୟ ଅନେକ ଇଭେଣ୍ଟରେ ନଜର ଆସିଛନ୍ତି। ନିକଟରେ ସେ SIMAA ଆୱାର୍ଡ ପାଇଁ ଦୁବାଇରେ ପହଞ୍ଚିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.