ପ୍ରେଗନେନ୍ସି ନୁହେଁ ଏହି କାରଣରୁ ଶୀଘ୍ର ବିବାହ କରିଥିଲେ ଆଲିଆ, ସାମ୍ନାକୁ ଆସିଲା ସତ

Published By : Prameya-News7 Bureau | June 22, 2025 IST

ମୁମ୍ଵାଇ ୨୨।୦୬; ବଲିଉଡ୍‌ର ଆଡରେବଲ ଯୋଡି ରଣବୀର କପୁର ଏବଂ ଆଲିଆ ଭଟ୍ଟ । ଦୁହେଁ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। ତାହା ସେମାନଙ୍କ ବ୍ୟକ୍ତିଗତ ହେଉ ବା ବୃତ୍ତିଗତ ଜୀବନ । ଏବେ ଯୋଡ଼ି ପୁଣିଥରେ ଖବରରେ ଅଛନ୍ତି।  

ଆଲିଆ ଭଟ୍ଟ ୧୪ ଏପ୍ରିଲ ୨୦୨୨ରେ ରଣବୀରଙ୍କୁ ବିବାହ କରିଥିଲେ । ଏହି ଯୋଡି ଏତେ ଶୀଘ୍ର ବିବାହ କରିଥିଲେ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିବାହର କିଛି ମାସ ପରେ ଆଲିଆ ତାଙ୍କ ପ୍ରେଗନେନ୍ସି କନଫର୍ମ କରିଥିଲେ । 

ତେଣୁ ଲୋକମାନେ ଭାବିଲେ ଯେ ଗର୍ଭବତୀ ଯୋଗୁଁ ଦୁହେଁ ବିବାହ କରିଛନ୍ତି। କିନ୍ତୁ ଏହା ସତ ନଥିଲା । ଏହା ପଛରେ ଆଉ ଏକ ବଡ କାରଣ ଥିଲା । ଯାହା ବହୁତ କମ୍‌ ଲୋକ ଜାଣିଥିବେ । ଯେତେବେଳେ ରଣବୀର ଓ ଆଲିଆ ପରସ୍ପରକୁ ଡେଟ୍‌ କରୁଥିଲେ ସେତେବେଳେ ଅଭିନେତା ତୁ ଝୁଠି ମେକାର ସୁଟିଂ କରୁଥିଲେ।  

ସେତେବେଳେ ଖବର ଆସିଥିଲା ରଣବୀର-ଶ୍ରଦ୍ଧାଙ୍କ ମଧ୍ୟରେ କିଛି ଚାଲିଛି । ସେହି ସମୟରେ ଆଲିଆ ନିଜକୁ ଅସୁରକ୍ଷିତ ମନେ କରି ସେଟ୍‌ରେ ପହଞ୍ଚିଥିଲେ । କୁହାଯାଏ ଯେ ଆଲିଆ ସେଟ୍‌ରେ ରଣବୀର-ଶ୍ରଦ୍ଧାଙ୍କୁ ବହୁତ କ୍ଲୋଜ ଦେଖିଥିଲେ ଏବଂ ସେ ରାଗିଯାଇଥିଲେ।

କୁହାଯାଉଛି କି  କୁଆଡେ ଅଭିନେତ୍ରୀ ଶ୍ରଦ୍ଧାଙ୍କକୁ ମାଡ ମାରିଥିଲେ ।  ଆଲିଆ ରଣବୀରଙ୍କୁ ଶ୍ରଦ୍ଧା ଠାରୁ ଦୂରେଇ ରହିବାକୁ ଧମକ ମଧ୍ୟ ଦେଇଥିଲେ। ବୋଧ ହୁଏ ଏଥିପାଇଁ ଦୁହେଁ ଫିଲ୍ମର ପ୍ରମୋସନରେ ନଜର ଆସିନଥିଲେ । ହେଲେ ଏହା କେତେ ଦୂର ସତ ତାହା ଜଣାପଡିନାହିଁ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.