ମୁଖ୍ୟମନ୍ତ୍ରୀଙ୍କୁ ବର୍ଷକର ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ କହିଲେ- ସବୁ ମନ୍ତ୍ରୀ ନିଜ କର୍ତ୍ତବ୍ୟ ଓ ଦାୟିତ୍ଵ ପାଳନ କରିବା ଆବଶ୍ୟକ

Published By : Prameya-News7 Bureau | July 26, 2025 IST

ଭୁବନେଶ୍ବର ୨୬।୭: ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ବର୍ଷକର ରିପୋର୍ଟ କାର୍ଡ ଦେବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସମସ୍ତ ମନ୍ତ୍ରୀ ନିଜ କର୍ତ୍ତବ୍ୟ ଓ ଦାୟିତ୍ଵ ପାଳନ କରିବାର ଆବଶ୍ୟକତା ରହିଛି । ନିଜ ବିଭାଗର ଦାୟିତ୍ଵ ସବୁ କିପରି ପରିଚାଳନା କରିବୁ, ଲୋକଙ୍କ କଥାକୁ କିପରି ବିଭାଗ ଅନୁଧ୍ୟାନ କରିବ ତାହାକୁ ମୁଖ୍ୟମନ୍ତ୍ରୀ ନିଜେ ବିଭାଗ ପକ୍ଷରୁ ଜାଣିବେ । ଏହାର ଆବଶ୍ୟକତା ରହିଛି । ଯଦି କିଛି ଦୁର୍ବଳତା ଥାଏ ତେବେ ତାହାକୁ ଆମେ ଠିକ୍ କରିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । 

ସେହିଭଳି ଶିକ୍ଷକ ପଦବୀ ପୂରଣ ନେଇ ମନ୍ତ୍ରୀ କହିଛନ୍ତି, ବର୍ଷକ ମଧ୍ୟରେ ଓଡ଼ିଶାରେ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦ ହଜାର ଶିକ୍ଷକ ପଦବୀ ପୂରଣ କରାଯାଇଛି । ଆଗକୁ ଏହି ସଂଖ୍ୟା ମଧ୍ୟ ବଢିବ ବୋଲି ମନ୍ତ୍ରୀ କହିଛନ୍ତି । ଏପରିକି ଏବେ ନବମ ଓ ଦଶମ ଶ୍ରେଣୀରେ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ । ରାଜ୍ୟରେ ଏବେ ଲାଗୁ ହୋଇଛି ଜାତୀୟ ଶିକ୍ଷାନୀତି ୨୦୨୦ । ଏହାକୁ ଠିକ୍‌ରେ ଲାଗୁ କରିବା ପାଇଁ ଟାସ୍କ ଫୋର୍ସ କମିଟି, ଷ୍ଟିୟରିଂ କମିଟି ଗଠନ କରାଯାଇଛି । ଶିଶୁ ବଟିକାକୁ ଏବେ ସ୍କୁଲରେ ଆରମ୍ଭ କରାଯାଇଛି । ଏଥିପାଇଁ ୪୫ ହଜାର ଶିଶୁ ସେବିକା ନିଯୁକ୍ତି ହେବେ । ଏହି ସବୁର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ବିଭାଗ ପକ୍ଷରୁ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ସଂସ୍କୃତ ଭାଷାକୁ ଧନ୍ଦାମୂଳକ ଶିକ୍ଷାରେ ସାମିଲ କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସଂସ୍କୃତ ଏବେ ରାଜ୍ୟରେ ତୃତୀୟ ଭାଷା ଭାବେ ଗ୍ରହଣ କରାଯାଇଛି । ନୂତନ ଶିକ୍ଷାନୀତି ୨୦୨୦ ଲାଗୁ ହେଲେ ସଂସ୍କୃତ ଭାଷାକୁ ଧନ୍ଦାମୂଳକ ଶିକ୍ଷା ଭାବେ ଗ୍ରହଣ କରାଯିବ ।



You Can Read:

ବଳଙ୍ଗା ନାବାଳିକା ପୋଡ଼ି ଘଟଣା ଉପରୁ ଉଠିବ କି ପରଦା : ପୁରୀ ଏସ୍‌ପି କହିଲେ- ସବୁ ଦିଗରୁ ତଦନ୍ତ ଚାଲିଛି, କୌଣସି ଖିଅ ଛଡ଼ା ଯିବନାହିଁ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.