ମୁମ୍ବାଇରେ ୧୦ ଟି ଆପାର୍ଟମେଣ୍ଟ କିଣିଲେ ଅମିତାଭ ଓ ଅଭିଷେକ ବଚ୍ଚନ, ଜାଣନ୍ତି କେତେ ଟଙ୍କା ?

Published By : Prameya-News7 Bureau | October 25, 2024 IST

ମୁମ୍ବାଇ: ଖୁବ୍‌ ଚର୍ଚ୍ଚାରେ ବଚ୍ଚନ ଫ୍ୟାମିଲି। ହେଲେ ଏଥର ଅଭିଷେକ ଆଉ ଐଶ୍ବର୍ଯ୍ୟାଙ୍କ ଡିଭୋର୍ସ ରୁମରକୁ ନେଇ ନୁହେଁ, ବରଂ ବଚ୍ଚନ ପରିବାରର ଖର୍ଚ୍ଚକୁ ନେଇ। କାରଣ ବଚ୍ଚନ ପରିବାର ଏବେ କରୁଛନ୍ତି ବଡ଼ ଖର୍ଚ୍ଚ। ତାହାବି କୌଣସି ଏଣୁତେଣୁ ଖର୍ଚ୍ଚ ନୁହେଁ। ଘର ଓ ସମ୍ପତ୍ତି କିଣାରେ। 

ଆଜ୍ଞା ହଁ, ନିକଟରେ ହିଁ ବଲିଉଡର ଚର୍ଚ୍ଚିତ ବାପା-ପୁଅଙ୍କ ଯୋଡ଼ି ଅମିତାଭ ଏବଂ ଅଭିଷେକ ବଚ୍ଚନ, ମୁମ୍ବାଇର ମୁଲୁନ୍ଦ ଓ୍ବେଷ୍ଟରେ କିଣିଛନ୍ତି ୨୪.୯୫ କୋଟି ଟଙ୍କାର ସମ୍ପତ୍ତି । ରିପୋର୍ଟ ଅନୁଯାୟୀ, ଅମିତାଭ ଏବଂ ଅଭିଷେକ ବଚ୍ଚନ ମୁଲୁନ୍ଦ ଓ୍ବେଷ୍ଟରେ ଥିବା ଓବରୟ ରିୟଳ୍ଟିର ପ୍ରୋଜେକ୍ଟ ଇଟରନିୟାରେ ଲଗଜୁରୀ ୩ ବିଏଚକେ ଏବଂ ୪ ବିଏଚକେ ଫ୍ଲାଟ ଥିବା ପ୍ରାୟ ୧୦ଟି ଆପାର୍ଟମଣ୍ଟ କଣିଛନ୍ତି। ଆଉ ଏହି ୧୦ ଆପାର୍ଟମେଣ୍ଟ ପ୍ରାୟ ୧୦,୨୧୬ ବର୍ଗଫୁଟର। 

ଏଥିମଧ୍ୟରୁ ୧,୦୪୯ ବର୍ଗଫୁଟ ବିଶିଷ୍ଟ ଆଠଟି ଆପାର୍ଟମେଣ୍ଟ ରହିଥିବାବେଳେ, ୯୧୨ ବର୍ଗ ଫୁଟ ବିଶିଷ୍ଟ ଦୁଇଟି ଆପାର୍ଟମେଣ୍ଟ ରହିଛି। ଅଭିଷେକ ବଚ୍ଚନଙ୍କ ନିକଟରେ ୬ଟି ଆପାର୍ଟମେଣ୍ଟ ରହିବ ଯାହାର ମୂଲ୍ୟ ୧୪.୭୭ କୋଟି ଟଙ୍କା ଏବଂ ଅନ୍ୟ ୪ଟି ଅମିତାଭଙ୍କର। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.