ହେମା କମିଟି ରିପୋର୍ଟକୁ ନେଇ ମୁହଁ ଖୋଲିଲେ ଅନନ୍ୟା, କହିଲେ- ମହିଳାମାନଙ୍କ ସୁରକ୍ଷା ଜରୁରୀ

Published By : Prameya-News7 Bureau | September 15, 2024 IST

ମୁମ୍ଵାଇ ୧୫।୦୯: ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାଙ୍କ ସୁରକ୍ଷାକୁ ନେଇ ଆଲୋଚନା କରିଛନ୍ତି । ଏକ ସାକ୍ଷାତକାରରେ ସେ 'ହେମା କମିଟି' ଉପରେ କହିଛନ୍ତି, "ପ୍ରତ୍ୟେକ ଫିଲ୍ମ ଇଣ୍ଡଷ୍ଟ୍ରିରେ 'ହେମା କମିଟି' ପରି କମିଟି ଗଠନ ହେବା ଆବଶ୍ୟକ, ଯାହା ଫଳରେ ମହିଳାମାନେ ନିଜ ସମସ୍ୟା ବାବଦରେ କହିପାରିବେ । 

ସେ ଆହୁରି କହିଛନ୍ତି ଯେ, ସେଟରେ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କେତେକ ପ୍ରଡକ୍ସନ୍ ହାଉସ୍ ଏବଂ ଚଳଚ୍ଚିତ୍ର ନିର୍ମାତା ସେମାନଙ୍କର ପ୍ରକ୍ରିୟା ଏବଂ ନୀତିରେ ପରିବର୍ତ୍ତନ ଆଣିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସମୟରେ ଆମ କଣ୍ଟ୍ରାକ୍ଟରେ କିଛି ହେଲ୍ପଲାଇନ ନମ୍ବର ଦିଆଯାଉଛି। ଏହା ମାଧ୍ୟମରେ କଲ୍ କରି ଅଭିଯୋଗ କରିବାର ସୁବିଧା ରହିଛି। 

ପୂର୍ବରୁ ମଧ୍ୟ ତେଲୁଗୁ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ହେମା କମିଟି ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ। ତେଲୁଗୁ ଇଣ୍ଡଷ୍ଟ୍ରିରେ ମଧ୍ୟ ସରକାର ହେମା କମିଟି ଗଠନ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ। କେରଳର ମାଲୟାଲାମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀ କାମ ଯୋଗାଇବା ବଦଳରେ ସେମାନଙ୍କୁ 'କମ୍ପ୍ରମାଇଜ୍' କରିବାକୁ କୁହାଯାଉଥିବା ଅଭିଯୋଗ କରିଥିଲେ। ଏହା ପରେ ମହିଳା ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ଆଲୋଚନା କରି ଜଷ୍ଟିସ୍ 'ହେମା କମିଟି' ଗଠନ କରିଥିଲେ। ଏହି କମିଟି ମାଲୟାଲାମ ଚଳଚ୍ଚିତ୍ର ଜଗତରେ କାମ କରୁଥିବା ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ଉପରେ ଯାଞ୍ଚ ପାଇଁ ଉଦ୍ଦିଷ୍ଟ ହୋଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.