ଆସନ୍ତା ୨୨ରେ ଆସୁଛି ଆଉ ଏକ ଲଘୁଚାପ : ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | October 17, 2024 IST

ଭୁବନେଶ୍ବର ୧୭।୧୦: ଆସନ୍ତା ୨୧ ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପ୍ରଭାବରେ ୨୨ ରେ ଲଘୁଚାପ ୨୩ ରେ ଅବପାତର ରୂପ ନେବା ନେଇ କିଛି ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ । ଯାହା ଅଧିକ ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଲଘୁଚାପର ରୂପ ନେବା ସହ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ପରେ ଏହା ଆହୁରି ଅଧିକ ଘନୀଭୂତ ହେବ । ଯାହା ପ୍ରଭାବରେ ଓଡ଼ିଶାରେ ୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ । କିନ୍ତୁ କୌଣସି ଓ୍ବାର୍ଣ୍ଣିଂ ଏବେ ସୁଦ୍ଧା ଦିଆଯାଇ ନଥିବା ବେଳେ ପାଣିପାଗ ବିଭାଗ ସିଷ୍ଟମ ଉପରେ ନଜର ରଖିଛି । ଲଘୁଚାପ ସୃଷ୍ଟି ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି,ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସରି ଯାଇଛି କିନ୍ତୁ ଉତ୍ତର ପୂର୍ବ ଅଞ୍ଚଳରେ ସକ୍ରିୟ ରହିଛି । ଫଳରେ ତାମିଲନାଡୁ ସହିତ ଦକ୍ଷିଣ ଭାରତ ରାଜ୍ୟ ଗୁଡ଼ିକରେ ବର୍ଷା ହେଉଛି । ତେବେ ବିଭିନ୍ନ ମଡେଲରୁ ବାତ୍ୟା ଆଶଙ୍କା ରହିଥିବା ବେଳେ ଏହାର ସ୍ପଷ୍ଟ ଚିତ୍ର ୨୧ ତାରିଖ ସୁଦ୍ଧା ଜଣାପଡ଼ିବ । 

୨୦୧୮ ଅକ୍ଟୋବର ୧୧ ତାରିଖରେ ଓଡ଼ିଶା ମୁହାଁ ହୋଇଥିଲା ବାତ୍ୟା ତିତିଲି । ଆଉ ଏହାର ୬ ବର୍ଷ ପରେ ଅର୍ଥାତ୍ ଚଳିତବର୍ଷ ଅକ୍ଟୋବର ମାସରେ ଘାରିଛି ଓଡ଼ିଶାକୁ ବାତ୍ୟା ଭୟ । ବିଦେଶୀ ମଡେଲଙ୍କ ଆକଲନ ଓଡିଶାବାସୀଙ୍କ ମନରେ ଭୟ ସଞ୍ଚାର କଲାଣି । ସେପଟେ ପାଣିପାଗ ବିଭାଗ କହିଛି ଆମେ ନଜର ରଖିଛୁ ଲୋକଙ୍କୁ ଆଲର୍ଟ କରିବୁ । 

You Can Read:

ପାରାଦୀପ ନେହେରୁ ବଙ୍ଗଳା ନିକଟ ସମୁଦ୍ରରେ ବୁଡିଲା ବୋଟ୍, ଜଣେ ମତ୍ସ୍ୟଜୀବୀ ନିଖୋଜ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.