ଭୁବନେଶ୍ବର ୧୧।୧୨: ବିଧାନସଭାରେ ଉଠିଲା କାର୍ଯ୍ୟରତ ସାମ୍ବାଦିକଙ୍କ ସମସ୍ୟା ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । ପୂର୍ବ ସରକାର ସାମ୍ବାଦିକ ମାନଙ୍କୁ ୫ ଲକ୍ଷ ଟଙ୍କା ବୀମା ରାଶି ଦେଉଥିଲେ । ହେଲେ ତାଙ୍କ ବାପା-ମା’ଙ୍କୁ କୌଣସି ସୁବିଧା ନାହିଁ । ଏ ସରକାର ସାମ୍ବାଦିକ ମାନଙ୍କୁ ବୀମା ରାଶି ସହ ତାଙ୍କ ବାପା-ମା’ଙ୍କୁ ସାମିଲ କରନ୍ତୁ ।
କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ଦିଆଯାଉ । ଏକ ପ୍ରେସ୍ ଏକାଡେମୀ ଗଠନ କରାଯାଉ । ପ୍ରଶାସନ ସହିତ ସାମ୍ବାଦିକ ମାନେ ମୁହାଁମୁହିଁ ହେଉଛନ୍ତି । କିଭଳି ଭାବେ ଭବିଷ୍ୟତରେ ନ ହେବ, ସାମ୍ବାଦିକଙ୍କୁ ମର୍ଯ୍ୟାଦା ମିଳିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ସାମ୍ବାଦିକ ମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା କରିବାକୁ ବିଧାୟକ ଦାବି କରିଛନ୍ତି ।
You Can Read:
ମହାପ୍ରସାଦ ଦର ହ୍ରାସ ନେଇ ଗୃହରେ ଦାବି କଲେ ବିଜେଡି ବିଧାୟକ ସୁନୀଲ ମହାନ୍ତି