ଛାଡପତ୍ର ନେବେ ପପ୍‌ଷ୍ଟାର ଜଷ୍ଟିନ୍ ବିବର, ଭରଣପୋଷଣ ପାଇଁ ପତ୍ନୀଙ୍କୁ ଦେବେ ୨୬୦୦ କୋଟି ଟଙ୍କା

Published By : Prameya-News7 Bureau | February 06, 2025 IST

ମୁମ୍ଵାଇ ୦୬।୦୨; ପପ୍ ଷ୍ଟାର ଜଷ୍ଟିନ୍ ବିବର ଏବଂ ତାଙ୍କ ପତ୍ନୀ ହେଲି ବିବର। ତାଙ୍କ ମଧ୍ୟରେ ଛାଡପତ୍ର ଚର୍ଚ୍ଚା ଏବେ ଜୋର ଧରିଛି। ବିବାହର ପ୍ରାୟ ଛଅ ବର୍ଷ ପରେ ଖବର ଆସୁଛି ଯେ ଏହି ଦମ୍ପତିଙ୍କ ଜୀବନରେ କିଛି ଭଲ ଚାଲିନାହିଁ। ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ଏବଂ ଉଭୟଙ୍କ ମଧ୍ୟରେ ଛାଡପତ୍ର ପ୍ରକ୍ରିୟା ଯେକୌଣସି ସମୟରେ ଶେଷ ହେବ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏବେ ହେଲି ବିବର କେବଳ ତାଙ୍କ ପୁଅର ପାଳନପୋଷଣ କରିବା ଉପରେ ଧ୍ୟାନ ଦେଉଛନ୍ତି। ସେ ତାଙ୍କ ପିଲାକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବାକୁ ଚାହାଁନ୍ତି ଏବଂ ଯଦି ଏଥିପାଇଁ ତାଙ୍କୁ ଜଷ୍ଟିନଙ୍କ ଠାରୁ ଅଲଗା ହେବାକୁ ପଡ଼େ, ତେବେ ସେ ଏହି ପଦକ୍ଷେପ ନେବେ। ଏହି କଷ୍ଟକର ନିଷ୍ପତ୍ତି ନେଇ, ସେ ଜଷ୍ଟିନଙ୍କ ଆନୁମାନିକ ୩୦୦ ନିୟୁତ ଡଲାର ମୂଲ୍ୟର ସମ୍ପତ୍ତି ଉପରେ ମଧ୍ୟ ଦାବି କରିପାରିବେ, ଅର୍ଥାତ୍ ପ୍ରାୟ ୨୬୦୦ କୋଟି ଟଙ୍କା, ଏବଂ ତାଙ୍କ ପୁଅର କଷ୍ଟଡି ମଧ୍ୟ ଦାବି କରିପାରିବେ।

ଜଷ୍ଟିନ୍ ବିବର ବର୍ତମାନ ତାଙ୍କର ଡିପ୍ରେଶନ ଏବଂ ଏନଜାଇଟ୍‌ ସହିତ ସଂଘର୍ଷ କରୁଛନ୍ତି। ଯାହା ହେଲିଙ୍କ ପାଇଁ ଅତ୍ୟନ୍ତ ଚାପପୂର୍ଣ୍ଣ ସମୟ। ନିକଟରେ, ଜଷ୍ଟିନଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଜଷ୍ଟିନ୍‌ଙ୍କର ସ୍ମୋକ୍‌ କରୁଥିବାର ନଜର ଆସିଛନ୍ତି। ଯେତେବେଳେ ଜଷ୍ଟିନ୍ ୨୦୧୫ରେ ରିଲେଶନସିପ୍‌ରେ ଥିଲେ ଏବଂ ପରେ ବ୍ରେକ୍‌ଅପ ହୋଇଥିଲା। ପରେ ୨୦୧୮ରେ ବିବାହ କରିଥିଲେ । ବିବାହ ସମୟରେ କଥା ଦେଇଥିଲେ ଯେ ସେ ନିଶାରୁ ଦୂରରେ ରହିବେ । କିନ୍ତୁ ଯେତେବେଳେ ଜଷ୍ଟିନଙ୍କ ନିଶାକୁ ପୁଣି ଥରେ ଚୁଇଁ ଥିଲେ ହେଲିଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। 'ସେ ଏବଂ ତାଙ୍କ ପିଲା ଯେପରି ଅଧିକ ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ସେ ଜଷ୍ଟିନଙ୍କୁ ଛାଡିବାକୁ ଚିନ୍ତା କରୁଛନ୍ତି।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.