ଭୁବନେଶ୍ବର ୨୬।୩: ସବୁ କଂଗ୍ରେସ ବିଧାୟକ ବିଧାନସଭାରୁ ସସ୍ପେଣ୍ଡ । କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନାଙ୍କୁ ମଧ୍ୟ ନିଲମ୍ବିତ କଲେ ବାଚସ୍ପତି ସୁରମା ପାଢ଼ୀ । ଗୃହରୁ ୭ ଦିନ ପାଇଁ ନିଲମ୍ବିତ କଲେ ବାଚସ୍ପତି । ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ବାଚସ୍ପତିଙ୍କ ତାଗିଦ୍ ସତ୍ତ୍ବେ ଉଭୟ ବିଧାୟକ ଗୃହରେ ଘଣ୍ଟ ପିଟିଥିଲେ ।
ମଙ୍ଗଳବାର କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଥିଲା । ବିଧବାର ଆଉ ୨ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ଫଳରେ କଂଗ୍ରେସର ସମସ୍ତ ୧୪ ବିଧାୟକ ନିଲମ୍ବିତ ହୋଇଛନ୍ତି ।
ସେପଟେ, ବୁଧବାର ବିଧାନସଭା ପ୍ରବେଶ ଦ୍ୱାର ସମ୍ମୁଖରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ପୋଲିସ ସହ ବିଜେଡି ଏବଂ କଂଗ୍ରେସ ବିଧାୟକ ଧସ୍ତାଧସ୍ତି ହୋଇଥିଲେ । ଏପରିକି ବିଧାନସଭାର ଗେଟ୍ ଭାଙ୍ଗି ବିଧାନସଭା ମଧ୍ୟକୁ ପ୍ରବେଶ କରିଥିଲେ ସସ୍ପେଣ୍ଡ ବିଧାୟକ । ଆଉ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ ।
ବିଧାନସଭାରେ ହାଇଡ୍ରାମା : ପୋଲିସ-ବିଧାୟକ ମୁହାଁମୁହିଁ, ଗେଟ୍ ଭାଙ୍ଗି ପଶିଲେ ନେତା
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଧାନସଭାରୁ କଂଗ୍ରେସର ୧୨ ବିଧାୟକଙ୍କୁ ସସ୍ପେଣ୍ଡ କରାଯାଇଥିଲା । ଯାହାକୁ ବିରୋଧ କରି ମାଷ୍ଟରକ୍ୟାଣ୍ଟିନ୍ ଛକରେ ରାତିସାରି ଧାରଣାରେ ବସିଥିଲେ କଂଗ୍ରେସ ନେତା ଓ କର୍ମୀ । ତେବେ ବୁଧବାର ବିଧାନସଭା କାର୍ଯ୍ୟ ଦିବସ ଆରମ୍ଭ ହେବା ମାତ୍ରେ ନିଲମ୍ବିତ ବିଧାୟକମାନେ ବିଧାନସଭା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଯାହାକୁ ଅଟକାଇଥିଲେ ପୋଲିସ । ହେଲେ କଂଗ୍ରେସ ନେତାମାନେ କୌଣସି କଥାକୁ ମାନିନଥିଲେ । ଶେଷରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ । ଠିକ୍ ଏହି ସମୟରେ ବିଜେଡ଼ି ବିଧାୟକ ମାନେ ଗେଟ୍ ଭାଙ୍ଗି ବାହାରକୁ ଆସିଥିଲେ, ଆଉ କଂଗ୍ରେସ ବିଧାୟକ ମାନଙ୍କୁ ବିଧାନସଭା ପରିସରକୁ ନେଇଥିଲେ । ସେଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ ।
ଅନ୍ୟପଟେ ନିଜ ଦଳର ବିଧାୟକ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବିରୋଧ କରି ବିଧାନସଭା ସମ୍ମୁଖରେ କଂଗ୍ରେସ ନେତା ଓ କର୍ମୀମାନେ ଧାରଣାରେ ବସିଥିଲେ । ହେଲେ ପୋଲିସ ପହଞ୍ଚି ସମସ୍ତଙ୍କୁ ଗିରଫ କରି ହେପାଜତକୁ ନେଇଛି । ବୁଧବାର ବିଧାନସଭା ପରିସରରେ ଏକପ୍ରକାର ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା । ଯାହାକୁ ନେଇ ଅନେକ କଂଗ୍ରେସ ନେତା କହିଛନ୍ତି ଯେ, ନିର୍ବାଚିତ ବିଧାୟକ ମାନଙ୍କର ସ୍ୱରକୁ ରାଜ୍ୟ ସରକାର ଚାପିବାକୁ ଉଦ୍ୟମ କରୁଛନ୍ତି । ଯାହାର ଜବାବ ଆଗାମୀ ଦିନରେ ଜନତା ଦେବେ ।
You Can Read:
ବିଧାନସଭାରେ ହାଇଡ୍ରାମା : ପୋଲିସ-ବିଧାୟକ ମୁହାଁମୁହିଁ, ଗେଟ୍ ଭାଙ୍ଗି ପଶିଲେ ନେତା