ନୂଆଦିଲ୍ଲୀ: ଆଜି ବିହାରର ପାଟନାରେ ବିରୋଧୀ ଦଳଙ୍କ ମହା ବୈଠକରେ ଆଜି କଂଗ୍ରେସ ଓ ଆପ୍ ମଧ୍ୟରେ ଫାଟ ସ୍ପଷ୍ଟ ଦେଖାଯାଉଥିଲା। କାରଣ କେନ୍ଦ୍ରର ଅର୍ଡିନାନ୍ସକୁ ନେଇ କଂଗ୍ରେସର ଆଭିମୁଖ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହେଉ ନଥିବାରୁ ଆପ୍ କଂଗ୍ରେସ ଉପରେ ଅସନ୍ତୋଷ ରହିଛି। ଏଥିପାଇଁ ଆଜି ବୈଠକ ସରିବା ପରେ ବିରୋଧୀ ଦଳଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ୍ ଅନୁପସ୍ଥିତ ରହିଥିଲେ।
ଏବେ ବୈଠକ ସରିବା ପରେ କଂଗ୍ରେସକୁ ପୁଣିଥରେ ଟାର୍ଗେଟ୍ କରିଛି ଆମ ଆଦ୍ମୀ ପାର୍ଟି। କଂଗ୍ରେସର ନିରବତା ତାର ଉଦ୍ଦେଶକୁ ନେଇ ସନ୍ଦେହ ସୃଷ୍ଟି କରୁଛି ବୋଲି ଆପ୍ କହିଛି। କେନ୍ଦ୍ରର ଅର୍ଡିନାନ୍ସ ବିରୋଧରେ ଆପ୍ ରାଜ୍ୟସଭାରେ ବିରୋଧୀ ଦଳଙ୍କୁ ଏକାଠି କରିବାକୁ ଦିନରାତି ଏକ୍ କରିଦେଇଛି। କିଛିଙ୍କୁ ଛାଡ଼ିଦେଲେ ସର୍ବାଧିକ ଦଳ ଆପ୍କୁ ସମର୍ଥନ କରିବାକୁ ନେଇ ଏକପ୍ରକାର ସହମତି ପ୍ରକାଶ କରିଥିବା ବେଳେ କଂଗ୍ରେସର ନିରବତା ଆପ୍କୁ ଅସନ୍ତୋଷ କରିଛି।
ପଢ଼ନ୍ତୁ- ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ୨୦୨୪ ନିର୍ବାଚନରେ ଆମେ ସମସ୍ତେ ଏକାଠି ଲଢ଼ିବୁ: ବିରୋଧୀ ବୈଠକ
ଆଜି ବିରୋଧୀଙ୍କ ବୈଠକ ପରେ ଆପ୍ କହିଛି “ବ୍ୟକ୍ତିଗତ ଆଲୋଚନାରେ ଜଣେ ବରିଷ୍ଠ କଂଗ୍ରେସ ନେତା ସଂକେତ ଦେଇ କିଛନ୍ତି ଯେ ଅର୍ଡିନାନ୍ସ ଉପରେ କଂଗ୍ରେସ ଔପଚାରିକ ବା ଅନୌପଚଚାରିକ ଭାବେ ରାଜ୍ୟସଭାରେ ଭୋଟିଂରୁ ଦୂରେଇ ରହିପାରେ। ଏହି ଭୋଟିଂରେ କଂଗ୍ରେସର ଦୂରେଇ ରହିବା ବିଜେପିକୁ ଗଣତନ୍ତ୍ର ଉପରେ ଆକ୍ରମଣ କରିବାରେ ବାଟ ସୁଗମ କରିବ।”
ଦଳ ଆହୁରି କହିଛି “ଆଜି ପାଟନାରେ ବିରୋଧୀ ଦଳଙ୍କ ବୈଠକରେ ଅନେକ ନେତା କଂଗ୍ରେସକୁ ଏହି କଳା ନିୟମକୁ ସର୍ବସାଧାରଣରେ ନିନ୍ଦା କରିବାକୁ ଅନୁରୋଧ କରିଥିଲେ। କିନ୍ତୁ, କଂଗ୍ରେସ ଏହା କରିବାକୁ ମନା କରିଦେଇଛି।” କଂଗ୍ରେସ ବ୍ୟତୀତ ୧୧ ବିରୋଧୀ ଦଳ କେନ୍ଦ୍ରର ଅର୍ଡିନାନ୍ସକୁ ବିରୋଧ କରିବେ ବୋଲି ଘୋଷଣା କରିଛନ୍ତି।
wp:embed {"url":"https://twitter.com/ANI/status/1672227709957836800?s=20","type":"rich","providerNameSlug":"twitter","responsive":true} /wp:embedଆପ୍ ପ୍ରଶ୍ନର କ'ଣ ଜବାବ ଦେଲା କଂଗ୍ରେସ?- କେନ୍ଦ୍ର ଅର୍ଡିନାନ୍ସକୁ ନେଇ ଆମ ଆଦମୀ ପାର୍ଟି ପ୍ରଶ୍ନର ଉତ୍ତର ଦେଲା କଂଗ୍ରେସ, ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ହେବ ନିଷ୍ପତ୍ତି
ଆପ କହିଛି ଯେ କଂଗ୍ରେସ ଜାତିୟ ଦଳ ହିସାବରେ ପ୍ରାୟ ସବୁ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରେ। ହେଲେ ଏହି କଳା ଅର୍ଡିନାନ୍ସ ବିରୋଧରେ ଏପର୍ଯ୍ୟନ୍ତ ସର୍ବସମ୍ମୁଖରେ ଆଭିମୁଖ୍ୟ ସ୍ପଷ୍ଟ କରି ନାହିଁ। ଯଦିଓ ଦିଲ୍ଲୀ ଓ ପଞ୍ଜାବ କଂଗ୍ରେସ ଏହି ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିସାରିଛନ୍ତି ବୋଲି ଆପ୍ କହିଛି।
wp:embed {"url":"https://twitter.com/ANI/status/1672206728996462594?s=20","type":"rich","providerNameSlug":"twitter","responsive":true} /wp:embedଯଦି ଏହି ଅର୍ଡିନାନ୍ସକୁ ଚ୍ୟାଲେଞ୍ଜ ନ କରାଯାଏ ତେବେ ଏକ ବିପଦଜନକ ଧାରା ଆରମ୍ଭ ହେବ, ଯାହା ଅନ୍ୟ ରାଜ୍ୟକୁ ବ୍ୟାପିବ। ଫଳସ୍ୱରୂପ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ରାଜ୍ୟ ସରକାରଙ୍କଠାରୁ କ୍ଷମତାର ଛଡାଇ ନିଆଯିବ ବୋଲି ଆପ୍ କହିଛି। ତେବେ କଂଗ୍ରେସ ନିରବତାକୁ ନେଇ ଆପ୍ କହିଛି ଯେ ଯଦି କଂଗ୍ରେସ ଦଳର ସାଥି ଖେଳାଳି ଭାବେ ଦାୟିତ୍ୱ ନେବାକୁ ପଛଘୁଞ୍ଚା ଦେବ ତେବେ ଦଳ ସହିତ ଗୋଟିଏ ମେଣ୍ଟରେ ରହିବା ଆପ୍ ପାଇଁ କଷ୍ଟସାଧ୍ୟ ହେବ।
ବିରୋଧୀ ବୈଠକରେ ନେତାଙ୍କ ତୁତୁ ମେଁ ମେଁ- ବିରୋଧୀ ଏକତା ବୈଠକରେ କେଁ : କେଜ୍ରିୱାଲଙ୍କୁ ପ୍ରଶ୍ନ କଲେ ଉମର ଅବଦୁଲା, କଂଗ୍ରେସକୁ ଶୁଣାଇଲେ ମମତା
ଆପ୍ ଆହୁରି କହିଛି ଯେ ଯେପର୍ଯ୍ୟନ୍ତ କଂଗ୍ରେସ ଏହି କଳା ନିୟମକୁ ସର୍ବସାଧାରଣରେ ନିନ୍ଦା ନ କରୁଛି ଏବଂ ଏହାର ୩୧ ରାଜ୍ୟସଭା ସାଂସଦ ଗୃହରେ ଏହାକୁ ବିରୋଧ କରିବେ ବୋଲି ଘୋଷଣା ନ କରୁଛି, ତେବେ କଂଗ୍ରେସ ମିଶିଥିବା ବିରୋଧୀଙ୍କ ପରବର୍ତ୍ତି ବୈଠକରେ ଆପ୍ର ଯୋଗ ଦେବା କଷ୍ଟସାଧ୍ୟ ହେବ।
wp:embed {"url":"https://twitter.com/ANI/status/1672202907041816576?s=20","type":"rich","providerNameSlug":"twitter","responsive":true} /wp:embedଏହା ପୂର୍ବରୁ ଆପ୍ର ପ୍ରଶ୍ନରେ ଉତ୍ତର ଦେଇ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ କହିଛନ୍ତି ଯେ ସଂସଦ ବାହାରେ କିଛି ହୁଏନି। ସବୁ ସଂସଦ ଭିତରେ ହୁଏ। ତେଣୁ ଅଧିବେସନ ପୂର୍ବରୁ ନିଷ୍ପତ୍ତି ନିଆଯିବ ବୋଲି ଖଡ଼ଗେ କହିଛନ୍ତି।
wp:embed {"url":"https://twitter.com/ANI/status/1672202182832316416?s=20","type":"rich","providerNameSlug":"twitter","responsive":true} /wp:embed