ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ଏଆର ରେହମାନ: ଫ୍ୟାନ୍‌ଙ୍କୁ ଧନ୍ୟବାଦ ଜଣାଇଲେ ପୁଅ ଅମୀନ

Published By : Prameya-News7 Bureau | March 16, 2025 IST

indiatoday

ଚେନ୍ନାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଓସ୍କାର ବିଜେତା ସଂଗୀତ ନିର୍ଦ୍ଦେଶକ ଏଆର୍‌ ରେହମାନ। ତାଙ୍କୁ ହସ୍‌ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ରେହମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ଅମୀନ। ବଦହଜମୀ କାରଣ ଯୋଗୁ ବାପାଙ୍କ ଦେହ ଦୁର୍ବଳ ହୋଇପଡ଼ିଥିଲା ବୋଲି ଅମୀନ ତାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ସୂଚନା ଦେଇଛନ୍ତି। 

ଆଜି ସକାଳେ ରହମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କୁ ହଠାତ୍ କାହିଁକି ହସ୍ପିଟାଲରେ ଭର୍ତ୍ତି କରାଗଲା ସେ ନେଇ ତାଙ୍କକ ପୁଅ ଅମୀନ ସ୍ପଷ୍ଟୀକରଣ ଦେଇଛନ୍ତି। ଅମୀନ ଡିହାଇଡ୍ରେସନ ଯୋଗୁଁ ରେହମାନଙ୍କୁ ଦୁର୍ବଳ ଲାଗୁଥିଲା। ଏଥିପାଇଁ ତାଙ୍କୁ ବାଧ୍ୟ ହୋଇ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଲା ବୋଲି ପୁଅ ଅମୀନ କହିଛନ୍ତି। ସେହିପରି ରହମାନଙ୍କ ଝିଅ ରାହିମା ମଧ୍ୟ ସମାନ କଥା ଇନଷ୍ଟାରେ ପୋଷ୍ଟ କରିଛନ୍ତି।

ଅମୀନ ଇନଷ୍ଟାଗ୍ରାମରେ ସେୟାର କରି କହିଛନ୍ତି, "ଆମର ସମସ୍ତ ପ୍ରିୟ ପ୍ରଶଂସକ, ପରିବାର ଏବଂ ଶୁଭେଚ୍ଛୁମାନଙ୍କୁ, ଆପଣଙ୍କ ପ୍ରେମ, ପ୍ରାର୍ଥନା ଏବଂ ସମର୍ଥନ ପାଇଁ ମୁଁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି। ଡିହାଇଡ୍ରେସନ ଯୋଗୁ ମୋ ବାପା ଟିକେ ଦୁର୍ବଳ ଅନୁଭବ କରିଥିଲେ, ତେଣୁ ଆମେ କିଛି ନିୟମିତ ପରୀକ୍ଷା କରାଇଲୁ, କିନ୍ତୁ ମୁଁ ଖୁସି ଯେ ସେ ଏବେ ସୁସ୍ଥ ଅଛନ୍ତି।"


ସେ ଆହୁରି ଲେଖିଛନ୍ତି "ଆପଣଙ୍କ ସଦଭାବନା ଏବଂ ଆଶୀର୍ବାଦ ଆମ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ। ଆମେ ଆପଣଙ୍କ ଚିନ୍ତା ଏବଂ ନିରନ୍ତର ସମର୍ଥନକୁ ପ୍ରକୃତରେ ପ୍ରଶଂସା କରୁଛୁ। ଆପଣ ସମସ୍ତଙ୍କ ପ୍ରତି ବହୁତ ଭଲପାଇବା ଏବଂ କୃତଜ୍ଞତା!" ଅମୀନଙ୍କକ ପରି ତାଙ୍କ ଭଉଣୀ ରହିମା ମଧ୍ୟ ସମାନ ମେସେଜ ପୋଷ୍ଟ କରିଥିଲେ। 

ରବିବାର ସକାଳେ ଏ.ଆର. ରହମାନଙ୍କୁ ଚେନ୍ନାଇର ଗ୍ରୀମ୍ସ ରୋଡରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ରେହମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ସେ ଲେଖିଥିଲେ “ଇସାଇପୁୟାଲ @arrahmanଙ୍କୁ ଅସୁସ୍ଥତା ହେତୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ଶୁଣିବା ମାତ୍ରେ ମୁଁ ଡାକ୍ତରଙ୍କ ସହିତ ଯୋଗାଯୋଗ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିଲି! ସେମାନେ କହିଲେ ଯେ ସେ ଭଲ ଅଛନ୍ତି ଏବଂ ଶୀଘ୍ର ଘରକୁ ଫେରିବେ! ମୋତେ ଖୁସି ଲାଗିଲା! 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.