ମୁମ୍ଵାଇ ୨୪।୦୩; ବଲିଉଡ୍ ଅଭିନେତ୍ରୀ ଅର୍ଚ୍ଚନା ପୂରନ ସିଂହ । ଅର୍ଚ୍ଚନା ପ୍ରାୟତଃ ଫ୍ୟାମିଲି ସହ ସମୟ ବିତାଇବାକୁ ପସନ୍ଦ କରନ୍ତି। ନିକଟରେ ଅର୍ଚ୍ଚନା ପରିବାର ସହ ବୁଲିବାକୁ ଯାଇଥିଲେ । ବର୍ତ୍ତମାନ ସେ ନିଜର ଲାଟେଷ୍ଟ ବ୍ଲଗ୍ରେ ଅର୍ଚ୍ଚନା ରେଷ୍ଟୁରାଣ୍ଟରେ ସ୍ଵାମୀ ଓ ପୁଅ ସହ ବ୍ରେକ୍ଫାଷ୍ଟ କରୁଥିବାର ନଜର ଆସିଥିଲେ । କିନ୍ତୁ ଏହି ସମୟରେ ଅର୍ଚ୍ଚନାଙ୍କ ପୁଅ ଆର୍ଯ୍ୟନ ତାଙ୍କ ଆକ୍ଟିଂ ସ୍କିଲ୍ରେ ପୂରା ଫ୍ୟାନ୍ସଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି।
ଭିଡିଓରେ ଅର୍ଚ୍ଚନା ଓ ତାଙ୍କ ସ୍ଵାମୀ ପରମୀତ ରେଷ୍ଟୁରାଣ୍ଟରେ ବସି ଖାଇବାର ଅର୍ଡର ଦେଉଥିଲେ । ସେହି ସମୟରେ ତାଙ୍କ ପୁଅ ଆର୍ଯ୍ୟନ ୱେଟର ହୋଇ ସାମ୍ନାକୁ ଆସିଥିଲେ। ଏହା ପରେ ୱେଟର ଅନ୍ଦାଜ୍ରେ ମେନ୍ୟୁ କହିବା ଆରମ୍ଭ କଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛ । ଆର୍ଯ୍ୟନଙ୍କ ଏହି ଟପୋରି ଷ୍ଟାଇଲ ଦେଖି ସଭିଏଁ ଖୁସି ହୋଇଯାଇଛନ୍ତି।
ଏନେଇ ଫ୍ୟାନ୍ସ ଭାଇରାଲ ଭିଡିଓରେ ରିଆକ୍ଟ ମଧ୍ୟ କରୁଛନ୍ତି। ୟୁଜର୍ସ କହିଛନ୍ତି କି ଅର୍ଚ୍ଚନାଙ୍କ ପୁଅ ନେପୋ କିଡ୍ସଙ୍କ ଠାରୁ ବହୁତ ସୁନ୍ଦର ଅଭିନୟ କରୁଛନ୍ତି। ଆଉ ଜଣେ କହିଛନ୍ତି ଆର୍ଯ୍ୟନଙ୍କ ସେନ୍ସ ଅଫ୍ ହ୍ୟୁମର ବି ବେଶ ଭଲ। ଏହା ବ୍ୟତୀତ ଅନ୍ୟ ଜଣେ କହିଛନ୍ତି କି ଆର୍ଯ୍ୟନ ଫିଲ୍ମରେ ରୋଲ୍ କରିବାକୁ ପୂରା ପରଫେକ୍ଟ। କହିବାକୁ ଗଲେ ଆର୍ଯ୍ୟନ ଅଭିନେତା ନୁହେଁ ସିଙ୍ଗର ହେବାକୁ ଚାହୁଁଛନ୍ତି। ତାଙ୍କର ଗୀତରେ ଅଧିକ ରୁଚି । ସେପଟେ ଅର୍ଚ୍ଚନାଙ୍କ ବିଷୟରେ କହିବାକୁ ଗଲେ ସେ କରଣ ଜୋହରଙ୍କ ନାଦାନିୟାରେ ନଜର ଆସିଥିଲେ ।