ବିଳମ୍ବରେ ପହଞ୍ଚି ହଟହଟା ବଲିଉଡ ସିଙ୍ଗର, ଗୋ ବ୍ୟାକ୍ ନାରାରେ କଂପିଲା ମେଲବର୍ଣ୍ଣ ଲାଇଭ କନସର୍ଟ

Published By : Prameya-News7 Bureau | March 25, 2025 IST

ନୂଆଦିଲ୍ଲୀ ୨୫/୩: କାନ୍ଦିଲେ ବଲିଉଡ ସିଙ୍ଗର ନେହା କକ୍କର । ୩ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ଲାଇଭ କନସର୍ଟରେ ହେଲେ ହଟହଟା । ଗୋ ବ୍ୟାକ ନାରାରେ କଂପିଲା ମେଲବର୍ଣ୍ଣ ଲାଇଭ କନସର୍ଟ ମଞ୍ଚ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । 

ବଲିଉଡର ଜଣାଶୁଣା ଗାୟିକା ନେହା କକ୍କର । ମ୍ୟୁଜିକ କନସର୍ଟ ପାଇଁ ଅଷ୍ଟ୍ରେଲିଆ ମେଲବର୍ଣ୍ଣର ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ତେବେ ଏହି ଭିଡିଓରେ ନେହା ମଞ୍ଚରେ ପହଞ୍ଚିବା ମାତ୍ରେ ଭୋ ଭୋ କାନ୍ଦୁଥିବାର ସ୍ପଷ୍ଟ ଜଣାପଡୁଛି । ଗୋ ବ୍ୟାକ ନାରା ଦେଉଛନ୍ତି ସେଠାରେ ଉପସ୍ଥିତ ଥିବା ପ୍ରଶଂସକ । ଆଉ ନେହା କହୁଛନ୍ତି ସେ ଏହାକୁ ସର୍ବଦା ମନେ ରଖିବେ । 

ନେହା ଏହି ମ୍ୟୁଜିକ କନସର୍ଟକୁ ୩ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଜଣେ ସମାଲୋଚନା କରି କହିଛନ୍ତି ଏହା ଭାରତ ନୁହେଁ ଆପଣ ଅଷ୍ଟ୍ରେଲିଆରେ ଅଛନ୍ତି । ଅନ୍ୟ ଜଣେ ପାଟି କରି କହିଥିଲେ ହୋଟେଲକୁ ଯାଇ ଆରାମ କର । ସେହିପରି ଆଉ ଜଣେ କହିଛନ୍ତି ଏହା ଇଣ୍ଡିଆନ ଆଇଡଲ ନୁହେଁ ଯେ ଆପଣ ପିଲାମାନଙ୍କ ସହ ଡ୍ୟାନ୍ସ କରିବେ । 


ତେବେ ନେହା ନିଜର ଭୁଲ ପାଇଁ ପ୍ରଶଂସକଙ୍କୁ କ୍ଷମା ମାଗିଥିଲେ । ତେବେ ମଞ୍ଚରେ ବିରୋଧ କରିବାରୁ କାନ୍ଦିବା ଆରମ୍ଭ କରିଥିଲେ ନେହା । କହିଥିଲେ ଆପଣମାନେ ମୋତେ ଏତେ ସମୟ ଧରି ଅପେକ୍ଷା କରିଛନ୍ତି । ମୁଁ ମୋ ଜୀବନରେ ଅପେକ୍ଷା କରିବାକୁ କାହାକୁ ବାଧ୍ୟ କରିନି । ମୁଁ ବହୁତ ଦୁଃଖିତ ।

ନେହା କକ୍କର ନିଜ ଇନଷ୍ଟାଗ୍ରାମରେ ଏହି କନସର୍ଟ ସହ ଜଡିତ କିଛି ଫଟୋ ସେୟାର କରିଛନ୍ତି । ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ସିଡ୍‌ନୀ ଓ ମେଲବର୍ଣ୍ଣର ଚମତ୍କାର ରାତି ପାଇଁ ଧନ୍ୟବାଦ

  • australia
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.