ୟୁପି ମୁଖ୍ୟମନ୍ତ୍ରୀଙ୍କ ବିମାନରେ ବୈଷୟିକ ତୃଟି; ଦେଢ଼ ଘଣ୍ଟା ପରେ ଆଗ୍ରାରୁ ଉଡ଼ିଲା ଫ୍ଲାଇଟ୍

Published By : Prameya-News7 Bureau | March 26, 2025 IST

ଲକ୍ଷ୍ନୌ: ମଝି ଆକାଶରେ ବିମାନରେ ବୈଷୟିକ ତୃଟି । ଜରୁରୀକାଳୀନ ଅବତରଣ କଲା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫ୍ଲାଇଟ୍ । ଆଗ୍ରାରୁ ଲକ୍ଷ୍ନୌ ଯାଉଥିବା ବେଳେ ବିମାନରେ ସମସ୍ୟା ଦେଖା ଦେଇଥିଲା । ଦେଢ଼ ଘଣ୍ଟା ପରେ ପୁଣି ଥରେ ଉଡ଼ାଣ ଭରିଛି ବିମାନ ।

ସୂଚନା ଅନୁଯାୟୀ, ବୁଧବାର ୟୁପି ମୁଖ୍ୟମନ୍ତ୍ରୀ ଜିଆଈସି ମୈଦାନରେ ସରକାରଙ୍କ ୮ ବର୍ଷ ପୂର୍ତ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । କାର୍ଯ୍ୟକ୍ରମ ସରିବା ପରେ ସେ ଲକ୍ଷ୍ନୌ ଫେରିବା ପାଇଁ ଖୋରୟା ଏୟାରପୋର୍ଟରେ ପହଞ୍ଚିଥିଲେ । ଏହି ସମୟରେ ବିମାନରେ ବୈଷୟିକ ତୃଟି ଦେଖା ଦେଇଥିଲା । ଫଳରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରାୟ ଦେଢ଼ ଘଣ୍ଟା ଆଗ୍ରାରେ ରହିବାକୁ ପଡ଼ିଥିଲା । ପରେ ବିମାନ ଲକ୍ଷ୍ନୌ ପାଇଁ ଉଡ଼ାଣ ଭରିଥିଲା । 

ବୁଧବାର ୟୁପି ସରକାରଙ୍କ ୮ ବର୍ଷ ପୂରଣ ହୋଇଛି । ଏହି ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ୟୁପି ମୁଖ୍ୟମନ୍ତ୍ରୀ ସାମିଲ୍ ହୋଇ ୬୩୫ କୋଟିର ୧୨୮ଟି ଜନକଲ୍ୟାଣ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.