ଭୁବନେଶ୍ବର ୨୯।୩: କଂଗ୍ରେସ ବିଧାୟକ ବିଧାନସଭା ଗେଟ୍ ବାହାରେ ଧାରଣା ଦେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ । ସେ କହିଛନ୍ତି, ନିୟମ ଅନୁସାରେ ବିଧାନସଭାରୁ ୭ ଦିନ ସସ୍ପେଣ୍ଡ ହୋଇଛନ୍ତି । ଯେଉଁଭଳି ଭାବରେ ବିଧାନସଭାରେ ଘଣ୍ଟ, ତୁରୀ, ଗିନି ବାଡ଼େଇବା ଅଶୋଭନୀୟ ଆଚରଣ କଲେ ତାହା ଠିକ୍ ନୁହେଁ । ବିଧାନସଭା କର୍ମୀଚାରୀଙ୍କୁ ବି ବ୍ୟବହାର ଖରାପ କରିଛନ୍ତି । ତେଣୁ ବାଚସ୍ପତି ବିଧାନସଭା ସୁରକ୍ଷା ଦୃଷ୍ଟିରୁ ଯାହା ପଦକ୍ଷେପ ନେବା କଥା ନେଇଛନ୍ତି ବୋଲି ମନୋରଞ୍ଜନ ଦ୍ୟାନସାମନ୍ତରାୟ କହିଛନ୍ତି ।
ସେହିଭଳି ବିଜେଡ଼ି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ସରକାର ଏତେ ଅହଂକାରୀ ହେବ ଉଚିତ୍ ନୁହେଁ । ସେମାନେ ୭ ଦିନ ପାଇଁ ସସ୍ପେଣ୍ଡ ହୋଇଛନ୍ତି । ତାଙ୍କ ସଭ୍ୟପଦ ରଦ୍ଦ ହୋଇନାହିଁ । ସେମାନଙ୍କ ଅଧିକାର ଅଛି ସେମାନେ ଲବିକୁ ଆସିପାରିବେ । ତାଙ୍କୁ ଗେଟ୍ ବାହାରେ ରଖିବା, ଭିତରକୁ ନ ଛାଡିବା ଅଗଣତାନ୍ତ୍ରିକ । ବିରୋଧୀଙ୍କୁ ସରକାର ଡରିବା କଥା ନୁହଁ । ବିଶ୍ୱାସକୁ ନେବା ଉଚିତ । ସରକାର ଏ ୨୪ ସପ୍ତାହ ଭିତରେ ଅହଙ୍କାରୀ ହୋଇଯାଇଛନ୍ତି । ତାଙ୍କର ଦୁର୍ବଳତାକୁ ଲୁଚାଇବାକୁ ଯାଇ ବିରୋଧୀଙ୍କ ପ୍ରତି ଏପ୍ରକାର ବ୍ୟବହାର କରୁଛନ୍ତି । ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଧ୍ରୁବ ସାହୁ କହିଛନ୍ତି ।
You Can Read:
ନିତ୍ୟ ବ୍ୟବହାର ଜିନିଷ ଆକାଶ ଛୁଆଁ, ପେଟ୍ରୋଲ ଦାମ୍ ମହାକାଶ ଛୁଆଁ : ଅରୁଣ ସାହୁ