ନିତ୍ୟ ବ୍ୟବହାର ଜିନିଷ ଆକାଶ ଛୁଆଁ, ପେଟ୍ରୋଲ ଦାମ୍ ମହାକାଶ ଛୁଆଁ : ଅରୁଣ ସାହୁ

Published By : Prameya-News7 Bureau | March 29, 2025 IST

ଭୁବନେଶ୍ବର : ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନାରେ ଭାଗ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ଡବଲ୍ ଇଞ୍ଜିନ ସରକାରର ଜୀବନ ଅଶାନ୍ତ ବାତାବରଣ ଓ ଅସ୍ଥିରତା ଭିତରେ ଗତି କରୁଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଛି । ଭାରତୀୟଙ୍କ ହାତରେ କଡ଼ି ଓ ଗୋଡ଼ରେ ପେଡି ଲଗାଇ ଅଣା ଯାଉଥିବା ବେଳେ ଟ୍ରମ୍ପଙ୍କ ଆଶୀର୍ବାଦ ପାଇଁ ଲାଇନରେ ଠିଆ ହୋଇଛନ୍ତି । ଲୁଟେରା ମାନେ ଭାରତ ଲୁଟି ବିଦେଶରେ ଆରାମରେ ଅଛନ୍ତି । ଶ୍ରୀଲଙ୍କା, ଭୁଟାନ ପରି ମିତ୍ର ଦେଶ ଏବେ ଭାରତ ବିରୋଧୀ । ଏହା ଆମର ବୈଦେଶିକ ନୀତି । ୧୦ଟି ପରିବାର ହାତରେ ଆମର ସବୁ ଟଙ୍କା । ତାଙ୍କୁ ବାଦ୍ ଦେଇ ଦେଲେ ଆଫ୍ରିକା ଦେଶ ଠାରୁ ମୁଣ୍ଡପିଛା ଆୟ କମିଯିବ । ୧୦% ପରିବାର ହାତରେ ଦେଶର ୫୭% ଟଙ୍କା । 

ଷ୍ଟକ୍ ମାର୍କେଟ ପତନ ଛୁଆଁ । ନିତ୍ୟ ବ୍ୟବହାର ଜିନିଷ ଆକାଶ ଛୁଆଁ । ପେଟ୍ରୋଲ ଦାମ୍ ମହାକାଶ ଛୁଆଁ । ଯୁବପିଢ଼ି ଏବେ ନାଗ ଫାସରେ । ୬୦-୬୨% ଯୁବପିଢ଼ି ନାଗଫାଶରେ ଫସିଛନ୍ତି । ବର୍ଷକୁ ୮ ଲକ୍ଷ ଚାକିରି ପାଇବାକୁ କହିଥିଲେ । ଏହି ହିସାବରେ ଏବେ ୮୮ ଲକ୍ଷ ଚାକିରି ମିଳିବା କଥା । କୁଆଡେ ଗଲା ସେ ପ୍ରତିଶ୍ରୁତି । ରାଜ୍ୟ ସରକାର ହାତୀ ଭଳି ବଜେଟ୍ କରି ପିମ୍ପୁଡି ପରି ଖର୍ଚ୍ଚ କରୁଛନ୍ତି । ଏ ବଜେଟ୍‌ରେ କେନ୍ଦ୍ର ସରକାରଙ୍କ ଭାଗ ବି ରହିଛି । ହେଲେ ସଂଘୀୟ ବ୍ୟବସ୍ଥାରେ ରେଳବାଇ ସମସ୍ୟା, ଜାତୀୟ ଶିକ୍ଷା ନୀତି, ଏସ୍‌ସିଏସ୍‌ଟି ଓବିସି ସଂରକ୍ଷଣ, କୋଇଲା ରାୟାଲଟି ସଂଶୋଧନ ଓ ପୋଲାଭରମ୍ ପ୍ରସଙ୍ଗ ଉଠାଇଲେ କହୁଛନ୍ତି ଏହା କେନ୍ଦ୍ରର ପ୍ରସଙ୍ଗ ।

ସରକାରଙ୍କ ତଦନ୍ତ ଟିଭି ପରଦାରେ ଚାଲୁଛି । ମହାପ୍ରଭୁ ବଳଭଦ୍ର ପଡିବା, ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା, ଚିକିଟି ମଦମୃତ୍ୟୁ, ଭରତପୁର ଥାନା କେସ୍, ରତ୍ନଭଣ୍ଡାର ଖୋଲିବା, ବାରବାଟୀ ଅନ୍ଧାର ହେବା ଓ ମାଣ୍ଡିପଙ୍କାର ତଦନ୍ତ ରିପୋର୍ଟ କୁଆଡେ ଗଲା ବୋଲି ଅରୁଣ ପ୍ରଶ୍ନ କରିଛନ୍ତି । ଆମେ ପଠେଇଲେ ଦାଦନ ଶ୍ରମିକ, ସେ ପଠେଇଲେ ସୁପରଭାଇଜର ! ନିର୍ବାଚନ ସମୟରେ କହିଲ ରତ୍ନ ଭଣ୍ଡାର ଚାବି ତାମିଲନାଡୁରେ ଅଛି । ତାହେଲେ ସରକାରକୁ ଆସି ତଦନ୍ତ ନକରି ତାଲା କାହିଁକି ଭାଙ୍ଗିଲ ? 

କଟନୀ ଛଟନୀ ବନ୍ଦ କରିବାକୁ କହିଲ । ହେଲେ ମିଲ୍ ସହିତ ଡିଲ୍ କରି କଟନୀ ଛଟନୀ ଲୋଟଣି କଲ । କେଉଁଠି ୯, କେଉଁଠି ୧୬ କିଲୋ କାଟିଲ । ତିନି ହଜାର ଟଙ୍କା ଭତ୍ତା କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଥାନାରେ ଆଗରୁ ହବିଲଦାର, କନେଷ୍ଟବଳଙ୍କ ପାଇଁ ଚୌକି ଥିଲା । ଏବେ ବିଜେପିର କ୍ରାଇମ ଗାଇଡ଼ ଟେବୁଲ ପଡିଛି । ରାଜ୍ୟ ଏବେ କ୍ରାଇମ ଟୁରିଜିମ୍ ପାଲଟିଛି । ବିଜେପି ଗାଇଡ କରି ବୁଲାଉଛି । ଏବେ ଓଡ଼ିଶାକୁ ଗୁଜୁରାଟୀକରଣ କରିବା ଚାଲିଛି । ଗୁଜୁରାଟ ମାଇନିଂ କର୍ପୋରେସନ ଏବେ ଓଡ଼ିଶାରେ IT ପାର୍କ କରିବ । ତାକୁ ତିନୋଟି କୋଇଲା ଖଣି ଦିଆଯାଇଛି । ବେଦାନ୍ତ ପାଇଁ ଯେଉଁ ସଂସ୍ଥା ବିଜ୍ଞାପନ ବାହାର କରିଛି ସେ ଅନୁଷ୍ଠାନ ପୁଞ୍ଜିକରଣ ଅଛି କି, ତା ପଛରେ କିଏ ଅଛି ବୋଲି ଅରୁଣ ପ୍ରଶ୍ନ କରିଛନ୍ତି ।


You Can Read:

୪୨ ଡିଗ୍ରୀ ଛୁଇଁଲା ପାରା, ଦିନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ୩ ସହରର ତାପମାତ୍ରା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.